Neglect: ଚିକିତ୍ସାଳୟରେ ଆମ୍ବୁଲାନ୍ସ ବ୍ୟାହତ, ଚିନ୍ତାରେ ରୋଗୀ ଓ ସମ୍ପର୍କୀୟ

4 hours ago 1
ARTICLE AD BOX

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ରୋଗୀଙ୍କ ଜୀବନ ସହିତ ଖେଳୁଛି ୧୦୮ ଆମ୍ବୁଲାନ୍ସ ସେବା। ରେଫର କାଗଜ ଧରି ଘାଣ୍ଟି ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ମୟୂରଭଂଜ ଜିଲ୍ଲାରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ।

ଏଠାରେ ଅଧିକାଂଶ ସମୟରେ ଅଭାବକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ଚିନ୍ତା ବଢ଼ିଛି। ରେଫର୍ ପରେ ସମୟରେ ଆମ୍ବୁଲାନ୍ସ ନମିଳିବାରୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ହୋଇଛି। ବିଶେଷକରି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏଭଳି ବିଳମ୍ବ ସମସ୍ୟାକୁ ଆହୁରି ଗମ୍ଭୀର କରିଦେଉଛି। 

ଅଧିକ ଆମ୍ବୁଲାନ୍ସ ବ୍ୟବସ୍ଥା ଦାବି
ତେବେ ଆମ୍ବୁଲାନ୍ସ ଚାଳକଙ୍କ କହିବା ଅନୁଯାୟୀ, ରୋଗୀଙ୍କୁ ବାରିପଦା ନେବା ପରେ ଆମ୍ବୁଲାନ୍ସକୁ ତୁରନ୍ତ ରାଇରଙ୍ଗପୁର ଫେରାଇ ନଆଣି ବାରିପଦା ଅଞ୍ଚଳରେ ରୋଗୀ ପରିବହନ ପାଇଁ ନିୟୋଜିତ କରାଯାଉଥିବାରୁ ଏଭଳି ସମସ୍ୟା ଦେଖାଦେଉଛି। ଅଧିକ ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ରୋଗୀ ସମ୍ପର୍କୀୟମାନେ ଦାବି କରିଛନ୍ତି। ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରୁ ରେଫର୍ ହେଉଥିବା ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ନେବା ପାଇଁ ଆମ୍ବୁଲାନ୍ସ ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀ ସମ୍ପର୍କୀୟ। ରୋଗୀଙ୍କ ସମ୍ପର୍କୀୟମାନେ ୧୦୮କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତୁରନ୍ତ ଆମ୍ବୁଲାନ୍ସ ମିଳୁନଥିବା କହିଛନ୍ତି। କେତେକ କ୍ଷେତ୍ରରେ ରେଫର୍ କାଗଜ ଧରି ୬ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ହୋଇଛି।

ରାଇରଙ୍ଗପୁରରେ ଆମ୍ବୁଲାନ୍ସର କୃତ୍ରିମ ଅଭାବ
ଅନ୍ୟପକ୍ଷରେ ଆମ୍ବୁଲାନ୍ସ ଚାଳକମାନଙ୍କ କହିବା ଅନୁଯାୟୀ, ରାଇରଙ୍ଗପୁରରୁ ରୋଗୀଙ୍କୁ ବାରିପଦା ବଡ଼ଡାକ୍ତରଖାନାକୁ ନେବା ପରେ ଆମ୍ବୁଲାନ୍ସଗୁଡ଼ିକୁ ତୁରନ୍ତ ରାଇରଙ୍ଗପୁର ଫେରାଇ ଦିଆଯାଉନାହିଁ। ବାରିପଦା ଅଞ୍ଚଳରେ ରୋଗୀ ପରିବହନ ପାଇଁ ସେଗୁଡ଼ିକୁ ନିୟୋଜିତ କରାଯାଉଥିବାରୁ ରାଇରଙ୍ଗପୁରରେ ଆମ୍ବୁଲାନ୍ସ ଅଭାବ ଦେଖାଦେଉଛି ବୋଲି ସେମାନେ କହିଛନ୍ତି। ବାମନଘାଟି ଉପଖଣ୍ଡର ବିଭିନ୍ନ ବ୍ଲକ ସମେତ ପଡ଼ୋଶୀ ଝାରଖଣ୍ଡ ଅଞ୍ଚଳରୁ ମଧ୍ୟ ବହୁ ସଂଖ୍ୟକ ରୋଗୀ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି। ଏଭଳି ସ୍ଥିତିରେ ଜରୁରୀ ସମୟରେ ଆମ୍ବୁଲାନ୍ସ ନମିଳିବା ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ତେଣୁ ରାଇରଙ୍ଗପୁରରେ ଅଧିକ ସଂଖ୍ୟକ ଆମ୍ବୁଲାନ୍ସ ଯୋଗାଇବା ସହ ଆମ୍ବୁଲାନ୍ସଗୁଡ଼ିକୁ ଏଠାରେ ଉପଲବ୍ଧ ରଖିବାକୁ ଦାବି ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ ରାମହରୀ ପାତ୍ର,ବୁନା ପାତ୍ରଙ୍କ ସମେତ ଅନ୍ୟମାନେ। ତେବେ ଉପଖଣ୍ଡର ବିଭିନ୍ନ ହସ୍ପିଟାଲ୍ମୋଲ ର ମୋଟ ୧୨ଟି ଆମ୍ବୁଲାନ୍ସରୁ ୫ ଟି ଆମ୍ବୁଲାନ୍ସ ଅଚଳ ଥିବା ସୂଚନା ମିଳିଛି। ଏପରିକି କିଛି ଆମ୍ବୁଲାନ୍ସ ଅଚଳ ହୋଇ ମାସ ମାସ ଧରି ହସ୍ପିଟାଲ ପଛ ପଟେ ପଡ଼ିରହିଛି।

ABVP Protest ରାଇରଙ୍ଗପୁର କଲେଜରେ ବିଭିନ୍ନ ସମସ୍ୟା ନେଇ ଏବିଭିପିର ଧାରଣା, ୧୫ ଦିନରେ ସମାଧାନ ପ୍ରତିଶ୍ରୁତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.