ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ଭାରତୀୟ ମଜଦୁର ସଂଘ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନୁହେଁ। ସ୍ବୟଂଶାସିତ ଶ୍ରମିକ ସଂଗଠନ। ରାଜ୍ୟରେ ୩୨୨ଟି ଶାଖା ସହ ଦେଶ ଓବିଦେଶରେ ଶ୍ରମିକଙ୍କ ପାଇଁ କାମ କରୁଛି ସଂଗଠନ। ସରକାରଙ୍କ ବିଭିନ୍ନ ଯୋଜନା ଜରିଆରେ କାମ କରୁଥିବା ଅଙ୍ଗନୱାଡୀ କର୍ମୀ, ଆଶା କର୍ମୀ ସହ ଅନ୍ୟାନ୍ୟ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ସରକାର ମାନେ ଚାହୁଁ ନାହାନ୍ତି। ପୂର୍ବ ସରକାର କି ବର୍ତ୍ତମାନର ସରକାର ବି ନାହିଁ ବୋଲି କହିଛନ୍ତି ସଂଘର ରାଜ୍ୟ ସଭାପତି ବାଦଲ ମହାରଣା। ୨୩ତାରିଖ ଦିନ ଦେଢ଼ ଲକ୍ଷ ଅଙ୍ଗନୱାଡୀ କର୍ମୀ ଚାକିରୀରେ ସ୍ଥାୟୀ କରିବା ଦାବି ସହ ଅନ୍ୟ ଦାବିକୁ ନେଇ ସରକାରଙ୍କୁ ଘେରିବ। ଭୁବନେଶ୍ବରର ଲୋୟର ପିଏମଜି ଛକରେ ଏମାନେ ଜମା ହୋଇ ନିଜ ହକ୍କ ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇବେ ବୋଲି କହିଛନ୍ତି ଶ୍ରୀ ମହାରାଣା। ନବରଙ୍ଗପୁରରେ ବିଏମଏସର ୧୮ତମ ତ୍ରିବାର୍ଷିକ ରାଜ୍ୟ ସମ୍ମିଳନୀ ଆସନ୍ତା ଡିସେମ୍ବର ୨୬ରୁ ୨୮ତାରିଖ ଯାଏଁ ଅନୁଷ୍ଠିତ ହେବ।
ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଶିଳ୍ପ ଓ କ୍ଷେତ୍ରରୁ ପ୍ରାୟ ୭୦୦ ଜଣ ପ୍ରତିନିଧି ଯୋଗଦେବେ। ପ୍ରଥମ ଦିନ ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ସହରରେ ଶୋଭାଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହେବ। ଘରୋଇ ସେକଟର, ସ୍ମିମ ୱାର୍କର ଓ ନିର୍ମାଣ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ପ୍ରସ୍ତାବ ପାରିତ କରାଯିବ ଏବଂ ସରକାରଙ୍କୁ ସେହି ପ୍ରସ୍ତାବ ପଠାଯିବ।
ରାଜ୍ୟବ୍ୟାପୀ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଧର୍ମଘଟ
ଆଶା, ଅଙ୍ଗନୱାଡ଼ି, ମଧ୍ୟାହ୍ନ ଭୋଜନ, ସିଆରପି, ଏମବିକେ, କୃଷିମିତ୍ର ଓ ବ୍ୟାଙ୍କମିତ୍ରଙ୍କ ଭଳି ସ୍କିମ୍ କର୍ମଚାରୀଙ୍କ ସମସ୍ୟା, ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ, ଠିକା କର୍ମଚାରୀଙ୍କ ନିଯୁକ୍ତି ଓ ଅବହେଳା, ସାମାଜିକ ସୁରକ୍ଷା, ଚାକିରି ସୁରକ୍ଷା ଏବଂ ମଜୁରୀ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ପ୍ରସ୍ତାବ ଗ୍ରହଣ କରାଯିବ। ନୂତନ ରାଜ୍ୟ କମିଟି ନିର୍ବାଚନ କରାଯିବ। ଦାଦନ ସମସ୍ୟା ବଢ଼ୁଛି। କିଏ ଦାଦନ ଯାଉଛି, ଦାଦନ ଯିବା ପରେ କଣ ଅବସ୍ଥା ହେଉଛି ତାହାର ବିବରଣୀ ଶ୍ରମବିଭାଗ ନିକଟରେ ରହୁନି ବୋଲି ଶ୍ରୀ ମହାରାଣା ଓ ରାଜ୍ୟ ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ଗଡ଼ନାୟକ କହିଥିଲେ। ନିଜେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝରଜିଲ୍ଲାର ୧୩ଜଣ ଶ୍ରମିକ ଦାଦନ ଯାଇ ମୃତ୍ୟୁ ବରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନୂଆ ସରକାର ନିର୍ବାଚନ ବେଳେ ଦେଇଥିବା ଇସ୍ତାହାରରେ ସ୍କିମ ୱାର୍କରଙ୍କୁ ସ୍ଥାୟୀ କରିବାକୁ ଘୋଷଣା କରି ଭୁଲି ଯାଇଛନ୍ତି।
ବିଧାୟକମାନେ ବିଧାନସଭାଓ ସାଂସଦ ମାନେ ସଂସଦରେ ଶ୍ରମିକଙ୍କ ନ୍ୟାର୍ଯ୍ୟ ସାମ୍ବିଧାନିକ ଅଧିକାର କଥା ଉଠାଉ ନାହାନ୍ତି। ରାଜନୈତିକ ଇଛାଶକ୍ତି ରହୁନି। ରାଜ୍ୟର ୩କୋଟି ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ନିୟମ ପ୍ରଣୟନ କରିବା କଥା। ସରକାର କରୁନାହାନ୍ତି। ଏଣୁ ବିଏମଏମଏସ ଶ୍ରମିକଙ୍କ ସ୍ବର ସାଜିବ ବୋଲି ଶ୍ରୀ ମହାରାଣା କହିଥିଲେ। ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋଇ, ରାଜ୍ୟ କୋଷାଧ୍ୟକ୍ଷ ସଞ୍ଜୟ କୁମାର ଦେହୁରୀ, ପୃଥ୍ୱୀରାଜ ପଣ୍ଡା , ଲଷ୍ମଣ ଦାସ .ରାଜ୍ୟ ସଂଗଠନ ସମ୍ପାଦକ, ଆଲୋକ ରଥ, ବିରଞ୍ଚି ଷଡ଼ଙ୍ଗୀ, ଆଶାକର୍ମୀ ସଂଘ ରାଜ୍ୟ ଉପ ସଭାନେତ୍ରୀ କମଳା ବେହେରା, ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ ,ଉପଦେଷ୍ଟା ପରମେଶ୍ୱର ବିଷୋୟୀ ଖଗେଶ୍ୱର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

1 day ago
3


