Neglect: ମୃତ ଶ୍ରମିକଙ୍କୁ ମିଳୁନି ସହାୟତା, ତଦନ୍ତ ଚାଲିଛି ବର୍ଷବର୍ଷ

1 hour ago 2
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ମୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଅନୁକୁମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି। ତଦନ୍ତ ଆଳରେ ନବରଙ୍ଗପୁର ଜିଲ୍ଲାରେ ବର୍ଷବର୍ଷ ଲାଗିଯାଉଥିବା ଅଭିଯୋଗ ଉଠିଛି। ଗତ ବର୍ଷକ ମଧ୍ୟରେ ଏଭଳି ମୃତ ଶ୍ରମିକଙ୍କ ବିଧବା ପତ୍ନୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇ ପଡ଼ିଲେଣି। 

ଦୁଇ ବର୍ଷ ତଳେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଜୀବିତ ଶ୍ରମିକଙ୍କୁ ମୃତ ଘୋଷଣା କରି ୩୨ଲକ୍ଷ ଟଙ୍କାର ହୋଇଥିବା ଅନିମିୟତତାର ଦଣ୍ଡ ଭୁଲ କରିଥିବା ଅଧିକାରୀଙ୍କୁ ସରକାର ଏଯାଏଁ ଦେଇନାହନ୍ତି। ଅପରପକ୍ଷରେ ପ୍ରକୃତ ଯୋଗ୍ୟ ବିଧବା ମହିଳାମାନେ ଏବେ ଏହି ଦଣ୍ଡ ପାଉଛନ୍ତି। ଜିଲ୍ଲାଶ୍ରମ ଅଧିକାରୀ ଓ ସହକାରୀ ଶ୍ରମ ଅଧିକାରୀମାନେ ତଦନ୍ତ ଆଳରେ ବର୍ଷ ବର୍ଷ ଧରି ଗଢ଼ାଉଥିବା ଅଭିଯୋଗ ହୋଇଛି। ଏପରିକି ୩ ସହକାରୀ ଶ୍ରମ ଅଧିକାରୀମାନେ ତଦନ୍ତ ନ କରି ମାମଲା ପକାଇ ରଖିଥିବା ଭାରତୀୟ ମଜଦୁର ସଂଘ ବି ରାଜ୍ୟ ଶ୍ରମ ସଚିବ ଓ କମିସନରଙ୍କ ନିକଟରେ ଅଭିଯୋଗ କରିଛନ୍ତି।  

ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକର ତୁମ୍ବର୍ଲା ପଂଚାୟତର ଘବରଲା ଗାଁର ସୁନୀଲ ଲଇଛନଙ୍କ ମୃତ୍ୟୁ ହୋଇ ୧୫ମାସ ହେବ। ତାଙ୍କ ପତ୍ନୀ ମାରିୟମ୍ ଲଇଛନ, ୧୨ବର୍ଷର ପୁଅ ସହ ସହାୟତା ରାଶି ପାଇଁ ଡିଏଲଓଙ୍କ ନିକଟରେ ଆବେଦନ କରି ବାରମ୍ବାର କାର୍ଯ୍ୟାଳୟକୁ ଆସି ଆସି ହାଲିଆ ହେବା ସହ ନିରାଶ ହୋଇଛନ୍ତି। 

ଚାମ୍ବର ଅଫ କମର୍ସ ନିର୍ବାଚନରେ ଅନିମିୟତତା ଅଭିଯୋଗ, ଜଣେ ନିର୍ଦ୍ଦେଶକଙ୍କ ଇସ୍ତଫା

ସେହିଭଳି କୋଷାଗୁମୁଡା ବ୍ଲକର ବଲି ଜାନୀ ନାମକ ନିର୍ମାଣ ଶ୍ରମିକର ମୃତ୍ୟୁ ପରେ ସହାୟତା ପାଇଁ ଆବେଦନ କରି ତାଙ୍କ ପତ୍ନୀ ଯମୁନା ସହାୟତା ରାଶି ପାଇଁ ଦୌଡି ଦୌଡି ନୟାନ୍ତ। ଏଭଳି ରାଇଘର ବ୍ଲକର ଜଟିଆରପାରାର ଦେବରାଜ କଲାରଙ୍କ ସହାୟତା ପାଇଁ ପତ୍ନୀ ନନ୍ଦ୍ରୀକା ବି ବାରମ୍ବାର ସହକାରୀ ଶ୍ରମ ଅଧିକାରୀ ଓ ଜିଲ୍ଲାଶ୍ରମ ଅଧିକାରୀଙ୍କ ନିକଟକୁ ଆସି ଆସି ନିରାଶ। 

