Neglect: ବିପଦ ସଂକୁଳ କାଠପୋଲରେ ଚାଲିଛି ସିତାପଡ଼ି ଗ୍ରାମବାସୀଙ୍କ ଜୀବନ

1 hour ago 3
ARTICLE AD BOX

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲାରେ ଆଜି ବି ବହୁ ଗ୍ରାମକୁ ରାସ୍ତା ନାହିଁ। ରାସ୍ତା ତ ଦୂରେ ଥାଉ ଚାଲିଯିବାକୁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ଏମିତି ଗାଁ ଅଛି ଯେଉଁଠି ବିପଦ ସଂକୁଳ ଅବସ୍ଥାରେ ଲୋକ ଯାତାୟତ କରୁଛନ୍ତି। ପୁଣି ଦୀର୍ଘ ବର୍ଷ ଧରି। ଏହିଭଳି ଏକ ଗାଁର ଦୃଶ୍ୟ ଦେଖୁବାକୁ ମିଳିଛି କ.ନୂଆଗାଁ ବ୍ଲକ ବଣ୍ଡଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ୯ ନମ୍ବର ୱାର୍ଡ  ବିଲାବାଡ଼ିର ସୀତାପଡ଼ି ଗ୍ରାମରେ। 

ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଦୀର୍ଘଦିନ ଧରି ଲାଗି ରହିଛି। ଗ୍ରାମରେ ୧୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ଗ୍ରାମକୁ ଯାତାୟାତ ପାଇଁ ଥିବା ନାଳ ଉପର ପୋଲ ଦୀର୍ଘ ପ୍ରାୟ ୧୫ ବର୍ଷ ହେଲା ଭାଙ୍ଗି ପଡ଼ିଛି। ହେଲେ ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ମରାମତି କିମ୍ବା ନୂତନ ପୋଲ ନିର୍ମାଣ ହୋଇପାରିନାହିଁ। ପୋଲ ନଥିବାରୁ ଗ୍ରାମବାସୀଙ୍କୁ ବର୍ଷା ଦିନରେ ନାଳ ପାର ହେବା ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି। ପ୍ରତିବର୍ଷ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ଏକତ୍ରିତ ହୋଇ ଅସ୍ଥାୟୀ କାଠ ପୋଲ ନିର୍ମାଣ କରି ଯାତାୟାତ କରୁଥିଲେ। କିନ୍ତୁ ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ କାଠ ପୋଲଟି ମଧ୍ୟ ଭାଙ୍ଗିଯାଇଛି। ଫଳରେ ଛୋଟ ପିଲା, ବୃଦ୍ଧ, ମହିଳା ଓ ରୋଗୀମାନଙ୍କ ଯାତାୟାତ ଅଧିକ ଦୁର୍ବିଷହ ହୋଇପଡ଼ିଛି। 

Neglect: ବିପଦ ସଂକୁଳ କାଠପୋଲ ଭରସାରେ ବିଅରପାଙ୍ଗାବାସୀ

ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା, ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ଏବଂ ଦୈନନ୍ଦିନ ଆବଶ୍ୟକତା ପାଇଁ ଯାତାୟାତ କରିବା ଗ୍ରାମବାସୀଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ବର୍ଷା ସମୟରେ ନାଳରେ ପାଣି ବଢ଼ିଲେ ଗ୍ରାମବାସୀଙ୍କ ଯାତାୟାତ ପ୍ରାୟ ବିଚ୍ଛିନ୍ନ ହୋଇଯାଉଛି। ଏନେଇ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗ୍ରାମର ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସରିତା ପ୍ରଧାନ, ସୁନାଫୁଲ ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ରୋସବତୀ ଦିବାଲା, ଗୀତାଞ୍ଜଳୀ ପାତ୍ର, ମାନିନୀ ପ୍ରଧାନ, ପାର୍ବତୀ ଦିବାଲା ଓ ଆଲୋକ ଚନ୍ଦ୍ର ପ୍ରଧାନଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.