Prime Minister Narendra Modi : ମୋଦୀଙ୍କ ଏକ ଝଲକ ପାଇବା ପାଇଁ ମୁଣ୍ଡ ଉପରେ ଝିଅକୁ ଛିଡ଼ା କରିଦେଲେ ବାପା

2 days ago 3
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁ ମେଟ୍ରୋର ପିଙ୍କ୍ ଲାଇନ୍‌ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାରଙ୍କ ସହ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା ମଧ୍ୟ କରିଛନ୍ତି। ଉଭୟ ନେତା ଟିକେଟ୍ କାଉଣ୍ଟରରୁ ଟିକେଟ୍ କିଣିବା ପରେ ଟ୍ରେନ୍‌ରେ ଯାତ୍ରା କରିଥିଲେ। ମୋଦୀଙ୍କ ଗସ୍ତ ପାଇଁ ରାସ୍ତାଘାଟଗୁଡ଼ିକ ବିଜେପି ପତାକାରେ ସଜ୍ଜିତ ହୋଇଥିଲା। ମୋଦୀଙ୍କ ଗୋଟିଏ ଝଲକ ପାଇବା ପାଇଁ ରାସ୍ତାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା।  

ଏହି ଭିଡରେ ଉପସ୍ଥିତ ଥିବା କଣ୍ଟେଣ୍ଟ କ୍ରିଏଟର ଶୁଭା କେରକେରା ଏକ ହୃଦୟସ୍ପର୍ଶୀ ଭିଡିଓକୁ ନିଜ କ୍ୟାମେରାରେ କୈଦ କରି ଦେଇଥିଲେ। ଯାହାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହୋଇଯାଇଛି।  


ଶୁଭା କେରକେରା ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ଜଣେ ବାପା ଝିଅକୁ ମୋଦୀଙ୍କ ଏକ ଝଲକ ଦେଖାଇବା ପାଇଁ ନିଜ ମୁଣ୍ଡ ଉପରେ ଚଢ଼ାଇ ଦେଇଥିଲେ। ଝିଅ ଜଣକ ମୋଦୀଙ୍କୁ ଦେଖି ପାରିଲା କି ନାହିଁ ମୋର ସେ ବିଷୟ‌ରେ କିଛି କହିବାର ନାହିଁ କିନ୍ତୁ ଏ ଦୃଶ୍ୟ ବାପା ଓ ଝିଅଙ୍କ ମଧ୍ୟରେ ଥିବା ସୁନ୍ଦର ସମ୍ପର୍କକୁ ସ୍ପଷ୍ଟ ଭାବେ ଦର୍ଶାଇ ଦେଉଛି।

ଏହି ହୃଦୟସ୍ପର୍ଶୀ ଦୃଶ୍ୟ ବିଷୟରେ ଶୁଭା କୁହିଛନ୍ତି, "ମୁଁ ମୋଦୀ-ଜୀଙ୍କୁ ଦେଖିପାରିଲି ନାହିଁ, କିନ୍ତୁ ଏହି ବାପା-ଝିଅଙ୍କ ଯୋଡ଼ି ପ୍ରକୃତରେ ମୋ ହୃଦୟ ଜିତି ନେଲେ।"

ଅମିତାଭଙ୍କ ବଙ୍ଗଳା ‘ଜଲ୍‌ସା’କୁ ନେଇ ପାରିବାରିକ ବିବାଦ; ଦାନପତ୍ରକୁ ଚ୍ୟାଲେଞ୍ଜ କଲେ ଭାଇ ବୋହୂ

Read Entire Article
LEFT SIDEBAR AD

Hidden in mobile, Best for skyscrapers.