Rain: ଦେଶବ୍ୟାପୀ ମୌସୁମୀ ସକ୍ରିୟ, ପ୍ରବଳ ବର୍ଷା ସମ୍ଭାବନା

15 hours ago 1
ARTICLE AD BOX

ନୂଆଦିଲ୍ଲୀ: ସପ୍ତାହେ ଧରି ମନ୍ଥର ଗତି ଓ ବର୍ଷାର ଅଭାବ ପରେ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହେବାରେ ଲାଗିଛି। ଚଳିତ ସପ୍ତାହରେ ବଙ୍ଗୋପ ସାଗରରେ ଦୁଇଟି ପ୍ରଭାବଶାଳୀ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ସାରା ଦେଶରେ ବ୍ୟାପକ ବର୍ଷା ସହ ଉତ୍ତର ଭାରତରେ ବହୁ ପ୍ରତୀକ୍ଷିତ ମୌସୁମୀ ବର୍ଷାର ଆଗମନ ହେବ। ଦିଲ୍ଲୀ-ଏନ୍‌ସିଆର, ହରିୟାଣା ଏବଂ ରାଜସ୍ଥାନରେ ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିଥିବା ବେଳେ ଏହି ନୂତନ ପାଣିପାଗ ସ୍ଥିତି ବଡ଼ ପରିବର୍ତ୍ତନ ଆଣିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମୌସୁମୀ ଟ୍ରଫ୍‌ (ନିମ୍ନଚାପ ବଳୟ) ତା’ର ସ୍ୱାଭାବିକ ସ୍ଥିତି ବଦଳରେ ଉତ୍ତରରେ ଅର୍ଥାତ ହିମାଳୟର ପାଦଦେଶ ନିକଟରେ ସ୍ଥିର ରହିଥିଲା। ଏହି କାରଣରୁ ଗାଙ୍ଗେୟ ସମତଳ ଅଞ୍ଚଳରେ ବର୍ଷା ହୋଇନଥିଲା ଏବଂ ଦିଲ୍ଲୀ ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ମୌସୁମୀ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ପୂର୍ବାନୁମାନ ଅନୁଯାୟୀ, ଏହି ଟ୍ରଫ୍ ଲାଇନ ଆଗାମୀ ଦିନରେ ଧୀରେ ଧୀରେ ଦକ୍ଷିଣ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ପଂଜାବ, ହରିୟାଣା, ଦିଲ୍ଲୀ-ଏନ୍‌ସିଆର, ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ବିଜୁଳି ଘଡ଼ଘଡ଼ି ସହ ବ୍ୟାପକ ବର୍ଷା ହେବ। ଜୁଲାଇ ୧ରୁ ୫ ତାରିଖ ମଧ୍ୟରେ ଏହି ପରିବର୍ତ୍ତନ ଆରମ୍ଭ ହେବ, ଯାହାଫଳରେ ତାପମାତ୍ରାରେ ଉଲ୍ଲେଖନୀୟ ହ୍ରାସ ଘଟିବ। କେବଳ ମୌସୁମୀ ଟ୍ରଫ୍‌ ନୁହେଁ, ବରଂ ବଙ୍ଗୋପସାଗରରେ ପଛକୁ ପଛ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହି ପାଣିପାଗ ସ୍ଥିତି କେନ୍ଦ୍ରୀୟ ଭାରତ ଦେଇ ସ୍ଥଳଭାଗକୁ ମାଡ଼ି ଚାଲିବ। ଏହା ଦ୍ୱାରା ବାୟୁମଣ୍ଡଳକୁ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ପ୍ରବେଶ କରିବ, ଯାହା ମୌସୁମୀ ବାୟୁ ପ୍ରବାହକୁ ଅଧିକ ଶକ୍ତିଶାଳୀ କରିବା ସହ ପୂର୍ବ, ମଧ୍ୟ ଏବଂ ପଶ୍ଚିମ ଭାରତରେ ବର୍ଷାର ପରିମାଣ ବଢ଼ାଇବ।

୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ: ୧୬ ବର୍ଷ ପରେ ସଅଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ...

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଦେଶର ପଶ୍ଚିମ ଉପକୂଳରେ ପୁଣି ଥରେ ବର୍ଷା ପ୍ରକୋପ ବୃଦ୍ଧି ପାଇବ। ମୁମ୍ବାଇରେ ସପ୍ତାହ ମଧ୍ୟଭାଗରୁ ବର୍ଷାର ପରିମାଣ ଅତ୍ୟଧିକ ବଢ଼ିପାରେ। ସପ୍ତାହ ଶେଷ ସୁଦ୍ଧା ମୁମ୍ବାଇ ମହାନଗର ଅଞ୍ଚଳର କେତେକ ସ୍ଥାନରେ ପ୍ରାୟ ୫୦୦ ମିଲିମିଟର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଦୀର୍ଘ ଏକ ମାସର ପ୍ରତୀକ୍ଷା ପରେ ଭାରତର ମୌସୁମୀ ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ସକ୍ରିୟ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.