Odisha government preparations ନଭେମ୍ବର ୩ୟ ଓ ୪ର୍ଥ ସପ୍ତାହରେ ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ସଚିବସ୍ତରୀୟ ପ୍ରସ୍ତୁତି ବୈଠକ

1 hour ago 1
ARTICLE AD BOX

ଭୁବନେଶ୍ୱର: ନଭେମ୍ବର ୧୬ ତାରିଖରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍‌ ଏବଂ ନଭେମ୍ବର ୨୪ ଓ ୨୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ଆଜି (ଶୁକ୍ରବାର) ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

Cuttack Bali Yatra: କଟକ ବାଲିଯାତ୍ରାକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ
ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରୁ ମିଳିଥିବା ସୂଚନାନୁସାରେ,  ରାଜ୍ୟ ଗୃହ(ସ୍ୱରାଷ୍ଟ୍ର) ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ରଖିଥିଲେ। 

Vice President C. P. Radhakrishnan ବିଧାୟକମାନଙ୍କ ଏକଦିବସୀୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗଦେବେ ଉପରାଷ୍ଟ୍ରପତି
ଉପରାଷ୍ଟ୍ରପତି ନଭେମ୍ବର ୧୬ ପୂର୍ବାହ୍‌ଣ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ । ସେ ଭୁବନେଶ୍ୱରସ୍ଥିତ ମେଫେୟାର ସାନକ୍ଚୁଆରୀ କନଭେନସନ୍ ହଲ୍‌ରେ ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ । ସେଠାରେ ପ୍ରାୟ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଛି । ପରେ ମଧ୍ୟାହ୍ନରେ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଆଇକନିକ୍ ଟାୱାର (ଏକାଡେମିକ୍ ବିଲ୍ଡିଂ) ଉଦ୍‌ଘାଟନ କରି ଅପରାହ୍ନରେ ନୂଆଦିଲ୍ଲୀ  ଫେରିଯିବେ ।

Fire: ରାଷ୍ଟ୍ରପତି ଭବନ ସମ୍ମୁଖରେ ଥିବା ନର୍ଥ ବ୍ଲକରେ ଅଗ୍ନିକାଣ୍ଡ
ରାଷ୍ଟ୍ରପତି ନଭେମ୍ବର ୨୪ ତାରିଖରେ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ବାହାରି ମଧ୍ୟାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ  ପହଞ୍ଚି ଲୋକଭବନ ଯିବେ । ସେହିଦିନ ସନ୍ଧ୍ୟାରେ କଟକଠାରେ ଆୟୋଜିତ “ବାଲିଯାତ୍ରା  କଟକ ଉତ୍ସବ-୨୦୨୬” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଉତ୍ସବ ପରେ ସେ ଭୁବନେଶ୍ୱର ଫେରି ରାତ୍ର ରହଣି କରିବେ । ପରଦିନ ନଭେମ୍ବର ୨୫ ତାରିଖ ସକାଳେ ଭୁବନେଶ୍ୱରସ୍ଥିତ ଡା. ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଜାତୀୟ ହୋମିଓପାଥିକ୍ ବୈଜ୍ଞାନିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।  ଅପରାହ୍ଣରେ  ମାନ୍ୟବର ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି  ।

Droupadi Murmu: ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ବାତିଲ
ବୈଠକରେ ଉଭୟ  ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା, ସୁରକ୍ଷା ବ୍ୟବସ୍ଥା, ରହଣି, ଯାତାୟାତ, କାରକେଡ୍ ପରିଚାଳନା, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା, ଅଗ୍ନିଶମ ବ୍ୟବସ୍ଥା, ରାସ୍ତା ମରାମତି, ପରିମଳ, ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ଜଳଯୋଗାଣ, ବେରିକେଡିଂ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳ, ଓ କଟକ ଜିଲ୍ଲାପାଳଙ୍କୁ ସାମଗ୍ରିକ ଭାବେ କାର୍ଯ୍ୟକ୍ରମ ତଦାରଖ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ(ଡିଜିପି)ଙ୍କ ତତ୍ବାବଧାନରେ ଭୁବନେଶ୍ୱରରେ ପୁଲିସ୍ କମିଶନର, ଭୁବନେଶ୍ୱର-କଟକ ଏବଂ  କଟକରେ ଡିସିପି କଟକ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ ।  

ହିଂସା ପାଇଁ ବିହାର ଗସ୍ତ ବାତିଲ କଲେ ଅମିତ ଶାହ: ନୀତୀଶ କହିଲେ ହିଂସା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ
ବୈଠକରେ ଡିଜିପି ବିନୟତୋଷ ମିଶ୍ର, ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କ ସମେତ ସଂପୃକ୍ତ ସଂସ୍ଥାର ଅଧିକାରୀ ଓ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ଡିଜିପି, ଅଗ୍ନିଶମ ସେବା, ଡ ସୁଧାଂଶୁ ଷଡଙ୍ଗୀଙ୍କ ସମେତ କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ  କଟକ ମହାନଗର କମିଶନର ପ୍ରମୁଖ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.