Odisha Flood Alert ରାଜ୍ୟରେ ବନ୍ୟାସ୍ଥିତି: ୧୭ରେ ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ, ଭଦ୍ରକର ୫ ବ୍ଲକ୍‌, କେନ୍ଦୁଝର ଓ ମୟୂରଭଞ୍ଜରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

1 hour ago 2
ARTICLE AD BOX

ଭୁବନେଶ୍ବର/ଭଦ୍ରକ/ମୟୂରଭଞ୍ଜ: ରାଜ୍ୟରେ ବନ୍ୟାସ୍ଥିତି ଓ ୧୭ ତାରିଖ (ସୋମବାର) ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲ୍ଲାରେ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବନ୍ଦ କରାଯାଇଛି। ଅପରପକ୍ଷରେ ବର୍ଷା ଓ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ମଧ୍ୟ ସୋମବାର ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। 

Utkal University exam withheld

ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ସୂଚନାନୁସାରେ, (ପତ୍ର ସଂଖ୍ୟା ୨୧୪୬) ୧୭ ତାରିଖରେ ହେବାକୁ ଥିବା ୟୁଜି (+୩), ବିଏସ୍‌ସି, ଆଇଟିଏମ୍‌, କମ୍ପ୍ୟୁଟର ସାଇନ୍‌ସ ଓ ବିଏଡ୍‌(ୟୁଡିଟିଇ)ର ୪ର୍ଥ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି। ଛାତ୍ର, ଅଧ୍ୟାପକ ସଦସ୍ୟ ଓ ପରୀକ୍ଷାରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଛି। 

ବନ୍ୟା ପରିସ୍ଥିତି ଯୋଗୁଁ ଭଦ୍ରକ ଜିଲ୍ଲାର ୫ଟି ବ୍ଲକର ବିଦ୍ୟାଳୟରେ ୧୭ ତାରିଖରେ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଭଦ୍ରକଙ୍କ ନିର୍ଦ୍ଦେଶକ୍ରମେ ତା. ୧୭.୦୮.୨୦୨୬ (ସୋମବାର) ଦିନ ଜିଲ୍ଲାର ବାସୁଦେବପୁର, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଧାମନଗର ଓ ତିହିଡି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ବିଦ୍ୟାଳୟ ଗୁଡିକରେ ଛୁଟି ଘୋଷଣା କରାଯାଇଛି।

Bhadrak Flood Situation ଭଦ୍ରକରେ ବନ୍ୟା ସ୍ଥିତି: ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଅଭିଭାବକମାନଙ୍କୁ ପ୍ରଶାସନକୁ ସହଯୋଗ କରିବା ସହ ପିଲାମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଅନୁରୋଧ କରାଯାଉଛି।ଏତତବ୍ୟତୀତ, ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନଙ୍କୁ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବା ସହ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ତୁରନ୍ତ ଦାୟିତ୍ୱ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Heavy rain: ପ୍ରବଳ ବର୍ଷା ସମ୍ଭାବନା; ଅଗଷ୍ଟ ୧୭ରେ ମୟୂରଭଂଜ, କେନ୍ଦୁଝରରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ
ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ପାଇଁ ସୋମବାର ଜିଲ୍ଲାର ସମସ୍ତ ସ୍କୁଲ (୧ମରୁ ଦ୍ଵାଦଶ) ବନ୍ଦ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଘୋଷଣା କରିଛନ୍ତି।  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି (୧୭ ଅଗଷ୍ଟ) କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଯୋଗୁଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନାବଶ୍ୟକ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.