Nvidia CEO: ଇସ୍ତଫା ଦେଲେ ଏନ୍‌ଭିଡିଆ ସିଇଓ ଜେନସେନ୍‌ ହୁଆଙ୍ଗ, କୋଲେଟ୍‌ କ୍ରେସ୍‌ ହେଲେ କାମଚଳା ସିଇଓ

4 days ago 3
ARTICLE AD BOX

ୱାସିଂଟନ: ଦୁଇ ଜଣ ମହିଳାଙ୍କ ସହ ପରକୀୟା ପ୍ରୀତି ଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଚାପରେ ଥିବା ଆମେରିକାର ପ୍ରମୁଖ ଚିପ୍‌ କମ୍ପାନି ଏନ୍‌ଭିଡିଆର ସିଇଓ ଜେନସେନ୍‌ ହୁଆଙ୍ଗ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜେନସେନ୍‌ଙ୍କ ସ୍ଥାନରେ କମ୍ପାନିର କାର୍ଯ୍ୟନିର୍ବାହୀ ଉପସଭାପତି ତଥା ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍‌ଓ) କୋଲେଟ୍‌ କ୍ରେସ୍‌ଙ୍କୁ ଅନ୍ତରୀଣ ସିଇଓ ଭାବେ ନିଯୁକ୍ତ କରାଯାଇଛି। 

ଜଣେ ସ୍ଥାୟୀ ସିଇଓ ନିଯୁକ୍ତ ହେବା ପର୍ଯ୍ୟନ୍ତ କ୍ରେସ୍‌ ଏହି ପଦରେ କାର୍ଯ୍ୟ କରିବେ। ସ୍ଥାୟୀ ସିିଇଓ ଚୟନ କାର୍ଯ୍ୟ ବୋର୍ଡ ଆରମ୍ଭ କରିଛି। ଏଥିପାଇଁ ଉଭୟ କମ୍ପାନି ଭିତର ଓ ବାହାରର ପ୍ରାର୍ଥୀଙ୍କୁ ବିଚାରକୁ ନିଆଯିବ ବୋଲି କୁହାଯାଇଛି। ଏନ୍‌ଭିଡିଆର ସଭାପତି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବୋର୍ଡର ସଦସ୍ୟ ପଦରୁ ଜେନସେନ୍‌ ତତ୍କାଳ ଇସ୍ତଫା ଦେଇଛନ୍ତି ବୋଲି ନିର୍ଦ୍ଦେଶକ ମଣ୍ଡଳୀ ଘୋଷଣା କରିଛି। କମ୍ପାନି ପ୍ରତି ଜେନସେନ୍‌ଙ୍କ ବଳିଷ୍ଠ ଯୋଗଦାନ ରହିଛି। ଏନ୍‌ଭିଡିଆକୁ ସେ ବିଶ୍ବର ଅତ୍ୟତମ ପ୍ରଭାବଶାଳୀ ପ୍ରଯୁକ୍ତି କମ୍ପାନିରେ ପରିଣତ କରିଛନ୍ତି। ଅମାପ ଯୋଗଦାନ ପାଇଁ କମ୍ପାନି ଓ ବୋର୍ଡ ପକ୍ଷରୁ ତାଙ୍କୁ ଧନ୍ୟବାଦ ଦିଆଯାଇଛି।

Bill Gates' Allegation: ମୋ ପରକୀୟା ପ୍ରୀତି ବିଷୟରେ ଜାଣି ମୋତେ ବ୍ଲାକମେଲ୍ କରୁଥିଲେ ଏପଷ୍ଟାଇନ୍: ବିଲ୍ ଗେଟ୍ସଙ୍କ ଅଭିଯୋଗ

ଏକ ସୂତ୍ରରୁ ଜଣାଯାଇଛି ଯେ ଜେନସେନ ହୁଆଙ୍ଗଙ୍କୁ ବିଦା କରିବା ପାଇଁ ଏନ୍‌ଭିଡିଆର ବୋର୍ଡ ବୈଠକ ବୁଧବାର ହୋଇଥିଲା। ଚୀନ ମହିଳା ଆଲିସ୍‌ ହୁଆଙ୍ଗଙ୍କ ସହ ସମ୍ପର୍କ ଥିବା ଅଭିଯୋଗର ସାମ୍‌ନା କରୁଥିବା ଜେନସେନ୍‌ ହୁଆଙ୍ଗଙ୍କର କମ୍ପାନିର ଜଣେ ମହିଳା କର୍ମଚାରୀଙ୍କ ସହ ପରକୀୟା ପ୍ରୀତି ଥିବା ନେଇ ଆଜି ନୂଆ ରିପୋର୍ଟ ଆସିଥିଲା।। ଏହାର କିଛି ସମୟ ପରେ ଏନ୍‌ଭିଡିଆର ବୋର୍ଡ ‌ବୈଠକ ହୋଇଥିଲା।

୨୦୧୩ ମସିହାରେ କ୍ରେସ୍‌ ଏନ୍‌ଭିଡିଆରେ କାର୍ଯ୍ୟନିର୍ବାହୀ ଉପସଭାପତି ତଥା ମୁଖ୍ୟ ଆର୍ଥିକ ଅଧିକା‌ରୀଭାବେ ଯୋଗ ଦେଇଥିଲେ ଏବଂ ସେବେଠାରୁ ଏହି ପଦରେ କାର୍ଯ୍ୟ କର ଆସୁଛନ୍ତି। ଏନ୍‌ଭିଡିଆରେ ଯୋଗଦେବା ପୂର୍ବରୁ ସେ ସିସ୍‌କୋ ଓ ମାଇକ୍ରୋସଫ୍ଟ ସମେତ ଅନେକ ଅଗ୍ରଣୀ ପ୍ରଯୁକ୍ତି କମ୍ପାନିରେ ପାଖାପାଖି ୨୫ ବର୍ଷ କାଳ ଆର୍ଥିକ ବ୍ୟାପାର ସମ୍ଭାଳିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.