Aniruddh-Kavya Maran: ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ଏବଂ ଏସଆରଏଚ ମାଲିକ କାବ୍ୟା ମାରନଙ୍କର ସାମ୍ନାକୁ ଆସିଲା ବିବାହର ପ୍ରଥମ ଫଟୋ

1 hour ago 1
ARTICLE AD BOX

ଚେନ୍ନାଇ/ଗ୍ରୀସ: ଦକ୍ଷିଣ ଭାରତୀୟ ସିନେମା ଜଗତର ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ୍ 'ସନରାଇଜର୍ସ ହାଇଦ୍ରାବାଦ'ର ମାଲିକ କାବ୍ୟା ମାରନ ଶେଷରେ ବିବାହ କରିଛନ୍ତି। ଗ୍ରୀସ୍‌ର ଏକ ମନୋରମ ପରିବେଶରେ ଅତି ଗୁପ୍ତ ଏବଂ ସ୍ୱତନ୍ତ୍ର ଭାବରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ବିବାହ ପରେ ଅନିରୁଦ୍ଧ ନିଜେ ସୋସିଆଲ ମିଡିଆରେ ସେମାନଙ୍କ ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି।

ସୁନେଲି ରଙ୍ଗର ପୋଷାକରେ ନଜର ଆସିଲେ ନବବିବାହିତ ଯୋଡ଼ି
ସାମ୍ନାକୁ ଆସିଥିବା ପ୍ରଥମ ଫଟୋରେ ଅନିରୁଦ୍ଧ ଏବଂ କାବ୍ୟା ମାରନଙ୍କୁ ସୁନେଲି ରଙ୍ଗର ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ, ଏହି ବିବାହ ଉତ୍ସବରେ କେବଳ ପରିବାରର ଲୋକେ ଏବଂ କିଛି ମନୋନୀତ ବନ୍ଧୁବାନ୍ଧବ ତଥା ସେଲିବ୍ରେଟିମାନେ ଯାେଗଦେଇଥିଲେ। ଏଥିରେ ସୁପରଷ୍ଟାର୍ ରଜନୀକାନ୍ତ (ଯିଏ କି ଅନିରୁଦ୍ଧଙ୍କ ସମ୍ପର୍କୀୟ), ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ରାଜନୈତିକ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ: RSS: ୪୪,୨୫୦ ଗୁଳି ଜବତ ଘଟଣାରେ ଆର୍‌ଏସ୍‌ଏସ୍‌କୁ ଯୋଡ଼ି ଅଡ଼ୁଆରେ ପ୍ରିୟଙ୍କ ଖଡ଼ଗେ

ଚେନ୍ନାଇରେ ହେବ ଭବ୍ଯ ରିସେପସନ୍
ଗ୍ରୀସରେ ବିବାହ କାର୍ଯ୍ୟସୂଚୀ ଶେଷ ହେବା ପରେ, ଆଗାମୀ ନଭେମ୍ବର ୨୧ ତାରିଖରେ ଚେନ୍ନାଇରେ ଏକ ବିରାଟ୍ ରିସେପସନ୍ (ବିବାହ ଭୋଜି) ର କାର୍ଯ୍ୟକ୍ରମ ରହିଛି। ଏହି ସମାରୋହରେ ଚଳଚ୍ଚିତ୍ର, ରାଜନୀତି ଏବଂ କ୍ରିକେଟ୍ ଜଗତର ବହୁ ଦିଗ୍ଗଜ ବ୍ୟକ୍ତି ଯୋଗଦେବାର ଆଶା କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.