Odisha Reviews ପ୍ରମାଣଭିତ୍ତିକ ନୀତି ପ୍ରଣୟନ, କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାରକୁ ନେଇ ସଚିବସ୍ତରୀୟ ସମୀକ୍ଷା

1 hour ago 2
ARTICLE AD BOX

ଭୁବନେଶ୍ୱର: ରାଜ୍ୟର ବିକାଶ ନିମନ୍ତେ ପ୍ରମାଣଭିତ୍ତିକ ନୀତି ପ୍ରଣୟନ, ପ୍ରଶାସନରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ସହ ରାଜ୍ୟରେ ଚାଲିଥିବା ଓ ହେବାକୁ ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଛି। 

ଆଜି (ବୁଧବାର) ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସଚିବସ୍ତରୀୟ ବୈଠକରେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢ଼ୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମ୍, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏବଂ ଅନ୍ୟ ସମସ୍ତ ବିଭାଗର ଶାସନ ସଚିବ ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ରାଜ୍ୟରେ ସୁଶାସନକୁ ଅଧିକ ଫଳପ୍ରଦ, ସ୍ୱଚ୍ଛ ଓ ନାଗରିକକୈନ୍ଦ୍ରିକ କରିବା, ପ୍ରଯୁକ୍ତି ଓ ପ୍ରମାଣଭିତ୍ତିକ ନୀତି ନିର୍ମାଣକୁ ପ୍ରୋତ୍ସାହନ ଦେବା, ବିଭାଗୀୟ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ବିଭିନ୍ନ ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ଏହି ବୈଠକର ପ୍ରମୁଖ ପ୍ରସଙ୍ଗ ଥିଲା । ବୈଜ୍ଞାନିକ ଗବେଷଣା, ତଥ୍ୟ ବିଶ୍ଳେଷଣ ଏବଂ କ୍ଷେତ୍ରସ୍ତରୀୟ ପରୀକ୍ଷଣ ମାଧ୍ୟମରେ ସରକାରୀ ଯୋଜନାର ପ୍ରଭାବକୁ ଅଧିକ ସୁଦୃଢ଼ କରିବା ସହ ସମ୍ବଳର ସଠିକ୍ ବ୍ୟବହାର ଓ ଉତ୍ତମ ନୀତି ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାରେ ଶିକ୍ଷା, କୃଷି, ଶ୍ରମ, ଖାଦ୍ୟ ଯୋଗାଣ, ମହିଳା ସଶକ୍ତୀକରଣ ଓ ସୁଶାସନ କ୍ଷେତ୍ରରେ "ଜେ ପଲ୍" ସହ ଚାଲିଥିବା ସହଭାଗିତାକୁ ଆହୁରି ବିସ୍ତାର କରିବା ନେଇ ଆଲୋଚନା ହୋଇଥିଲା। ଭବିଷ୍ୟତରେ କୃଷି, ଜଳବାୟୁ ପରିବର୍ତ୍ତନ, ମହିଳା ଆର୍ଥିକ ସଶକ୍ତିକରଣ,  ପ୍ରବାସୀ ଶ୍ରମିକ, ଶ୍ରମବଜାର ଓ କୃତ୍ରିମ ବୁଦ୍ଧିମତ୍ତା ଭଳି କ୍ଷେତ୍ରରେ ଗବେଷଣା ଏବଂ ନୀତିଗତ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଅର୍ଥ ବିଭାଗ ପକ୍ଷରୁ ୩୦ ଜୁନ ୨୦୨୬ ସୁଦ୍ଧା ରାଜ୍ୟର ବ୍ୟୟ ଓ ରାଜସ୍ୱ ସ୍ଥିତିର ସମୀକ୍ଷା ହୋଇଥିଲା। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ କୃତ୍ରିମ ବୁଦ୍ଧିମତା ଆଧାରିତ ଓଡ଼ିଆ ଭାଷାର ଭଏସ୍ ବୋଟ୍ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା। ସରକାରୀ ଯୋଜନାଗୁଡିକର ହିତାଧିକାରୀଙ୍କ ସହ ଓଡ଼ିଆ ଭାଷାରେ ସିଧାସଳଖ କଥୋପକଥନ କରି ମତାମତ ସଂଗ୍ରହ, ସେବାର ଗୁଣବତ୍ତା ଆକଳନ ଏବଂ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣରେ ଏହି ବ୍ୟବସ୍ଥା ସହାୟକ । ସେହିପରି ପୁରୁଣା ହସ୍ତଲିଖିତ ରେକର୍ଡକୁ ଡିଜିଟାଲାଇଜ୍ କରି ଶାସନ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଓଡ଼ିଆ ଅକ୍ଷର ଚିହ୍ନଟ ପ୍ରଯୁକ୍ତି (ଓସିଆର)ର ସମ୍ଭାବନା ଉପସ୍ଥାପନ କରାଯାଇଥିଲା।

ଝାରସୁଗୁଡ଼ାକୁ ଏକ ସମନ୍ୱିତ ବିକାଶ ମଡେଲ୍ ଭାବେ ଗଢ଼ି ତୋଳିବା ପାଇଁ ୨୫ଟି ରଣନୀତିକ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା କରାଯାଇଥିଲା l ଏ ସମ୍ପର୍କରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ୱାନ, ଉପସ୍ଥାପନା କରିଥିଲେ l 

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏସ୍ଆଇଆର (SIR) କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା। ନିର୍ବାଚନୀ ତାଲିକାକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନଙ୍କ ସକ୍ରିୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ପବିତ୍ର ରଥଯାତ୍ରା ପରବର୍ତ୍ତୀ ସମସ୍ତ କାର୍ଯ୍ୟ ଓ ଜନସେବା ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ 'ଟିମ୍ ଓଡ଼ିଶା' ଆଭିମୁଖ୍ୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.