ଜିଲ୍ଲା‌ରେ ଗତ ୨୦୨୪ମସିହାରୁ ଏଯାଏଁ ୧୫୮୬ଜଣ ମୃତ ଶ୍ରମିକଙ୍କ ପତ୍ନୀ ଓ ପରିବାର ପକ୍ଷରୁ ଆବେଦନ ଆସିଥିଲା। ଏଥିରୁ ୧୦୪୫ଜଣଙ୍କୁ ସହାୟତା ରାଶି ଦିଆଯାଇଛି ବୋଲି କହିଛନ୍ତି ଡିଏଲଓ ଛୋଟରାୟ ଟୁଡୁ। ତାଙ୍କ ନିକଟରେ ୩୧୯ଟି ଆବେଦନ ଓ ୪ଜଣ ସହକାରୀ ଶ୍ରମ ଅଧିକାରୀଙ୍କ ନିକଟରେ ୧୨୩ଟି ଆବେଦନ ଯାଂଚ ପାଇଁ ରହିଛି ବୋଲି କହିଛନ୍ତି ଡିଏଲଓ। ପୂର୍ବରୁ ହୋଇଥିବା ଭୁଲକୁ ଆଉ ନ ଦୋହାରାଇ, ଅବେଦନ ପରେ ସହକାରୀ ଶ୍ରମଅଧିକାରୀ ମାନେ ଯାଂଚ କରି ରିପୋର୍ଟ ଦେବା ପରେ ବି ଡିଏଲଓ ନିଜେ ଯାଂଚ କରି ୯୫ଟି ଆବେଦନକୁ ନାକଚ କରିଥିବା କହିଛନ୍ତି। 

ଏପରିକି ଲୋକେ ମରିଯିବା ପରେ ପଞୀକରଣ କରି ମୃତ କ୍ଷତିପୂରଣ ପାଇଁ ଆବେଦନ ୨୦ଟି ଆସିଥିବା  ଡିଏଲଓ ଚିହ୍ନଟ କରିଥିବା କହିଛନ୍ତି। ଶ୍ରମିକ ପଂଜୀକରଣ, ନବୀକରଣ ଓ ବିଭିନ୍ନ ସହାୟତା ପାଇଁ ବ୍ୟାପକ ଜାଲ୍‌ ସଂଦେହ ହେଉଥିବାରୁ ବ୍ୟକ୍ତିଗତ ଭାବେ ଆ‌ବେଦନକାରୀଙ୍କୁ ହାଜର ହେବାକୁ କୁହାଯାଉଛି। ଦାଦନ ଖଟିବାକୁ ଯାଇଥିଲେ ଭିଡିଓ କଲ ମାଧ୍ୟମରେ ଉପସ୍ଥିତ ହେବାକୁ କୁହାଯାଉଛି ବୋଲି କହିଛନ୍ତି ଡିଏଲଓ। ୬୨୦୦ଟି ଆବେଦନର ଯାଂଚ ବେଳେ ସଂଦେହ ହେବାରୁ ବିଭିନ୍ନ କାଗଜପତ୍ର ମାଗିବା ସହ ବ୍ୟକ୍ତିଗତ ଉପସ୍ଥିତ ହୋଇ କାଗଜଦାଖଲ କରିବା ଭୁଲ କି ବୋଲି କହିଛନ୍ତି  ସହକାରୀ ଶ୍ରମ ଅଧିକାରୀ ସଂଗ୍ରାମ ଭୁମିଆ, ମୀନା କୁମାରୀ ମାଝୀ ଓ ମାନସ କୁମାର ଖୋସ୍ଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.