Prison inside the plant: ପ୍ଲାଣ୍ଟ ଭିତରେ କାରାଗାର! ଶ୍ରମିକଙ୍କୁ ନିର୍ଯାତନା, ବିଡିପିଏଲ୍‌ ମୁଖ୍ୟ ଫାଟକରେ ଧାରଣା

8 hours ago 1
ARTICLE AD BOX

ପୁରୁଣାକଟକ: ଆଠ ଘଣ୍ଟା କାର୍ଯ୍ୟ ସମୟ। ତା’ ଅତିରିକ୍ତ ଯେଉଁ ଶ୍ରମିକ କାମ କରନ୍ତି ତାଙ୍କୁ ବିଶ୍ରାମ ମିଳେନି। ବାହାରକୁ ଖାଇଯିବା ଲାଗି ଅନୁମତି ମନା। ଟିକେ ଭୁଲ୍‌ଭଟକା ହେଲେ କାରଖାନା ଭିତରେ ଥିବା କାଳ କୋଠରି (ଅସ୍ଥାୟୀ କାରାଗାର)ରେ ବସାଇ ଦିଆଯାଏ। ଏଭଳି ଅଭିଯୋଗ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ତିିତିିରିକଟାରେ ଥିବା ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ୍‌ ଲିମିଟେଡ୍‌ (ବିଡିପିଏଲ୍‌)ରୁ ଆସିଛି। ଶ୍ରମିକଙ୍କୁ ଅକଥନୀୟ ନିର୍ଯାତନା ଅଭିଯୋଗରେ ଆଜି ବିଡିପିଏଲ୍‌ ମୁଖ୍ୟ ଫାଟକରେ ଶ୍ରମିକ ଧାରଣାରେ ବସିବା ଅଭିଯୋଗକୁ ଇନ୍ଧନ ଯୋଗାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଭିତରେ ପୂରାଇ ଦେଇନାହାନ୍ତି ଶ୍ରମିକ।

America-Iran Talk: ଆମେରିକା-ଇରାନ ଆଲୋଚନା; ଦୋହା ବୈଠକକୁ ନେଇ ଦ୍ବନ୍ଦ୍ବ

ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ୮ ଘଣ୍ଟା ଲେଖାଏଁ ତିନୋଟି ସିଫ୍ଟରେ କାମ କରିବାକୁ ପଡ଼ିଥାଏ। ଯଦି ଜଣେ ଶ୍ରମିକଙ୍କୁ ୮ ଘଣ୍ଟା ପରିବର୍ତ୍ତେ ୧୬ ଘଣ୍ଟା (ଓଭର୍‌ ଟାଇମ୍‌) କାମ କରିବାକୁ ପଡ଼େ, ସେଥିପାଇଁ ଶ୍ରମିକମାନଙ୍କୁ ବାହାରୁ ଜଳଖିଆ ନେଇ ଆସିବାକୁ ହୁଏ। ମାତ୍ର କମ୍ପାନି କର୍ତ୍ତୃପକ୍ଷ ଓ ସୁରକ୍ଷାକର୍ମୀ ବାହାରକୁ ଯିବା ପାଇଁ ଅନୁମତି ଦିଅନ୍ତି ନାହିଁ। 

ଫଳରେ ଶ୍ରମିକମାନେ ଅତିରିକ୍ତ ୮ ଘଣ୍ଟା ଭୋକ ଉପାସରେ କାମ କରିବାକୁ ବାଧ୍ୟ ହୁଅନ୍ତି। କେବଳ ସେତିକି ନୁହେଁ, ଶ୍ରମିକଙ୍କ ଖାଇବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ। ସେମାନେ ଯେଉଁ ସ୍ଥାନରେ ଖାଇଲେ ସୁରକ୍ଷାକର୍ମୀଙ୍କ ଆକ୍ରୋଶର ଶିକାର ହୁଅନ୍ତି। ଯେଉଁ ଶ୍ରମିକ ରାତି ସିଫ୍ଟରେ ସାମାନ୍ୟ ଢ଼ୋଳାଏ କିମ୍ବା କିଛି ତ୍ରୁଟି କରେ; ଡ୍ୟୁଟି ସରିବା ପରେ କମ୍ପାନି ଭିତରେ ଥିବା ଏକ କାରାଗାରରେ ୩ ଘଣ୍ଟା ବନ୍ଦୀ କରି ରଖାଯାଏ। ଉକ୍ତ ଶ୍ରମିକ କମ୍ପାନିରେ କାମ କରିବ ନା ତାକୁ ଛଟେଇ କରାଯିବ, ସେଠି ତାର ବିଚାର ହୋଇଥାଏ। ଗତକାଲି ୪୨ ଜଣ ଶ୍ରମିକଙ୍କର ଓଭର୍‌ ଟାଇମ୍‌ ଥିଲା। ସେଥିରୁ ଦୁଇ ଜଣ ଶ୍ରମିକ ସମସ୍ତଙ୍କ ପାଇଁ ଜଳଖିଆ ନେବାକୁ ବାହାରିଥିଲେ।

Alligation: ବନ ବିଭାଗର ସଚେତନତା ଅଭାବ ଅଭିଯୋଗ, ଲୋକେ ଭୟଭୀତ

ହେଲେ ସୁରକ୍ଷାକର୍ମୀମାନେ ଗେଟ୍‌ ବାହାରକୁ ଯିବାକୁ ଅନୁମତି ଦେଇନଥିଲେ। ସମସ୍ତ ଶ୍ରମିକ ଭୋକରେ ଉକ୍ତ ସିଫ୍ଟକୁ ସାରିବା ପରେ ଆଜି ସକାଳେ କମ୍ପାନି ମୁଖ୍ୟ ଫାଟକକୁ ଆସି ଧାରଣାରେ ବସି ରହିଥିଲେ। ଫଳରେ କମ୍ପାନି ଭିତରକୁ ଅନେକ ମାଲବାହୀ ଟ୍ରକ୍‌ ଯାଇ ନପାରି ବାହାରେ ଅଟକି ରହିଥିଲା। ଅପରାହ୍ଣ ୨ଟା ୪୦ରେ କମ୍ପାନିର ଏକ ପ୍ରତିନିଧି ଦଳ ଆନ୍ଦୋଳନରତ ଶ୍ରମିକଙ୍କୁ ବୁଝାସୁଝା ପୂର୍ବକ ସମସ୍ୟାର ସମାଧାନ ପାଇଁ ୧୫ ଦିନ ସମୟ ମାଗିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ଶ୍ରମ ଆଇନର ଖୋଲା ଉଲ୍ଲଂଘନ ହେଉଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ନିରବତାକୁ ନେଇ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜିର ଘଟଣା ଓ ପ୍ଲାଣ୍ଟ ପରିସରରେ ଥିବା କାରାଗାର ସଂପର୍କରେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗା କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.