Pitru Paksha 2026: ଆଜିଠାରୁ ଆରମ୍ଭ ହେଲା ଶ୍ରାଦ୍ଧ ପକ୍ଷ; ଜାଣନ୍ତୁ ପ୍ରତିପଦା ଠାରୁ ସର୍ବପିତୃ ଅମାବାସ୍ୟା ପର୍ଯ୍ୟନ୍ତ କ୍ୟାଲେଣ୍ଡର

22 hours ago 3
ARTICLE AD BOX

ହିନ୍ଦୁ ଧର୍ମରେ ପୂର୍ବପୁରୁଷମାନଙ୍କୁ ସ୍ମରଣ ଓ ଶ୍ରାଦ୍ଧ ଅର୍ପଣ ପାଇଁ ପିତୃପକ୍ଷର ବିଶେଷ ମହତ୍ତ୍ୱ ରହିଛି। ପିତୃପକ୍ଷରେ ପୂର୍ବ ପୁରୁଷମାନେ ତର୍ପଣ ଏବଂ ପୀଣ୍ଡ ପାଇବାକୁ ଅପେକ୍ଷା କରିଥିବା ବିଶ୍ବାସ କରାଯାଇଥାଏ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ପକ୍ଷ ଆସନ୍ତା ଅକ୍ଟୋବର ୧୦ ତାରିଖରେ ଶେଷ ହେବ। ଏହି ୧୬ ଦିନର ଅବଧି ମଧ୍ୟରେ ଲୋକମାନେ ନିଜର ସ୍ବର୍ଗତଃ ପୂର୍ବପୁରୁଷମାନଙ୍କର ଆତ୍ମାର ଶାନ୍ତି ଏବଂ ମୁକ୍ତି ପାଇଁ ପିଣ୍ଡଦାନ, ତର୍ପଣ ଏବଂ ଦାନ-ପୂଣ୍ୟ କରିବେ। ତେବେ ଏହି ସମୟ ମଧ୍ୟରେ କେଉଁ ଦିନ କ’ଣ କରାଯିବା ଉଚିତ, ଏବାବଦରେ ଜାଣିବାର ଆବଶ୍ୟକତା ରହିଛି। 

ପାଞ୍ଜି ଅନୁସାରେ ୨୭ ସେପ୍ଟେମ୍ବରରେ ପ୍ରତିପଦା ଶ୍ରାଦ୍ଧ ପରେ ୨୮ରେ ଦ୍ୱିତୀୟା, ୨୯ରେ ଚତୁର୍ଥୀ ଓ ମହାଭରଣୀ, ୩୦ରେ ପଞ୍ଚମୀ, ୧ ଅକ୍ଟୋବରରେ ଷଷ୍ଠୀ, ୨ରେ ସପ୍ତମୀ ଓ ୩ରେ ଅଷ୍ଟମୀ ଶ୍ରାଦ୍ଧ ପାଳନ କରାଯିବ। ୪ ଅକ୍ଟୋବରରେ ନବମୀ ବା ମାତୃ ନବମୀ, ୫ରେ ଦଶମୀ ଏବଂ ୬ରେ ଏକାଦଶୀ ଶ୍ରାଦ୍ଧ ରହିଛି।

ଏହାପରେ ୭ ଅକ୍ଟୋବରରେ ଦ୍ୱାଦଶୀ ଓ ମଘା ଶ୍ରାଦ୍ଧ, ୮ରେ ତ୍ରୟୋଦଶୀ ଏବଂ ୯ ଅକ୍ଟୋବରରେ ଚତୁର୍ଦ୍ଦଶୀ ଶ୍ରାଦ୍ଧ ହେବ। ଚତୁର୍ଦ୍ଦଶୀ ତିଥିରେ ଅକାଳ ମୃତ୍ୟୁ କିମ୍ବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୂର୍ବଜଙ୍କ ପାଇଁ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। ଶେଷରେ ୧୦ ଅକ୍ଟୋବରରେ ସର୍ବପିତୃ ଅମାବାସ୍ୟା ବା ମହାଳୟା ଅମାବାସ୍ୟା ସହିତ ପିତୃପକ୍ଷ ଶେଷ ହେବ। ପିତୃପକ୍ଷରେ ଶ୍ରାଦ୍ଧ କରିବା ସମୟରେ ପୂର୍ବଜଙ୍କ ମୃତ୍ୟୁ ତିଥିକୁ ବିଶେଷ ଗୁରୁତ୍ୱ ଦିଆଯାଏ। ଧାର୍ମିକ ପରମ୍ପରା ଅନୁସାରେ ତର୍ପଣ ଓ ପିଣ୍ଡଦାନ ଦିନରେ ସ୍ନାନ କରି ପରିଷ୍କାର ବସ୍ତ୍ର ପିନ୍ଧି ଶ୍ରଦ୍ଧାର ସହ ପୂର୍ବଜଙ୍କୁ ସ୍ମରଣ କରାଯାଏ। ତର୍ପଣ ପାଇଁ ଜଳ, କଳା ରାଶି, କୁଶ ଆଦି ବ୍ୟବହାର କରିବାର ପରମ୍ପରା ରହିଛି।

Pitru Paksha: ପିତୃପକ୍ଷ ୨୦୨୬: ମୃତ୍ୟୁ ପରେ ୨୪ ଘଣ୍ଟା ମଧ୍ୟରେ କାହିଁକି ଘରକୁ ଫେରେ ଆତ୍ମା?

