ARTICLE AD BOX
ଗ୍ରୀସ୍ରେ ଧୁମ୍ଧାମ୍ରେ ହେଲା ମ୍ୟୁଜିକ୍ କମ୍ପୋଜର ଅନିରୁଦ୍ଧ ରବିଚନ୍ଦର ଓ କାବ୍ୟା ମାରନଙ୍କ ଡେଷ୍ଟିନେସନ୍ ୱେଡିଂ। ବିବାହ ଉତ୍ସବରେ ସାମିଲ ହୋଇଥିଲେ ସୁପରଷ୍ଟାର ରଜନୀକାନ୍ତ। ଏହି ଅବସରରେ ନିଜ ଅନ୍ଦାଜରେ ଡ୍ୟାନ୍ସ କରି ସମସ୍ତଙ୍କ ମନ ଜିଣିଛନ୍ତି ଥଲାଇଭାର। ତାଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ତାମିଲ ସିନେମାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଓ ସନ୍ ଗ୍ରୁପ୍ର ମୁଖ୍ୟ କାବ୍ୟା ମାରନ ନଭେମ୍ବର ୧୧ ତାରିଖରେ ଗ୍ରୀସ୍ରେ ବିବାହ କରିଛନ୍ତି।
ଏହି ବିବାହ ଉତ୍ସବରେ ଉଭୟ ପରିବାରର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନେ ସାମିଲ ହୋଇଥିଲେ। ଏହା ଏକ ଘରୋଇ ଡେଷ୍ଟିନେସନ୍ ୱେଡିଂ ଥିଲା। ଅନିରୁଦ୍ଧ ନିଜ ସୋସିଆଲ ମିଡିଆରେ ବିବାହର ପ୍ରଥମ ଫଟୋ ସେୟାର କରି ଲେଖିଥିଲେ, ‘ମୋ ଜୀବନର ଏକମାତ୍ର ପ୍ରେମ, ସାରା ଜୀବନ ପାଇଁ ୧୧.୧୧।’ ବିବାହ ଉତ୍ସବରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ରଜନୀକାନ୍ତଙ୍କ ଡ୍ୟାନ୍ସ ଭିଡିଓ। ଭାଇରାଲ୍ ହେଉଥିବା ଏହି ଭିଡିଓରେ ସେ ଅନିରୁଦ୍ଧଙ୍କ ଲୋକପ୍ରିୟ ଗୀତ ‘ମନସିଲାୟୋ’ର ତାଳେ ତାଳେ ନାଚୁଥିବା ନଜର ଆସିଛନ୍ତି। ତାଙ୍କ ସହ ନବଦମ୍ପତି ଅନିରୁଦ୍ଧ ଓ କାବ୍ୟା ମଧ୍ୟ ଉତ୍ସବର ମଜା ନେଉଛନ୍ତି। ରଜନୀକାନ୍ତଙ୍କ ଏହି ଉତ୍ସାହଭରା ଅନ୍ଦାଜ ଦେଖି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି।
ରଜନୀକାନ୍ତଙ୍କ ଭଣଜାଙ୍କ ବିବାହ
ସୂଚନା ଅନୁସାରେ, ଅନିରୁଦ୍ଧ ରଜନୀକାନ୍ତଙ୍କ ଭଣଜା। ତେଣୁ ଏହି ପାରିବାରିକ ଉତ୍ସବରେ ସାମିଲ ହୋଇ ସେ ନିଜ ପରିବାର ସହ ଖୁସିର ମୁହୂର୍ତ୍ତ ବିତାଇଥିଲେ। ଏହି ବିବାହରେ ରଜନୀକାନ୍ତଙ୍କ ପତ୍ନୀ ଲତା ଓ ଝିଅ ଐଶ୍ୱର୍ଯ୍ୟା ମଧ୍ୟ ଉପସ୍ଥିତ ଥିଲେ। ଏହାବ୍ୟତୀତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଓ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିବା ଖବର ମିଳିଛି। ଅନିରୁଦ୍ଧ ଓ କାବ୍ୟାଙ୍କ ବିବାହ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟୁଛି। ବିବାହ ଅବସରରେ ଅନିରୁଦ୍ଧ ଆଇଭରି ରଙ୍ଗର ପାରମ୍ପରିକ ପୋଷାକ ପିନ୍ଧିଥିବା ବେଳେ କାବ୍ୟା ପିଙ୍କ୍ ରଙ୍ଗର ସୁନ୍ଦର ଲେହେଙ୍ଗା ପିନ୍ଧିଥିଲେ।
Wedding: ଚର୍ଚ୍ଚାରେ କାବ୍ୟାଙ୍କ ବ୍ରାଇଡାଲ୍ ଲୁକ୍
ଉଭୟଙ୍କ ଯୋଡ଼ିକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି। ଅନ୍ୟପଟେ, କାବ୍ୟା ମାରନ ସନ୍ ଗ୍ରୁପ୍ର ଅଧ୍ୟକ୍ଷ କଳାନିଧି ମାରନଙ୍କ ଝିଅ ହୋଇଥିବା ବେଳେ ଆଇପିଏଲ୍ ଟିମ୍ ସନ୍ରାଇଜର୍ସ ହାଇଦ୍ରାବାଦର ସିଇଓ ଓ ସହମାଲିକ ଭାବେ ମଧ୍ୟ ପରିଚିତ। ଗ୍ରୀସ୍ରେ ପାରିବାରିକ ପରିବେଶରେ ବିବାହ ସମ୍ପନ୍ନ ହୋଇଥିବା ବେଳେ ନଭେମ୍ବର ୨୧ ତାରିଖରେ ଚେନ୍ନାଇରେ ଏକ ଭବ୍ୟ ରିସେପ୍ସନ୍ ଆୟୋଜନ ହେବାକୁ ଯାଉଛି। ଏଥିରେ ସିନେମା, ରାଜନୀତି ଓ ବ୍ୟବସାୟ ଜଗତର ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଯୋଗ ଦେବାର ଆଶା ରହିଛି।

2 days ago
2


