Rally: ଗୋଟିଏ ରାଲି ପାଇଁ ଭାଙ୍ଗିଥିଲା ଗାନ୍ଧୀ ପରିବାରର ସମ୍ପର୍କ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ଆଭ୍ୟନ୍ତରୀଣ ବିବାଦ ଓ ବୋହୂ ମେନକା ଗାନ୍ଧୀଙ୍କ ସହ ତାଙ୍କ ସମ୍ପର୍କରେ ତିକ୍ତତାକୁ ନେଇ ଅନେକ ଅଜଣା କଥା ସାମ୍ନାକୁ ଆଣିଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ନିକଟରେ ପ୍ରକାଶ ପାଇଥିବା ତାଙ୍କ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍‌’ରେ ମେନକାଙ୍କ ପରିବାରକୁ ଆସିବାଠାରୁ ଆରମ୍ଭ କରି ଶାଶୂ ଇନ୍ଦିରା ଗାନ୍ଧୀଙ୍କ ସହ ବିବାଦ ଏବଂ ଶେଷରେ ଘର ଛାଡ଼ିବା ପର୍ଯ୍ୟନ୍ତ ଘଟଣାର ବର୍ଣ୍ଣନା କରିଛନ୍ତି। ନଭେମ୍ବର ୧୦ରେ ହାର୍ପରକଲିନ୍ସ ଇଣ୍ଡିଆ ପକ୍ଷରୁ ପୁସ୍ତକଟି ପ୍ରକାଶ ପାଇଛି।

ଆହୁରି ପଢନ୍ତୁ :Attack: ଇରାନ ଉପରେ ଆକ୍ରମଣ ନୁହେଁ, ଚାପ ବଢ଼ାଇବେ ଟ୍ରମ୍ପ : ଆର୍ଥିକ ଅବରୋଧ ଜାରି ରଖିବା ଯୋଜନା

୧୯୭୩ ଶେଷ ଭାଗରେ ଜଣେ ବନ୍ଧୁଙ୍କ ନିର୍ବନ୍ଧ ଉତ୍ସବରେ ସଞ୍ଜୟ ଗାନ୍ଧୀଙ୍କ ସହ ମେନକା ଆନନ୍ଦଙ୍କ ପରିଚୟ ହୋଇଥିଲା। ସେତେବେଳେ ମେନକାଙ୍କ ବୟସ ୧୮ ବର୍ଷ ହୋଇ ନ ଥିଲା। ତେଣୁ ୧୮ ବର୍ଷ ହେବା ପରେ ବିବାହ କରିବାକୁ ଇନ୍ଦିରା ସଞ୍ଜୟଙ୍କୁ ପରାମର୍ଶ ଦେଇଥିଲେ। ୧୯୭୪ ଜୁଲାଇରେ ଉଭୟଙ୍କ ନିର୍ବନ୍ଧ ହୋଇଥିବାବେଳେ ସେହିବର୍ଷ ସେପ୍ଟେମ୍ବରରେ ବିବାହ ହୋଇଥିଲା।
ସୋନିଆ ଲେଖିଛନ୍ତି ଯେ, ଆରମ୍ଭରେ ମେନକାଙ୍କ ପରିବାରରେ ଯୋଗଦାନକୁ ସେ ସ୍ୱାଗତ କରିଥିଲେ। ମେନକା ବେଶ୍ ଚଳଚଞ୍ଚଳ ଓ କଥାକୁହା ଝିଅ ଥିଲେ। ସାନ ଯାଆ ଆସିବା ପରେ ଘରର ପରିବେଶ ମଧ୍ୟ ଆନନ୍ଦମୟ ହୋଇଥିଲା। ଏପରିକି ପ୍ରିୟଙ୍କା ଗାନ୍ଧୀ ମେନକାଙ୍କ କୋଠରିକୁ ଯାଇ ତାଙ୍କଠାରୁ କାହାଣୀ ଶୁଣୁଥିଲେ। ଘରର କର୍ମଚାରୀମାନେ ସୋନିଆଙ୍କୁ ‘ବୋହୂରାଣୀ’ ଓ ମେନକାଙ୍କୁ ‘ସାନ ବୋହୂ’ ବୋଲି ଡାକୁଥିଲେ। ସୋନିଆଙ୍କ ମତରେ, ଉଭୟଙ୍କୁ ପରିବାରର ସମାନ ସଦସ୍ୟ ଭାବେ ଦେଖାଯାଉଥିଲା। କିନ୍ତୁ ମେନକା ଏହି ସମ୍ବୋଧନକୁ ଅପମାନ ଭାବେ ନେଇଥିବା ସେ ଅନୁଭବ କରିଥିଲେ।

ଆହୁରି ପଢନ୍ତୁ :Britain: ବ୍ରିଟେନ୍‌ରେ ଭାରତବିରୋଧୀ କାର୍ଯ୍ୟକଳାପ ନେଇ ରାଷ୍ଟ୍ରପତିଙ୍କୁ ୫୦ ପ୍ରବାସୀ ସଂଗଠନର ଚିଠି

