Press meet: ନିଜ ସରକାରଙ୍କ ନୀତି ଓ ଦାୟିତ୍ୱକୁ ପ୍ରଧାନମନ୍ତ୍ରୀ ଆତ୍ମସମୀକ୍ଷା କରନ୍ତୁ: କଂଗ୍ରେସ

2 hours ago 1
ARTICLE AD BOX

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଲାଭଖୋର ମନୋଭାବ, କର୍ମଚାରୀଙ୍କ ଦରମା ବୃଦ୍ଧି ନକରିବା ଓ ଛଟେଇ ଭଳି ପଦକ୍ଷେପକୁ ନେଇ ସମାଲୋଚନା କରିଛନ୍ତି। କିନ୍ତୁ କର୍ପୋରେଟ୍‌ଙ୍କ ଏହି ଲାଭଲୋଭୀ ମନୋଭାବକୁ ଆଜି ଯେଉଁ ସରକାରୀ ନୀତି ଓ ରାଜନୈତିକ ସମ୍ପର୍କ ପ୍ରୋତ୍ସାହିତ କରୁଛି, ସେଥିପାଇଁ ପ୍ରଧାନମନ୍ତ୍ରୀ ନିଜେ କେତେ ଦାୟୀ, ତାହାର ଉତ୍ତର ଦେବା ଆବଶ୍ୟକ। ଫିକିର ଶତବାର୍ଷିକୀ ଉତ୍ସବରେ ଏଆଇସିସି ସଚିବ ତଥା ପଶ୍ଚିମବଙ୍ଗ କଂଗ୍ରେସ ସହ-ପ୍ରଭାରୀ ଭାବେ ନିଯୁକ୍ତ ଡ଼. ଦେବାଶିଷ ପଟ୍ଟନାୟକ ଶନିବାର ଏହା କହିଛନ୍ତି। ସେ କହିଛନ୍ତି,  କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଟିକସ ରିହାତି, ବିଭିନ୍ନ ସୁବିଧା ଓ ନୀତିଗତ ସହଯୋଗ ଦେଇ ଲାଭ ବଢ଼ାଇବାର ସୁଯୋଗ ସରକାର ଦେଉଛନ୍ତି। ନିର୍ବାଚନୀ ବଣ୍ଡ୍‌କୁ ନେଇ କର୍ପୋରେଟ୍ ଓ ରାଜନୈତିକ ଦଳ ମଧ୍ୟରେ ଅର୍ଥର ସମ୍ପର୍କ ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠିଛି। ଏପରି ସମୟରେ କର୍ପୋରେଟ୍‌ଙ୍କ ଲାଭଖୋର ମନୋଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କ ହଠାତ୍ ଉଦ୍‌ବେଗ ଏକ ରାଜନୈତିକ ନାଟକ ଭଳି ଲାଗୁଛି।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆଜି ଦେଶର ସାଧାରଣ ଲୋକ ମୁଦ୍ରାସ୍ଫୀତି, ଦରବୃଦ୍ଧି ଓ ଆୟର ଅଭାବରେ ଜୀବନ ଚଳାଇବାକୁ ସଂଘର୍ଷ କରୁଛନ୍ତି। ଛୁଞ୍ଚିଠାରୁ ଔଷଧ ପର୍ଯ୍ୟନ୍ତ ଅନେକ ସାମଗ୍ରୀର ମୂଲ୍ୟ ବଢ଼ୁଥିବା ବେଳେ କର୍ପୋରେଟ୍‌ଙ୍କ ଲାଭ ବଢ଼ୁଛି, କିନ୍ତୁ ସାଧାରଣ ଲୋକଙ୍କ କ୍ରୟକ୍ଷମତା ହ୍ରାସ ପାଉଛି। ବଡ଼ କର୍ପୋରେଟ୍‌ଙ୍କ ଋଣ ଛାଡ଼ ଓ ସୁବିଧା ଉପରେ ପ୍ରଶ୍ନ ଉଠୁଥିବା ବେଳେ ସାଧାରଣ ଲୋକଙ୍କ ମୁଣ୍ଡରେ ଋଣର ଭାର ବଢ଼ୁଛି। ଏହି ଦୁଇମୁଖୀ ଅର୍ଥନୀତି କାହା ପାଇଁ ଚାଲିଛି—କର୍ପୋରେଟ୍‌ଙ୍କ ପାଇଁ ନା ସାଧାରଣ ଜନତାଙ୍କ ପାଇଁ?

