Odisha cyclone alert: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକ; ପ୍ରତି ପଞ୍ଚାୟତରେ ଡାକବାଜି ଯୋଗେ ସର୍ତ୍ତକ କରାଯିବ

1 day ago 3
ARTICLE AD BOX

ଭଞ୍ଜନଗର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଥିବା ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ସୂଚନା ଦେଇଛନ୍ତି। ଆସନ୍ତା ୧୮ ଓ ୧୯ ତାରିଖରେ ଜିଲ୍ଲାରେ ବର୍ଷା ଓ ପବନର ନେଇ ପ୍ରାକ ସୂଚନା ରହିଥିବାରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇ ଆଜି ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗର ବ୍ଳକ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବାତ୍ୟା ଓ ବନ୍ୟା ପୂର୍ବରୁ ପ୍ରାକ୍‌ ପ୍ରସ୍ତୁତି ସହ ପରିବର୍ତ୍ତି ସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ତତ୍ପର ରହିବା ସହ କୌଣସି ତ୍ରୁଟିକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଥିଲେ। ଫିଲ୍ଡରେ ସଜାଗ ରହିବା ସହ ସଠିକ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ଏଥିପୂର୍ବରୁ ବିପଦସଙ୍କୁଳ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ।                         

ଗିଡିପାବାଲି ଭୂସ୍ଖଳନ ପରେ ଏଭଳି ଅଞ୍ଚଳର ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରିବାକୁ ସେ କହିଥିଲେ। ଭଞ୍ଜନଗର ବ୍ଳକର ଗହପଦର ମିଟ୍ରିକିଆ ଗ୍ରାମବାସୀଙ୍କୁ ଆଗୁଆ ସ୍ଥାନାନ୍ତର ସହ ଉଳିଙ୍ଗିଆ ଭାଲିଙ୍ଗିଆ ଲୋକଙ୍କ ସମେତ ଜଙ୍ଗଲି ନାଳ ଆରପଟେ ରହୁଥିବା ତଡମା ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର ନେଇ ଉପଜିଲ୍ଲାପାଳ ଶ୍ରୀ ବେହେରା ଆଲୋଚନା କରିଥିଲେ।ଆଶ୍ରୟସ୍ଥଳୀରେ ପିଇବା ପାଣି,ଖାଦ୍ୟ, ଆଲୋକ ଓ ଶୌଚାଳୟ ଆଦିର ସୁବିଧା ସହ ନୋଡାଲ ଅଧିକାରୀ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ଳକ ପ୍ରଶାସନ ସମେତ କୃ‌ଷି ବିଭାଗ ପଞ୍ଚାୟତସ୍ତରରେ ମାଇକ୍ ଯୋଗେ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ଳକର ୯୮ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ଆଗୁଆ ସ୍ଥାନାନ୍ତରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗକୁ କୁହାଯାଇଥିଲା।  

Elephant death ଭଞ୍ଜନଗର ପାଇଛେଲିଆ ଜଙ୍ଗଲରୁ ମଳିଲା ହାତୀ ଛୁଆ କଙ୍କାଳ          

ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସାପକାମୁଡ଼ା ନିରୋଧୀ ଇଞ୍ଜେକ୍ସନ ସମେତ ଆବଶ୍ୟକ ଔଷଧ ମହଜୁଦ ରଖିବା, ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବା ପାଇଁ ପାଣି ଟ୍ୟାଙ୍କର ପ୍ରସ୍ତୁତ ରଖିବା,ନଳକୂପକୁ ବିଶୋଧନ ତ୍ବରାନ୍ବିତ କରିବା ଏବଂ ପାଇପ୍‌ ଲାଇନ୍ ଯାଞ୍ଚ ଓ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍, ଅଗ୍ନିଶମ,ନିର୍ମାଣ ବିଭାଗ ଉଦ୍ଧାର କାର୍ଯ୍ୟ ନେଇ ସଜାଗ ରହିବାକୁ କୁହାଯାଇଥିଲା।

ଜଳସେଚନ ବିଭାଗ ଡ୍ୟାମ ପରିଚାଳନା ସହ ଅର୍ଣ୍ଣବ ସମୟରେ ଘାଇ ହୋଇଥିବା ସ୍ଥାନକୁ ଗୁରୁତ୍ବ ଦେଇ ବାଲି ବସ୍ତା ଏବେଠାରୁ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବା ସହ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀକୁ ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟ ପାଇଁ ପ୍ରସ୍ତୁତ ସଂପର୍କରେ ଆଲୋଚନା ହୋଇଥିଲା। କୌଣସି ଅଧିକାରୀ ବିନା ଅନୁମତିରେ ସଦର ମହକୁମା ଛାଡ଼ି ନଯିବାକୁ ଉପଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଜରୁରୀକାଳୀନ ସହାୟତା ନମ୍ବର ୧୧୨କୁ ଫୋନ୍ କରି ସୂଚନା ଆଧାରରେ କାର୍ଯ୍ୟ ତ୍ବରିତ ପଦକ୍ଷେପ ନେବାକୁ ସେ କହିଥିଲେ। ଏଥିରେ ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍‌ସା ପଟ୍ଟନାୟକ,ମୁନସିପାଲିଟି ଇଓ ମୂରଲୀକୃଷ୍ଣ ପଣ୍ଡା,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.