ARTICLE AD BOX
ଭୁବନେଶ୍ୱର: ଆଜି ସାଧାରଣ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା (କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ୨୦୨୬)ର ଫଳ ପ୍ରକାଶିତ ହୋଇଛି। ରାଜ୍ୟର ୧୩୨ଟି ଶିକ୍ଷାନୁଷ୍ଠାନର ବିଭିନ୍ନ ପାଠ୍ୟକ୍ରମର ମୋଟ ୩୨ହଜାର ୩୦୯ଟି ଆସନ ନିମନ୍ତେ ୫୩ ହଜାର ୯୦୧ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ନିଜର ପରୀକ୍ଷାଫଳ ଦେଖିପାରିବେ, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ବିଭାଗ ପକ୍ଷରୁ ପ୍ରକାଶିତ ସୂଚନାନୁସାରେ, ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ଅନୁଷ୍ଠିତ ହୋଇଥିଲା। ଏହି ପ୍ରବେଶିକା ପରୀକ୍ଷା ପାଇଁ ୫୮,୬୧୩ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ୫୩,୯୦୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସର୍ବମୋଟ୍ ୫୦ଟି ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
CPET: ସିପିଇଟି ପରୀକ୍ଷା ଆବେଦନ ପାଇଁ ସମୟ ସୀମା ବୃଦ୍ଧି
ସୂଚନାଯୋଗ୍ୟ ଯେ, ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟର ୧୩୨ଟି ଉଚ୍ଚଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ୩୨,୩୦୯ଟି ସିଟ୍ ରହିଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ଆଧାରରେ କରାଯିବ। ଆଡ଼ମିଶନର ସମୟସୂଚୀ ଖୁବଶୀଘ୍ର ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

2 hours ago
1


