ARTICLE AD BOX
କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତି ପ୍ରାୟ ଦଶଟା ଠାରୁ ଜଣେ ମହିଳା ବିଷ ପାନ କରି ଜୀବନ ସହ ସଂଘର୍ଷ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ମହିଳା ଜଣକ ହେଲେ କଳାହାଣ୍ଡିଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଜଳକ୍ରୀଡ଼ା ଗ୍ରାମର ପୁଲୁ ମାଝୀଙ୍କ ସ୍ତ୍ରୀ କାଣୀଦେଇ ମାଝୀ(୫୨)।
ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା
ପୁଲୁଙ୍କ କହିବା ଅନୁଯାୟୀ ଗତକାଲି ଗୋରୁ ବାନ୍ଧିବାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥି ମଧ୍ୟରେ ସ୍ତ୍ରୀ କାଣୀଦେଇ ଘରେ ରଖିଥିବା ଘାସ ମରା ଔଷଧ ପିଇ ଦେଇ ଶୋଇ ପଡ଼ିଥିବା ସମୟରେ ହଠାତ ବାନ୍ତି କରିବାରୁ କଣ ହେଲା କଣ ହେଲା ବୋଲି ପରିବାର ଲୋକେ ପଚାରିବା ସମୟରେ ତାଙ୍କର ଘାସ ମରା ଔଷଧର ବୋତଲ ଉପରେ ନଜର ପଡ଼ିଥିଲା । କାଣୀଦେଇଙ୍କୁ ପଚାରିବାରୁ ହଁ ବୋଲି ମୁଣ୍ଡ ହଲାଇବାରୁ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେ। ସେଠାରେ କାର୍ଯ୍ୟରତ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ହେତୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

2 hours ago
1


