Protest: ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ନୀତି ବିରୋଧରେ ରାଜପଥକୁ ଓହ୍ଲାଇବେ ଗାଡ଼ି ମାଲିକ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ (ଇ-୨୦ ଫୁଏଲ୍) କୁ ନେଇ ଚାଲିଥିବା ବିବାଦ ଏବେ ସୋସିଆଲ ମିଡିଆରୁ ବାହାରି ପ୍ରଥମ ଥର ପାଇଁ ରାଜରାସ୍ତାକୁ ଆସିବାକୁ ଯାଉଛି। ଜଣାଶୁଣା ଉଦ୍ୟୋଗୀ ତଥା ଟିଭି ବ୍ୟକ୍ତିତ୍ୱ ତେହସିନ୍ ପୁନାୱାଲାଙ୍କ ନେତୃତ୍ୱରେ ‘ଟିମ୍ ଭାରତ ଏଗେନଷ୍ଟ ଦି ଇଥାନଲ୍ ସ୍କାମ୍’ ବ୍ୟାନରରେ ଆସନ୍ତା ରବିବାର ଅପରାହ୍ନ ୨ ଟାରେ ଦିଲ୍ଲୀର ଜନ୍ତର ମନ୍ତରଠାରେ ଏକ ବଡ଼ ଧରଣର ଜନ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଛି। 

ପୁନାୱାଲା ଦିଲ୍ଲୀ ପୁଲିସକୁ ଅନୁରୋଧ କରିଛନ୍ତି ଯେ ସେମାନଙ୍କର ଗଣତାନ୍ତ୍ରିକ ପ୍ରତିବାଦ କରିବାର ଅଧିକାରକୁ ସମ୍ମାନ ଦିଆଯାଉ, ମାତ୍ର ଯଦି ପୁଲିସ ଏହି ଆନ୍ଦୋଳନ ପାଇଁ ଅନୁମତି ନଦିଏ, ତେବେ ଶତାଧିକ ଗାଡ଼ି ଚାଳକ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ବାସଭବନ ଆଗରେ ବସି ରହି ଧାରଣା ଦେବେ ବୋଲି ସେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।

ଏହି ଆନ୍ଦୋଳନ କୌଣସି ରାଜନୈତିକ ଦଳ ଦ୍ୱାରା ହେଉନାହିଁ। ବରଂ ଦେଶର ମଧ୍ୟବିତ୍ତ ପରିବାର ଓ ସାଧାରଣ ଗାଡ଼ି ମାଲିକମାନେ ଏଥିରେ ସାମିଲ ହେଉଛନ୍ତି ଯେଉଁମାନେ ସରକାରଙ୍କ ଏହି ନୀତି ଯୋଗୁଁ ନିଜକୁ ଠକାମିର ଶିକାର ମନେ କରୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଅସଂଖ୍ୟ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଲୋକେ ଦେଖାଉଛନ୍ତି ଯେ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ଯୋଗୁଁ ଗାଡ଼ିର ମାଇଲେଜ୍ ବହୁତ କମିଯାଉଛି ଏବଂ ପୁରୁଣା ଗାଡ଼ିଗୁଡ଼ିକର ଇଞ୍ଜିନ୍ ଖରାପ ହେବା ସହ ମରାମତି ଖର୍ଚ୍ଚ ବଢ଼ୁଛି। ଏକ ରିପୋର୍ଟ ଅନୁଯାୟୀ, ଭାରତର ପ୍ରାୟ ୮୦ ପ୍ରତିଶତ ଗାଡ଼ି ଏହି ଇ-୨୦ ପେଟ୍ରୋଲ୍ ବ୍ୟବହାର ପାଇଁ ଉପଯୁକ୍ତ ନୁହନ୍ତି, ତଥାପି ସରକାର ଗ୍ରାହକଙ୍କୁ କୌଣସି ବିକଳ୍ପ ନଦେଇ ଏହାକୁ ବାଧ୍ୟତାମୂଳକ କରିଛନ୍ତି। ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ ସରକାର ଇ-୨୦ ସମ୍ବନ୍ଧୀୟ ସମସ୍ତ ବୈଷୟିକ ତଥ୍ୟ ସାର୍ବଜନୀନ କରନ୍ତୁ, ପେଟ୍ରୋଲ୍ ପମ୍ପରେ ବିନା ଇଥାନଲର ଶୁଦ୍ଧ ପେଟ୍ରୋଲର ବିକଳ୍ପ ରଖନ୍ତୁ ଏବଂ ସମସ୍ତ ପକ୍ଷଙ୍କ ସହ ଆଲୋଚନା ନକରି ଆଗକୁ ଇ-୨୫ କିମ୍ବା ଇ-୩୦ ଇନ୍ଧନ ଲାଗୁ କରିବା ଉପରେ ରୋକ୍ ଲଗାନ୍ତୁ।

ରୋହିଙ୍ଗ୍ୟାଙ୍କୁ ଘର ଦିଆଯିବ କହି ହରଦୀପ ସିଂହ ପୁରୀ ଟ୍ବିଟ କରିବା ପରେ ଏଭଳି ଯୋଜନା ନଥିବା କହିଲା ଗୃହ ମନ୍ତ୍ରାଳୟ

ଅନ୍ୟପଟେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଇଥାନଲ୍ ଯୋଗୁଁ ମାଇଲେଜରେ ବହୁତ କମ୍ ପ୍ରଭାବ ପଡ଼େ ଏବଂ ଏହା ଦ୍ୱାରା ଗାଡ଼ିର ପିକଅପ୍ ଭଲ ହୋଇଥାଏ, ମାତ୍ର ପୁନାୱାଲା ସରକାରଙ୍କ ଏହି ଯୁକ୍ତିକୁ ଅହଂକାର ବୋଲି କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଏବେ ରାଜନୀତି ମଧ୍ୟ ସରଗରମ ହୋଇଛି, ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ସରକାର ସାରା ଦେଶକୁ ଏକ ପରୀକ୍ଷାଗାର ବନାଇ ଦେଇଛନ୍ତି ଏବଂ କଂଗ୍ରେସ ନେତା ପବନ ଖେଡ଼ା ମଧ୍ୟ ଏହା ଦ୍ୱାରା ଚାଷୀମାନଙ୍କର କଣ ଲାଭ ହେଲା ସେନେଇ ପ୍ରଶ୍ନ ଉଠାଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.