ARTICLE AD BOX
ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟକ ଅମ୍ଳାନଙ୍କ ଏକାଧିକ ନୂଆ ସିନେମା ରିଲିଜ୍ ଅପେକ୍ଷାରେ ରହିଛି। ଏଥିମଧ୍ୟରେ ରହିଛି ‘ଡେଞ୍ଜର୍ ଦେବଦାସ’। ଏହାର ଫାର୍ଷ୍ଟ ଲୁକ୍ ରୁ ସ୍ପଷ୍ଟ ହୋଇଛି ଯେ ଏହା ଏକ ଜବରଦସ୍ତ ଆକସନ୍ ଫିଲ୍ମ। ଏହି ନିର୍ଦ୍ଦେଶକ ହେଲେ ଡେଲିଭରି ବୟ, ଡେଲିଭରି ବୟ ୨, ମଟରସାଇକେଲ୍, ଡଟ୍ପେନ୍, ଶାନ୍ତି ଆପାର୍ଟମେଣ୍ଟ ଓ କାଙ୍ଗୁଲା ପରି ଛବିର ନିର୍ଦ୍ଦେଶନା ଦେଇଥିବା ଅଶ୍ବିନ ତ୍ରିପାଠୀ। ଅଶ୍ବିନ ଆଗରୁ ଶୈଳେନ୍ଦ୍ର, ବୁଦ୍ଧାଦିତ୍ୟ, ଜ୍ୟୋତି, ଅଭିଷେକ ପଣ୍ଡା, ଶୁଭାଶିଷ, ସମ୍ବିତ, ଅଭିଷେକ ଗିରି ଓ ଦୀପନ୍ବିତଙ୍କ ପରି ନାୟକଙ୍କୁ ନିଜ ସିନେମାରେ ନେଇଛନ୍ତି। ହେଲେ ପ୍ରଥମ ଥର ଲାଗି ସେ ଅମ୍ଳାନଙ୍କୁ ନେଇଛନ୍ତି ନିଜର ଏହି ସିନେମାରେ।
କେବେ ରିଲିଜ୍ ହେବ
କୁହାଯାଉଛି ଯେ, ଏହାର କଥାବସ୍ତୁ ଏଭଳି ଜଣେ ପ୍ରେମିକର କାହାଣୀ ଯିଏ ଦେବଦାସ ହେଲେ ବି ଖୁବ୍ ଭୟଙ୍କର। କିନ୍ତୁ ପ୍ରକୃତରେ କିଭଳି ରୂପରେ ଅମ୍ଳାନ ଆସିବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର। ତେବେ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଅମିତ କୁମାର ଦାଶ ଓ ପ୍ରଣବପ୍ରସନ୍ନ ରଥ। ‘ଶିକାର’ ପରେ ଏବେ ଅମ୍ଳାନଙ୍କ ପ୍ରଶଂସକମାନେ ତାଙ୍କର ଏହି ଆଗାମୀ ସିନେମାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ତେବେ ଏହା କେବେ ରିଲିଜ୍ ହେବ, ସେନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
Ambulance: ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ,, ଗର୍ଭବତୀଙ୍କୁ ବୋହି ନେଲେ ଆଶା ଦିଦି ଓ ପରିବାର ଲୋକ

1 hour ago
1


