President Droupadi Murmu: ଐତିହାସିକ କଟକ ବାଲିଯାତ୍ରାକୁ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

2 days ago 3
ARTICLE AD BOX

କଟକ: ବିଶ୍ବପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିବେ । ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି କଟକ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଗସ୍ତ ନେଇ ସମସ୍ତ ଚୂଡ଼ାନ୍ତ ପ୍ରସ୍ତୁତି କରାଯାଉଛି। ୨୪ ତାରିଖ ଦିନ ଅପରାହ୍ନ ୫ଟାରୁ ରାତି ୮ଟା ୧୫ ପର୍ଯ୍ୟନ୍ତ ରାଷ୍ଟ୍ରପତି କଟକରେ ରହିବାର କାର୍ଯ୍ୟସୂଚୀ ରହିଛି।  ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାଯାଇଛି।

ଏହା ପ୍ରଥମ ଘଟଣା ହେବ

ବାଲିଯାତ୍ରା ଆୟୋଜକ କଟକ ଜିଲ୍ଲା ସଂସ୍କୃତି ପରିଷଦ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଥିଲା ବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ମତି ମିଳିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ବାଲିଯାତ୍ରା ଉଦ୍‌ଘାଟନୀ ସମାରୋହରେ ଯୋଗ ଦେଲେ ଏହା ପ୍ରଥମ ଘଟଣା ହେବ। ପୂର୍ବରୁ କୌଣସି ରାଷ୍ଟ୍ରପତି ବାଲିଯାତ୍ରାରେ ସାମିଲ ହୋଇ ନଥିଲେ।

ସୂଚନାଯୋଗ୍ୟ, କଟକ ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ଠାରୁ ଆରମ୍ଭ ହେବ। ଏହି ଯାତ୍ରା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନ୍ୟ ବର୍ଷ ଭଳି ଏଥରର ବାଲିଯାତ୍ରାକୁ ଭବ୍ୟ କରିବା ପାଇଁ ରାଜ୍ୟ ସରକାର, କଟକ ଜିଲ୍ଲା ପ୍ରଶାସନ ଏବଂ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରିଦିଆଯାଇଛି।

A Patient: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚାରି ମହଲାରୁ ଡେଇଁ ପ୍ରାଣ ହରାଇଲେ ରୋଗୀ

ଏଥର ଉପର ପଡ଼ିଆ ସହ ତଳ ପଡ଼ିଆରେ ମଧ୍ୟ ବାଲିଯାତ୍ରା ଆୟୋଜନ କରାଯିବ। ବାଲିଯାତ୍ରାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଗତବର୍ଷ ତୁଳନାରେ ଚଳିତବର୍ଷ ପାର୍କିଂ ବ୍ୟବସ୍ଥା ବଢ଼ାଯିବ। ଭିଡ଼ ନିୟନ୍ତ୍ରଣ ସହ ଯାନବାହନ ପାର୍କିଂକୁ ନେଇ ପ୍ରଶାସନ ପକ୍ଷରୁ ବିଶେଷ ଯୋଜନା କରାଯାଉଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.