ଶ୍ରାଦ୍ଧ ଓ ତର୍ପଣ ପାଇଁ ଦିନର ମଧ୍ୟଭାଗକୁ ଶୁଭ ମନେ କରାଯାଏ। ବିଶେଷ କରି କୁତପ ଓ ରୋହିଣୀ କାଳରେ ଏହି କର୍ମ କରିବାର ପରମ୍ପରା ରହିଛି। ତେବେ ନିର୍ଦ୍ଦିଷ୍ଟ ସମୟ ସ୍ଥାନଭେଦରେ ପରିବର୍ତ୍ତିତ ହୋଇପାରେ। ତେଣୁ ସ୍ଥାନୀୟ ପାଞ୍ଜି ଅନୁସାରେ ସମୟ ନିଶ୍ଚିତ କରିବାକୁ କୁହାଯାଇଛି। ଧାର୍ମିକ ବିଶ୍ବାସ ଅନୁସାରେ ପିତୃପକ୍ଷ ସମୟରେ ସାତ୍ତ୍ୱିକ ଜୀବନଶୈଳୀ ଅନୁସରଣ, ଦାନପୁଣ୍ୟ ଓ ଆବଶ୍ୟକତା ଥିବା ଲୋକଙ୍କୁ ଭୋଜନ କରାଇବାକୁ ଗୁରୁତ୍ୱ ଦିଆଯାଏ। ଯେଉଁ ପୂର୍ବଜଙ୍କ ଶ୍ରାଦ୍ଧ ତିଥି ଜଣାନଥାଏ, ସେମାନଙ୍କ ପାଇଁ ୧୦ ଅକ୍ଟୋବରର ସର୍ବପିତୃ ଅମାବାସ୍ୟାରେ ଶ୍ରାଦ୍ଧ କରିବାର ବିଶେଷ ପରମ୍ପରା ରହିଛି।

ସଂକ୍ଷେପରେ ଚଳିତ ବର୍ଷର ପିତୃପକ୍ଷ

  • ସେପ୍ଟେମ୍ବର ୨୭: ପ୍ରତିପଦା ଶ୍ରାଦ୍ଧ (ତିଥି ଅନୁସାରେ ମୃତ୍ୟ ପାଇଁ)
  • ସେପ୍ଟେମ୍ବର ୨୮: ଦ୍ବିତିୟା, ମହାଭରଣୀ ଶ୍ରାଦ୍ଧ
  • ସେପ୍ଟେମ୍ବର ୨୯: ଚତୁର୍ଥୀ, ମହାଭରଣୀ ଶ୍ରାଦ୍ଧ
  • ସେପ୍ଟେମ୍ବର ୩୦: ପଞ୍ଚମୀ ଶ୍ରାଦ୍ଧ
  • ଅକ୍ଟୋବର ୧: ଷଷ୍ଠୀ ଶ୍ରାଦ୍ଧ
  • ଅକ୍ଟୋବର ୨: ସପ୍ତମୀ ଶ୍ରାଦ୍ଧ
  • ଅକ୍ଟୋବର ୩: ଅଷ୍ଟମୀ ଶ୍ରାଦ୍ଧ
  • ଅକ୍ଟୋବର ୪: ନବମୀ ଶ୍ରାଦ୍ଧ
  • ଅକ୍ଟୋବର ୫: ଦଶମୀ ଶ୍ରାଦ୍ଧ
  • ଅକ୍ଟୋବର ୬: ଏକାଦଶୀ ଶ୍ରାଦ୍ଧ
  • ଅକ୍ଟୋବର ୭: ଦ୍ବାଦଶୀ ଶ୍ରାଦ୍ଧ
  • ଅକ୍ଟୋବର ୮: ତ୍ରୟୋଦଶୀ ଶ୍ରାଦ୍ଧ
  • ଅକ୍ଟୋବର ୯: ଚତୁଦ୍ଦର୍ଶୀ ଶ୍ରାଦ୍ଧ
  • ଅକ୍ଟୋବର ୧୦: ସର୍ବପିତୃ ଅମାବାସ୍ୟା (ମହାଳୟା)

Read Entire Article
LEFT SIDEBAR AD

Hidden in mobile, Best for skyscrapers.