Rajasthan: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଭଜନଲାଲଙ୍କ ୯୩୨୧ କୋଟିର ପ୍ୟାକେଜ୍‌ ଘୋଷଣା

5 hours ago 3
ARTICLE AD BOX

ଜୟପୁର: ରାଜସ୍ଥାନର ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ସହାୟତା ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ୯୩୨୧ କୋଟି ଟଙ୍କାର ବିଶେଷ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ଓ ରିଲିଫ କାର୍ଯ୍ୟର ନିରନ୍ତର ଅନୁଧ୍ୟାନ ସହ ପ୍ରଭାବିତ ଜିଲ୍ଲାର ପ୍ରଶାସନ ସହିତ ନିରନ୍ତର ସମ୍ପର୍କ ରଖିବା ଏବଂ ସାଧାରଣ ଲୋକ, କୃଷକ ଏବଂ ପଶୁପାଳକମାନଙ୍କ ପାଇଁ ପାନୀୟ ଜଳ, ଜଳସେଚନ ଓ ଦାନା ସୁନିଶ୍ଚିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। 

ଚାରା ଡିପୋର ବ୍ୟବସ୍ଥା
ଶୁକ୍ରବାର ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନା, ରିଲିଫ ଓ ନାଗରିକ ସୁରକ୍ଷା ବିଭାଗ ବୈଠକରେ ଅଧ୍ୟକ୍ଷତା କରି ଯେଉଁସବୁ ଜିଲ୍ଲାରେ କମ୍‌ ବର୍ଷା ହୋଇଛି ସେଠାରେ ଆବଶ୍ୟକତା ଅନୁସାରେ ଚାରା ଡିପୋର ସୁବ୍ୟବସ୍ଥା କରିବାକୁ କହିଛନ୍ତି। ସେହିଭଳି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଗ୍ରାମୀଣ ବିକାଶ ବିଭାଗ ଦ୍ବାରା ଭିବି-ଜିରାମ-ଜି ଓ ଜୀବୀକା ସମ୍ବର୍ଦ୍ଧିତ କାର୍ଯ୍ୟ ଚଳାଇବାକୁ ପରାମର୍ଶ ଦେଇଛନ୍ତି।

ହାଡ଼ିମାରା ଗ୍ରାମରେ ଏହି ଅଭାବନୀୟ ଘଟଣା

ଖରିଫ ଫସଲ ନଷ୍ଟ ରିପୋର୍ଟ ପ୍ରସ୍ତୁତ କରି ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଦେବାଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ଚଳିତବର୍ଷ ୨୦ ପ୍ରତିଶତ କମ୍‌ ମୌସୁମୀ ବର୍ଷା ହୋଇଛି। ଏଥିପାଇଁ ୧୫ ଜିଲ୍ଲାର ୮୭ଟି ତହସିଲକୁ ମରୁଡ଼ି ପ୍ରଭାବିତ ଘୋଷଣା କରାଯାଇଛି। ସେଥିରୁ ୭୪ଟି ତହସିଲକୁ ଗମ୍ଭୀର ମରୁଡ଼ି ପ୍ରଭାବିତ ଏବଂ ୧୪ ତହସିଲକୁ ମଧ୍ୟମ ଧରଣର ମରୁଡ଼ି ପ୍ରଭାବିତ ଅଞ୍ଚଳ ଘୋଷଣା କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.