ଡ଼. ଦେବାଶିଷ ପଟ୍ଟନାୟକ ପ୍ରଶ୍ନ କରିଥିଲେ, ଯେତେବେଳେ ସରକାର କର୍ପୋରେଟ୍‌ଙ୍କୁ ଲାଭ ପାଇଁ ସୁବିଧା ଦେଉଛନ୍ତି, ନିର୍ବାଚନୀ ଅର୍ଥର ସମ୍ପର୍କ ନେଇ ପ୍ରଶ୍ନ ଉଠୁଛି ଏବଂ ସାଧାରଣ ଲୋକ ଦରବୃଦ୍ଧିରେ ହନ୍ତସନ୍ତ ହେଉଛନ୍ତି, ସେତେବେଳେ କର୍ପୋରେଟ୍‌ଙ୍କୁ ଦୋଷ ଦେଇ ପ୍ରଧାନମନ୍ତ୍ରୀ କାହାକୁ ଭ୍ରମିତ କରିବାକୁ ଚାହୁଁଛନ୍ତି? ଆଗକୁ ଚାରିଟି ରାଜ୍ୟରେ ନିର୍ବାଚନ ଥିବାରୁ ଏହା ଜନମତକୁ ପ୍ରଭାବିତ କରିବା ଓ ସରକାରଙ୍କୁ ଦାୟିତ୍ୱରୁ ମୁକ୍ତ କରିବାର ଏକ ପ୍ରୟାସ ନୁହେଁ କି? 

Congress Protest: ହାଇଦ୍ରାବାଦ ସ୍ଥିତ 'ମେଟା' କାର୍ଯ୍ୟାଳୟରେ ଯୁବ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା

କଂଗ୍ରେସ ଦାବି କରୁଛି ଯେ ସରକାର ପ୍ରାୟ ୯୦୦ କୋଟି ଟଙ୍କାର ଅବ୍ୟବହୃତ ହାତପାଣ୍ଠିର ସମ୍ପୂର୍ଣ୍ଣ ହିସାବ ସାର୍ବଜନୀନ କରନ୍ତୁ; ୪୭ଟି ନିର୍ବାଚନମଣ୍ଡଳୀରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନଥିବାର କାରଣ ସ୍ପଷ୍ଟ କରନ୍ତୁ; ପ୍ରଶାସନିକ ବିଳମ୍ବର ସମୀକ୍ଷା କରି ଦାୟିତ୍ୱ ନିର୍ଦ୍ଧାରଣ କରନ୍ତୁ; ଏବଂ ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ ସମୟସୀମା ମଧ୍ୟରେ ସମାପ୍ତ କରି ଖର୍ଚ୍ଚ ଓ ପ୍ରକଳ୍ପର ଅବସ୍ଥା ନିୟମିତ ସାର୍ବଜନୀନ କରନ୍ତୁ।

ଜନସାଧାରଣଙ୍କ ଟଙ୍କା ଜନସାଧାରଣଙ୍କ ବିକାଶ ପାଇଁ। କର୍ପୋରେଟ୍‌ଙ୍କୁ ସୁବିଧା ଦେଇ ସାଧାରଣ ଲୋକଙ୍କ ଉପରେ ଦରବୃଦ୍ଧି ଓ ଋଣର ଭାର ଲଦିବା, ଏବଂ ଓଡ଼ିଶାରେ ବିକାଶ ପାଇଁ ଆବଣ୍ଟିତ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ ନକରି ପଡ଼ିରହିବା—ଏହି ଦୁଇଟି ଚିତ୍ର ସରକାରଙ୍କ ଲୋକବିରୋଧୀ ନୀତି ଓ ଶାସନର ବିଫଳତାକୁ ସ୍ପଷ୍ଟ କରୁଛି। ସରକାର ଏହାର ଉତ୍ତର ଦିଅନ୍ତୁ ଏବଂ ଜନସାଧାରଣଙ୍କ ପ୍ରତି ନିଜ ଦାୟିତ୍ୱ ପୂରଣ କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.