ସମୟ ବିତିବା ସହ ସଞ୍ଜୟ ଓ ମେନକାଙ୍କ ମଧ୍ୟରେ ମଧ୍ୟ ମତଭେଦ ବଢ଼ିଥିଲା। ମେନକା ରାଗିଗଲେ ଇନ୍ଦିରାଙ୍କ ସାମ୍ନାରେ ମଧ୍ୟ ଅଶୋଭନୀୟ ଭାଷା ବ୍ୟବହାର କରୁଥିବା ସୋନିଆ ଲେଖିଛନ୍ତି। ମେନକା ସଞ୍ଜୟଙ୍କ ରାଜନୈତିକ ଆକାଂକ୍ଷାକୁ ଉତ୍ସାହିତ କରୁଥିବା ଇନ୍ଦିରା ଭାବୁଥିଲେ। ଏପରିକି ତତ୍କାଳୀନ କ୍ୟାବିନେଟ୍ ସଚିବ ପିଏନ୍ ଧରଙ୍କୁ ଇନ୍ଦିରା କହିଥିଲେ, ମେନକାଙ୍କର ଏବେଠାରୁ ଡେଣା ଗଜୁରିବା ଆରମ୍ଭ ହେଲାଣି।

ଆହୁରି ପଢନ୍ତୁ :Engagement: ଅର୍ଶଦୀପ-ସମରିନ ନିର୍ବନ୍ଧ

୧୯୭୭ରେ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ପରିବାରରେ ତିକ୍ତତା ଆହୁରି ବଢ଼ିଥିଲା। ସୋନିଆଙ୍କ ପୁସ୍ତକ ଅନୁସାରେ, ଜରୁରୀ ପରିସ୍ଥିତି ସମୟରେ ନିଆଯାଇଥିବା ଅନେକ ନିଷ୍ପତ୍ତି ପାଇଁ ରାଜୀବ ସଞ୍ଜୟଙ୍କୁ ଦାୟୀ କରିଥିଲେ। ଇନ୍ଦିରା ମଧ୍ୟ ରାଜୀବଙ୍କ କଥାକୁ ସମର୍ଥନ କରିଥିଲେ। ୧୯୮୦ ଜୁନ୍‌ରେ ବିମାନ ଦୁର୍ଘଟଣାରେ ସଞ୍ଜୟଙ୍କ ମୃତ୍ୟୁ ପରେ ମେନକାଙ୍କ ରାଜନୈତିକ ଆକାଂକ୍ଷାକୁ ନେଇ ବିବାଦ ଆହୁରି ଘନୀଭୂତ ହୋଇଥିଲା। ଶେଷରେ ଲକ୍ଷ୍ନୌରେ ଇନ୍ଦିରାଙ୍କ ବିରୋଧୀ ଗୋଷ୍ଠୀ ଆୟୋଜନ କରିଥିବା ଏକ ରାଲିରେ ମେନକାଙ୍କ ଯୋଗଦାନ ପରିବାରରେ ବିବାଦକୁ ଚରମସୀମାରେ ପହଞ୍ଚାଇଥିଲା। ସେତେବେଳେ ଇନ୍ଦିରା ଲଣ୍ଡନ ଗସ୍ତରେ ଥିଲେ। ଫେରିବା ପରେ ସେ ମେନକାଙ୍କୁ ବିରୋଧୀଙ୍କ ରାଜନୈତିକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ, ନଚେତ୍ ପରିବାରଠାରୁ ଅଲଗା ରହିବାକୁ ଦୁଇଟି ବିକଳ୍ପ ଦେଇଥିଲେ। ଏହାର ଜବାବରେ ମେନକା ଅଭିଯୋଗପୂର୍ଣ୍ଣ ଚିଠି ଲେଖିଥିଲେ।

ଆହୁରି ପଢନ୍ତୁ :Afghanistan: ଇତିହାସ ରଚିଲେ ଆଫଗାନିସ୍ତାନର ରହମତ : ଟେଷ୍ଟ୍‌ ମାନ୍ୟତା: ଖସିଲେ ପନ୍ତ, ଗିଲ୍‌

ସୋନିଆଙ୍କ ଅନୁସାରେ, ମେନକା ଘର ଛାଡ଼ିବାର ଯୋଜନା କିଛି ସପ୍ତାହ ପୂର୍ବରୁ ଜଣେ ସାମ୍ବାଦିକ ବନ୍ଧୁଙ୍କୁ ଜଣାଇଥିଲେ। ଶେଷରେ ୧୯୮୨ ମାର୍ଚ୍ଚରେ ସେ ନିଜର ଛୋଟ ପୁଅ ବରୁଣଙ୍କୁ ଧରି ସଫଦରଜଙ୍ଗ ରୋଡ୍‌ସ୍ଥିତ ଘର ଛାଡ଼ିଥିଲେ। ପରଦିନ ଦେଶର ପ୍ରମୁଖ ଖବରକାଗଜଗୁଡ଼ିକର ପ୍ରଥମ ପୃଷ୍ଠାରେ ମେନକା ଓ ବରୁଣଙ୍କ ଘର ଛାଡ଼ିବାର ଫଟୋ ପ୍ରକାଶ ପାଇଥିଲା। ସୋନିଆ ଏହି ଘଟଣାର ଗଣମାଧ୍ୟମରେ ପ୍ରଚାରକୁ ଏକ ତାମସା ସହ ତୁଳନା କରିଛନ୍ତି। ପରେ ମେନକା ‘ସଞ୍ଜୟ ବିଚାର ମଞ୍ଚ’ ନାମରେ ରାଜନୈତିକ ସଂଗଠନ ଗଢ଼ିଥିଲେ ଏବଂ ଆମେଥିରୁ ରାଜୀବ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ମଧ୍ୟ ଲଢ଼ିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.