Group Clash During Wedding ବିବାହ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ, ୭ ଆହତ

1 hour ago 1
ARTICLE AD BOX

ଛତ୍ରପୁର/ହୁମ୍ମା:  ରମ୍ଭା ଥାନା ଅଧୀନ ସୁବଳୟା ଗ୍ରାମରେ ସାଙ୍ଗ ବାହାଘର ବରଯାତ୍ରୀ ସମୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ୭ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟ‌ରୁ ୩ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। 

Ash Transportation Dispute ଦର୍ଲିପାଲିରେ ପାଉଁଶ ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ, ଗୁଳିମାଡ଼ରେ ଜଣେ ମୃତ
ଗାଁରେ ବରଯାତ୍ରୀ ଶୋଭାଯାତ୍ରା ଚାଲିଥିଲା। ବରଯାତ୍ରୀର କେତେକ ଯୁବକ ବାଣଫୁଟାଉଥିଲେ। ଏହି ସମୟରେ ଅନ୍ୟ କେତେକ ଯୁବକ ପହଞ୍ଚି ସେମାନଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଓ ପରସ୍ପରକୁ ଖଣ୍ଡା, ବାଡ଼ି ଆଦିରେ ଆକ୍ରମଣ କରିଥିଲେ। ଏଥିରେ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁନୀଲ ପ୍ରଧାନ(୩୦) ଆହତ ହୋଇଥିବା ବେଳେ ରାଜା ପ୍ରଧାନ (୨୪) ଓ ଅନୀଲ ପ୍ରଧାନ(୨୩) ଗୁରୁତର ହୋଇଛନ୍ତି। ଉଭୟଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। 

land Dispute: ଜମିବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ: ଗ୍ରାମ ମୁରବିଙ୍କ ସମେତ ୧୦ରୁ ଅଧିକ ଆହତ
ସୂଚନା ପାଇ ରମ୍ଭା ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ କରିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.