Attack: ଲାଲକିଲ୍ଲା ବିସ୍ଫୋରଣକୁ ବର୍ଷେ ପୁରିଲା : ନ୍ୟାୟ ଅପେକ୍ଷାରେ ମୃତକଙ୍କ ପରିବାର, ହଟୁନି ଦୁଃଖର କଳାବାଦଲ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ ଘଟିଥିବା ଭୟାବହ ବିସ୍ଫୋରଣକୁ ଇତିମଧ୍ୟରେ ଏକ ବର୍ଷ ପୂରିଛି। ହେଲେ ଏଥିରେ ପ୍ରାଣ ହରାଇଥିବା ୧୨ ଜଣଙ୍କ ପରିବାର ଉପରୁ ଦୁଃଖର କଳାବାଦଲ ଏଯାଏ ହଟିନାହିଁ। ଆତ୍ମୀୟଙ୍କୁ ହରାଇବାର ଯନ୍ତ୍ରଣା ସହ ଆର୍ଥିକ ଅନିଶ୍ଚିତତା ଓ ନ୍ୟାୟ ପାଇବାରେ ବିଳମ୍ବ ସେମାନଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। କାହାକୁ ଜୀବିକା ପାଇଁ ଦିଲ୍ଲୀ ଛାଡ଼ି ଗାଁକୁ ଫେରିବାକୁ ପଡ଼ିଛି ତ ଆଉ କିଏ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ସଂଘର୍ଷ କରୁଛନ୍ତି।

ଆହୁରି ପଢନ୍ତୁ : Bangladesh: ବାଂଲାଦେଶରେ ଛାତ୍ରଲିଗ୍‌ର ଅବରୋଧ ବେଳେ ହିଂସା: ଜଳିଗଲା ବିଏନ୍‌ପି କାର୍ଯ୍ୟାଳୟ, ବସ୍‌ ଡ୍ରାଇଭର ମୃତ

୨୦୨୫ ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ସମ୍ମୁଖ ଛକ ନିକଟରେ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ି ବିସ୍ଫୋରଣ ହୋଇଥିଲା। ଏଥିରେ ୧୨ ଜଣଙ୍କ ଜୀବନ ଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଜମ୍ମୁ-କାଶ୍ମୀରର ମୂଳ ବାସିନ୍ଦା ଡାକ୍ତର ଉମର-ଉନ୍-ନବୀ ଉକ୍ତ ଗାଡ଼ିରେ ଥିଲେ। ଘଟଣାର ଦିନକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମାମଲା ରୁଜୁ କରିଥିଲା। ଗତବର୍ଷ ଡିସେମ୍ବର ସୁଦ୍ଧା ଷଡ଼ଯନ୍ତ୍ର ଓ ଏଥିରେ ସହଯୋଗ କରିଥିବା ଅଭିଯୋଗରେ ଏନ୍‌ଆଇଏ ୧୧ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ କେତେକ ଫରିଦାବାଦସ୍ଥିତ ଅଲ୍‌-ଫଲାହ ବିଶ୍ୱବିଦ୍ୟାଳୟରେ କାମ କରୁଥିଲେ କିମ୍ବା ଅଧ୍ୟାପନା କରୁଥିଲେ।

ଆହୁରି ପଢନ୍ତୁ : PawanKalyan: ପତ୍ନୀ ଅନ୍ନାଙ୍କଠାରୁ ଅଲଗା ହେବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ


ଏହି ମାମଲାରେ ଏନ୍‌ଆଇଏ ଏଯାଏ ୧୩ ଜଣଙ୍କ ବିରୋଧରେ ତିନୋଟି ଚାର୍ଜସିଟ୍‌ ଦାଖଲ କରିଛି। ‘ଅପରେସନ୍‌ ହେଭେନ୍‌ଲି ହିନ୍ଦ୍‌’ ନାମରେ ଏକ ଷଡ଼ଯନ୍ତ୍ର ରଚାଯାଇଥିବା ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି। ବିସ୍ଫୋରଣରେ ଅମର କଟାରିଆ, ବିନୟ ପାଠକ, ଅଶୋକ କୁମାର, ମହମ୍ମଦ ଲୁକମାନ, ଲୋକେଶ କୁମାର, ଜୁମ୍ମନ ମହମ୍ମଦ, ଦିନେଶ କୁମାର ମିଶ୍ର, ନୋମାନ ଅନସାରୀ, ମୋହସିନ ମଲିକ, ପଙ୍କଜ ସାଇନି ଓ ବିଲାଲ ଅହମ୍ମଦ ସାଙ୍ଗୁଙ୍କ ସମେତ ୧୨ ଜଣ ପ୍ରାଣ ହରାଇଥିଲେ।

