ARTICLE AD BOX
ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା) ପକ୍ଷରୁ ଗୁରୁବାର ଦିନ ବିଶ୍ବ କୀଡ଼ା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ଭୂପେନ୍ଦ୍ର ସିଂ ପୁନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଲିମ୍ପିଆନ୍ ଦୂତି ଚାନ୍ଦ, ଅଲିମ୍ପିଆନ ଅନୁରାଧା ବିଶ୍ବାଳ, ପାରା କ୍ରୀଡ଼ାବିତ୍ ରାଖାଲ ସେଠୀ, ସୁଚିତ୍ରା ପରିଡ଼ା, ଏଭରେଷ୍ଟ ଆରୋହୀ ଗଣେଶ ଜେନା, ପୂର୍ବତନ ରଣଜୀ ଖେଳାଳି ରଶ୍ମିରଞ୍ଜନ ପରିଡ଼ା, ପାରା ଫେନସର ପୂଜାସ୍ୱିନୀ ନାୟକ ଓ କ୍ରିକେଟ୍ ପ୍ରଶିକ୍ଷକ କ୍ଷୀରୋଜ ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି ଅବସରରେ କଳାକାରମାନେ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1

