ARTICLE AD BOX
ଅଲ ଅମେରାତ: ଏସିସି ପୁରୁଷ ୧୯ ବର୍ଷରୁ କମ ଏସିଆ କପ୍ର ଫାଇନାଲରେ ଭାରତୀୟ କ୍ରିକେଟ୍ ଟିମ୍ ଦମଦାର ପ୍ରଦର୍ଶନ କରିଛି। ଅଲ୍ ଅମରେତାରେ ୩୩୮ ରନ୍ର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ କରିଥିଲା। ଲକ୍ଷ୍ୟ ରାଜେଶ ରାୟଚନ୍ଦାନିଙ୍କ ନେତୃତ୍ବରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍ ହରାଇ ୩୩୯ ରନ୍ ସଂଗ୍ରହ କରିଛି। ଭାରତ ଏହି ମ୍ୟାଚ୍କୁ ଗୋଟିଏ ୱିକେଟ୍ରେ ବିଜୟ ହାସଲ କରି ଭାରତୀୟ ପ୍ରଶଂସକ ଏବଂ ଦର୍ଶକଙ୍କର ହୃଦୟ ଜିତିଛି। ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଛି।
ଏହି ମୁକାବିଲାରେ ଭାରତର ପ୍ରାରମ୍ଭିକ ଏବଂ ଅନ୍ତିମ ପର୍ଯ୍ୟାୟର ବ୍ୟାଟିଂ ଆକର୍ଷଣୀୟ ଥିଲା। ଅଧିନାୟକ ଲକ୍ଷ୍ୟ ଏବଂ ଆର୍ଯ୍ୟବୀର ସେହୱାଗ୍ ପ୍ରଥମ ୱିକେଟ୍ ପାଇଁ ୯୫ ରନ୍ର ଭାଗିଦାରୀ କରିଥିଲେ। ଆର୍ଯ୍ୟବୀରଙ୍କ ବ୍ୟକ୍ତିଗତ ସ୍କୋର ୫୮ ରନ୍ ଥିଲା। ସେ ୬୧ଟି ବଲ୍ ଖେଳି ୯ଟି ଚୌକା ମାରିଥିଲେ। ଭାରତ ଦ୍ବିତୀୟ ୱିକେଟ୍ ଭାବେ ଭିକେ ବିନୀତଙ୍କୁ ହରାଇଥିଲା, ଯିଏ କି ୨୧ଟି ବଲ୍ ଖେଳି ୩ଟି ଚୌକା ସହାୟତାରେ ୨୪ ରନ୍ ସଂଗ୍ରହ କରିଥିଲେ। ସେ ଆଉଟ୍ ହେଲା ବେଳକୁ ଭାରତର ସ୍କୋର ୨୪.୩ ଓଭରରେ ୧୪୯ ରନ୍ ସଂଗ୍ରହ ହୋଇ ସାରିଥିଲା। ଦଳର ସ୍ଥିତି ଭଲ ଥିଲା ଏବଂ ଭାରତର ବିଜୟ ସମ୍ଭାବନା ଅଧିକ ଦେଖାଯାଉଥିଲା। ତେବେ ମଧ୍ୟକ୍ରମରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ଦଳ ୧୭୨ ରନ୍ରେ ତୃତୀୟ, ୧୮୬ ରନ୍ରେ ଚତୁର୍ଥ, ୨୧୭ ରନ୍ରେ ପଞ୍ଚମ ଏବଂ ଷଷ୍ଠ ୱିକେଟ୍ ହରାଇଥିଲା।
ତେବେ ଭାରତ ସପ୍ତମ ୱିକେଟ୍ ଭାଇ ଏକ ଭଲ ଭାଗିଦାରୀ କରିଥିଲା। ଏହି ସମୟରେ ୧୩୧ ରନ୍ର ଭାଗିଦାରୀ ହୋଇପାରିଥିଲା। ଆର୍ଯ୍ୟନ ସାବସାନୀ ସପ୍ତମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। କାବ୍ୟ ପଟେଲ ଖାତା ଖୋଲି ପାରି ନଥିଲେ। ସେହିପରି ମନାଲ ଚୌହାନ ୪୭ ରନ୍ କରି ଆଉଟ୍ ହୋଇଥିଲେ। ସେ ୩୨ଟି ବଲ୍ ଖେଳି ୩ଟି ଚୌକା ଏବଂ ସମାନ ପରିମାଣରେ ଛକା ମାରିଥିଲେ।

2 days ago
2