ଆହୁରି ପଢନ୍ତୁ : Clinton: କ୍ଲିଣ୍ଟନଙ୍କ ନଜର ଥିଲା ସୁନ୍ଦରୀ ମହିଳାଙ୍କ ଉପରେ: ସୋନିଆ

ମୃତକଙ୍କ ପରିବାରର ଦୁର୍ଦ୍ଦଶା ଏବେ ସାମ୍ନାକୁ ଆସିଛି। ଦିଲ୍ଲୀ ପରିବହନ ନିଗମ (ଡିଟିସି)ରେ କଣ୍ଡକ୍ଟର ଥିବା ଅଶୋକ କୁମାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ୨୬ ବର୍ଷୀୟା ସୋନମ ଦେବୀ ଦୁଇ ପିଲାଙ୍କୁ ନେଇ ଦିଲ୍ଲୀ ଛାଡ଼ି ଉତ୍ତରପ୍ରଦେଶର ଆମରୋହାସ୍ଥିତ ବାପଘରକୁ ଫେରିଯାଇଛନ୍ତି। ପରିବାରର ଏକମାତ୍ର ରୋଜଗାରିଆ ଥିଲେ ଅଶୋକ। ତାଙ୍କ ପରିବାର ପକ୍ଷରୁ କୌଣସି ସହଯୋଗ ନ ମିଳିବାରୁ ଏପ୍ରିଲରେ ସେ ବାପଘରକୁ ଫେରିଥିବା କହିଛନ୍ତି। ଦିଲ୍ଲୀ ସରକାର ଦେଇଥିବା ୧୦ ଲକ୍ଷ ଟଙ୍କା କ୍ଷତିପୂରଣରୁ ୫ ଲକ୍ଷ ଟଙ୍କା ଅଶୋକଙ୍କ ପରିବାର ନେଇଥିବାବେଳେ ଅବଶିଷ୍ଟ ଟଙ୍କା ସେ ପିଲାଙ୍କ ଭବିଷ୍ୟତ ପାଇଁ ସଞ୍ଚୟ କରି ରଖିଛନ୍ତି।

ଆହୁରି ପଢନ୍ତୁ : Tamil Nadu: ୨୨ କୋଟି ଟଙ୍କାର ବ୍ୟାଙ୍କ୍‌ ଜାଲିଆତି ପରେ ତାମିଲନାଡ଼ୁ ସରକାରକୁ ବିଜେପିର ଟାର୍ଗେଟ୍‌

ସେହିପରି ଦିନେଶ ମିଶ୍ରଙ୍କ ଭାଇ ଗୁଡ୍ଡୁ ମଧ୍ୟ ମିଳିଥିବା କ୍ଷତିପୂରଣ ରାଶିକୁ ଦିନେଶଙ୍କ ଦୁଇ ନାବାଳିକା ଝିଅଙ୍କ ପାଇଁ ସଞ୍ଚୟ କରିଛନ୍ତି। ଛାୱରୀ ବଜାରର ଏକ ବିବାହ ନିମନ୍ତ୍ରଣ କାର୍ଡ ଦୋକାନରେ ଦିନେଶ କାମ କରୁଥିଲେ। ତାଙ୍କ ପତ୍ନୀ ଓ ପିଲାମାନେ ଉତ୍ତରପ୍ରଦେଶର ଗଣେଶପୁର ଗାଁରେ ରହୁଥିଲେ। ଦିନେଶଙ୍କ ୧୩ ବର୍ଷୀୟ ପୁଅକୁ ଗୁଡ୍ଡୁ ଦିଲ୍ଲୀ ଆଣି ପଶ୍ଚିମ ଦିଲ୍ଲୀର ଏକ ଆବାସିକ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ତେବେ ଅଭିଯୁକ୍ତଙ୍କ ବିରୋଧରେ ନ୍ୟାୟ ପ୍ରକ୍ରିୟାର ମନ୍ଥର ଗତିକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆହୁରି ପଢନ୍ତୁ : Sonia Gandhi: ସୋନିଆଙ୍କ ଆତ୍ମଜୀବନୀ ପ୍ରକାଶ ପାଇଲା: ପ୍ରଧାନମନ୍ତ୍ରୀ ପଦକୁ ନା, ପ୍ରଣବଙ୍କ ଆକାଂକ୍ଷାଠାରୁ ମୋଦୀଙ୍କ ସହ ଦୂରତା

ଉତ୍ତରପ୍ରଦେଶର ଶାମଲି ଜିଲ୍ଲାର ୫୦ ବର୍ଷୀୟ ଇମ୍ରାନଙ୍କ ଦୁଃଖ ଆହୁରି ଗଭୀର। ତାଙ୍କ ୨୧ ବର୍ଷୀୟ ପୁଅ ନୋମାନଙ୍କ ମୃତ୍ୟୁ ସମୟରେ ବଡ଼ ପୁଅଙ୍କର କିଡ୍‌ନି ପ୍ରତିରୋପଣ ଚାଲିଥିଲା। ପରିବାରକୁ ସାହାଯ୍ୟ କରିବା ପାଇଁ ନୋମାନ ନବମ ଶ୍ରେଣୀ ପରେ ପାଠପଢ଼ା ଛାଡ଼ିଦେଇଥିଲେ। ପ୍ରଥମେ ବାପାଙ୍କ ସହ ମୋଟର ମରାମତି ଦୋକାନରେ କାମ କରୁଥିଲେ। ପରେ ବଡ଼ ଭାଇଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାରର କସ୍‌ମେଟିକ୍‌ ଦୋକାନର ଦାୟିତ୍ୱ ନେଇଥିଲେ। ଅନ୍ୟପକ୍ଷରେ ୫୨ ବର୍ଷୀୟ ବିନୟ ପାଠକଙ୍କ ପରିବାର ଏବେ ବି ତାଙ୍କ ବ୍ୟକ୍ତିଗତ ସାମଗ୍ରୀ ଫେରିପାଇବାକୁ ଅପେକ୍ଷା କରିଛି। ତାଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ଏଯାଏ ମିଳିନାହିଁ। ଏକ ବର୍ଷ ବିତିଯାଇଥିଲେ ମଧ୍ୟ ପୀଡ଼ିତ ପରିବାରଗୁଡ଼ିକ ପାଇଁ ନ୍ୟାୟ ଓ ମାନସିକ ଶାନ୍ତି ଏବେ ବି ଅପହଞ୍ଚ। ସେମାନଙ୍କ ପାଇଁ ଏହି ବିସ୍ଫୋରଣ କେବଳ ଏକ ଆତଙ୍କବାଦୀ ଘଟଣା ନୁହେଁ, ବରଂ ଜୀବନସାରା ବୋହିବାକୁ ପଡ଼ୁଥିବା ଏକ ଅପୂରଣୀୟ କ୍ଷତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.