Attack: ପାକିସ୍ତାନ ପୁଲିସ ଟିମ୍‌ ଉପରେ ଆକ୍ରମଣ, ୧୧ ନିହତ

1 hour ago 1
ARTICLE AD BOX

ପାକିସ୍ତାନର ଖାଇବର ପଖତୁନ୍‌ଖ୍ବା ପ୍ରଦେଶରେ ଆଜି ଏକ ପୁଲିସ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଏଥିରେ ଜଣେ ଡିଏସ୍‌ପି ଓ ଜଣେ ଏସ୍‌ଆଇଙ୍କ ସମେତ ୧୧ ପୁଲିସ ନିହତ ହୋଇଥିବା ବେଳେ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି।

 ପାକିସ୍ତାନ ପୁଲିସ ଟିମ୍‌ ଉପରେ ଆକ୍ରମଣ, ୧୧ ନିହତ

ମୁମ୍ବାଇ: ପାକିସ୍ତାନର ଖାଇବର ପଖତୁନ୍‌ଖ୍ବା ପ୍ରଦେଶରେ ଆଜି ଏକ ପୁଲିସ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଏଥିରେ ଜଣେ ଡିଏସ୍‌ପି ଓ ଜଣେ ଏସ୍‌ଆଇଙ୍କ ସମେତ ୧୧ ପୁଲିସ ନିହତ ହୋଇଥିବା ବେଳେ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ପୁଲିସ ଟିମ୍‌ କୋହଟର ଗମ୍ବଟ ଅଞ୍ଚଳରେ ଥିବା ଏକ ବେଆଇନ ସୁନା ଖଣିରେ ଚଢ଼ଉ ପାଇଁ ଯାଉଥିବା ସମୟରେ କୋହଟ ଓ କରକ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ପାର୍ଶ୍ୱବର୍ତ୍ତୀ ପାହାଡ଼ ଉପରୁ ଆକ୍ରମଣକାରୀମାନେ ଗୁଳି ଚଳାଇଥିଲେ। ଏଥିରେ ଅନେକ ପୁଲିସ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ଟି ଗାଡ଼ିକୁ ଜାଳି ଦିଆଯାଇଛି।

କୋହଟ ପୁଲିସ ମୁଖପାତ୍ର ମହମ୍ମଦ ନୌମାନ ଜେବ୍‌ କହିଛନ୍ତି, ଆକ୍ରମଣକାରୀ ଓ ପୁଲିସ ଟିମ୍‌ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା। ଏଥିରେ ୧୧ ପୁଲିସଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିଲେ। ନିହତଙ୍କ ମଧ୍ୟରେ ଗମ୍ବଟ ଡିଏସ୍‌ପି ହାଇଦର ଜାମନ ଓ ଏସ୍‌ଆଇ ମୁଖତିଆର୍‌ ରହିଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟାଳୟ ଟିଚିଂ ହସ୍ପିଟାଲ୍‌ରେ ଜରୁରିକାଳୀନ ସେବା ଘୋଷଣା କରାଯାଇଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.