Petrol And Diesel Prices: ପେଟ୍ରୋଲ୍‌, ଡିଜେଲ୍‌ ଦାମ୍‌ କମାଇଲା ନାୟରା

2 hours ago 1
ARTICLE AD BOX

ନୂଆଦିଲ୍ଲୀ: ଘରୋଇ ତୈଳ ବିପଣନ କମ୍ପାନି ନାୟରା ଏନର୍ଜି ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ଯଥାକ୍ରମେ ୫ ଟଙ୍କା ଓ ୩ ଟଙ୍କାର ହ୍ରାସ କରାଯାଇଛି। ସାରା ଦେଶରେ ଥିବା ପ୍ରାୟ ୭୦୦୦ ନାୟରା ପେଟ୍ରୋଲ ପମ୍ପରେ ଗ୍ରାହକମାନେ ଆଗକୁ ଶସ୍ତାରେ ତେଲ କିଣିପାରିବେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୭୫ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇବା ପରେ ପ୍ରଥମ କମ୍ପାନି ଭାବେ ନାୟରା ଏନର୍ଜି ପେଟ୍ରୋଲ ଓ ଡିଜେଲ ଦର କମାଇଛି। ନାୟରା ଏନର୍ଜିର ପେଟ୍ରୋଲ ପମ୍ପରେ ତେଲ ଦର ବିଭିନ୍ନ ରାଜ୍ୟର ଭାଟ୍‌ ଅନୁସାରେ ଭିନ୍ନ ଭିନ୍ନ ପରିମାଣରେ ହ୍ରାସ ପାଇବ। ତେବେ ତିନି ସରକାରୀ ତୈଳ କମ୍ପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ତେଲ ଦରରେ କୌଣସି ହ୍ରାସ କରିନାହାନ୍ତି।

ଆସନ୍ତା ଦଶହରା ବେଳକୁ ଦର କମିପାରେ

କିଛି ଦିନ ପୂର୍ବେ ସେମାନେ ଚାରି ଥରରେ ପେଟ୍ରୋଲ ଓ ଡିଜେଲ ଦରରେ ପ୍ରାୟ ୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କିନ୍ତୁ ଅଶୋଧିତ ତେଲ ଦର କମିବା ପରେ ତାହାର ଲାଭ ସେମାନେ ଗ୍ରାହକଙ୍କ ନିକଟରେ ପହଞ୍ଚାଉନାହାନ୍ତି। ଅଶୋଧିତ ତେଲ ଦର ୧୦୦ ଡଲାର ଉପରେ ଥିବା ବେଳେ ଏହି ତିନି କମ୍ପାନି ଦୈନିକ ୧୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଥିଲେ। ସେହି କ୍ଷତି ଭରଣା ହେବା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ ନାହିଁ ବୋଲି ଆଶା କରାଯାଉଛି। ଯଦି ଅନ୍ତର୍ଜାତୀୟ ବଜାରରେ ତେଲ ଦର ଏଭଳି ନିମ୍ନ ସ୍ତରରେ ରହିବ ତେବେ ଆସନ୍ତା ଦଶହରା ବେଳକୁ ପେଟ୍ରୋଲ ଓ ଡିଜେଲ ଦର କମ୍‌ ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସାରା ଦେଶରେ ତିନି ସରକାରୀ ତେଲ କମ୍ପାନିର ୧ ଲକ୍ଷରୁ ଅଧିକପେଟ୍ରୋଲ ପମ୍ପରହିଛି।

Indus Waters Treaty: ପାକିସ୍ତାନର ଅଧିକାର କ୍ଷୁଣ୍ଣ ହେଲେ ୨ ଶହ କୋଟି ଲୋକଙ୍କ ସ୍ବାର୍ଥ ପ୍ରଭାବିତ ହେବ: ଭାରତକୁ ପୁଣି ବୃଥା ଧମକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.