ARTICLE AD BOX
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ପାଣିରେ ଚାଲିଛି ବ୍ୟବସାୟ, ହେଲେ ଜଳକର ଦେବାକୁ ନାରାଜ ୬୪ଟି ବ୍ୟାବସାୟିକ ସଂସ୍ଥା। ବିନା ଚୁକ୍ତିରେ ପାଣି ବ୍ୟବହାରଠାରୁ ଆରମ୍ଭ କରି ଜଳକର ଆଦାୟରେ ଅସହଯୋଗ ଓ ଫ୍ଲୋ ମିଟର ସ୍ଥାପନ କରୁନାହାନ୍ତି। ଏଥିଯୋଗୁଁ ବୁର୍ଲା ଜଳସେଚନ ବିଭାଗ କୋଟି କୋଟି ଟଙ୍କାର କ୍ଷତି ସହୁଛି। ବାରମ୍ବାର ତାଗିଦ ସତ୍ତ୍ୱେ ରାଜସ୍ୱ ଆଦାୟରେ ସଫଳତା ନ ମିଳିବାରୁ ଶେଷରେ ସମ୍ବଲପୁର ଜିଲ୍ଲାପାଳଙ୍କ ସହଯୋଗ ଲୋଡ଼ିଛନ୍ତି ବୁର୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ।
Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍କୋର୍ଟ
ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରୁ ୧୧୨ଟି ଶିଳ୍ପ ଓ ବ୍ୟାବସାୟିକ ସଂସ୍ଥା ପାଣି ବ୍ୟବହାର କରୁଛନ୍ତି। ଚୁକ୍ତି ଅନୁସାରେ ଏହି ସଂସ୍ଥାଗୁଡ଼ିକଠାରୁ ବାର୍ଷିକ ୨୨ କୋଟି ଟଙ୍କା ରାଜସ୍ୱ ମିଳିବା କଥା। ଏଯାବତ୍ ବିଭାଗ ୧୦ କୋଟି ଟଙ୍କା ଆଦାୟ କରିଛି। ଅନ୍ୟପକ୍ଷରେ ୨୧ଟି ବଡ଼ ହୋଟେଲ, ୩୫ଟି ରାଇସ୍ ମିଲ୍ ଓ ୮ଟି ନର୍ସିଂହୋମ୍ ଜଳସମ୍ପଦ ବିଭାଗର ଅନୁମତି ନ ନେଇ ଏବଂ ଜଳକର ପୈଠ ନ କରି ବିନା ଚୁକ୍ତିରେ ପାଣି ଚୋରି କରୁଛନ୍ତି। ଏହି ତାଲିକାରେ ହୋଟେଲ ନିକି, ରୁଦ୍ରାକ୍ଷ, ଭୋଳାଶଙ୍କର, ଅନ୍ନପୂର୍ଣ୍ଣା ଭଳି ବଡ଼ କାରଖାନା ଓ ରାଇସ୍ ମିଲ୍ ରହିଛନ୍ତି। ଏହି ସଂସ୍ଥାଗୁଡ଼ିକ କୋଟି କୋଟି ଟଙ୍କାର ବ୍ୟବସାୟ କରୁଥିବା ସତ୍ତ୍ୱେ ଜଳକର ପୈଠ କରୁନାହାନ୍ତି। ବିଭାଗୀୟ ଅଭିଯୋଗ ଅନୁସାରେ, ୨୦୨୩ ମସିହାରୁ ରାଇସ୍ ମିଲ୍ଗୁଡ଼ିକ ଜଳକର ପୈଠ କରୁନାହାନ୍ତି। ବକେୟା ଟଙ୍କା ଆଦାୟ ପାଇଁ ଅଧିକାରୀମାନେ ବାରମ୍ବାର ତାଗିଦ କରିବା ସହ ଚିଠି ଲେଖୁଛନ୍ତି ଏବଂ ପରିଦର୍ଶନ ମଧ୍ୟ କରୁଛନ୍ତି। ତଥାପି ସ୍ଥିତିରେ ସୁଧାର ଆସୁନାହିଁ। ଓଲଟା ଜଳକର ଦାବି କରିବାରୁ ବିଭାଗୀୟ ଅଧିକାରୀଙ୍କୁ ଧମକ ଦିଆଯାଉଥିବା ଚିଠିରେ ଉଲ୍ଲେଖ ରହିଛି। ଜଳ ବ୍ୟବହାରର ଠିକ୍ ହିସାବ ରଖିବା ପାଇଁ ଆଇଓଟି ଆଧାରିତ ଫ୍ଲୋ ମିଟର ସ୍ଥାପନକୁ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ୬୦ଟି ଶିଳ୍ପସଂସ୍ଥା ମଧ୍ୟରୁ ୫୬ଟିରେ ଏହି ବ୍ୟବସ୍ଥା ସ୍ଥାପନ ହୋଇନାହିଁ। ଫଳରେ ସଂସ୍ଥାଗୁଡ଼ିକ ପ୍ରକୃତରେ କେତେ ପରିମାଣର ପାଣି ବ୍ୟବହାର କରୁଛନ୍ତି, ତାହାର ଠିକ୍ ଆକଳନ କରିବା ସମ୍ଭବ ହେଉନାହିଁ। ଏହା ଜଳକର ନିର୍ଦ୍ଧାରଣ ଓ ରାଜସ୍ୱ ଆଦାୟ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରୁଛି।
ପାଣି ଚୋରି କରୁଛନ୍ତି ୬୪ ବ୍ୟାବସାୟିକ ଅନୁଷ୍ଠାନ
ଫ୍ଲୋ ମିଟର ଲଗାଉନାହାନ୍ତି ୫୬ କାରଖାନା
ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ଜଳସେଚନ ବିଭାଗ
Khosla Electronics: ପଟିଆରେ ଖୋସଲା ଇଲେକ୍ଟ୍ରୋନିକ୍ସର ସୋରୁମ୍
ଗତ ଅଗଷ୍ଟ ୧୦ ଓ ୧୧ ତାରିଖରେ ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ସମସ୍ତ ଜଳ ବ୍ୟବହାରକାରୀ ସଂସ୍ଥାରେ ଶତପ୍ରତିଶତ ଆଇଓଟି ଫ୍ଲୋ ମିଟର ସ୍ଥାପନ ଏବଂ ନିର୍ଦ୍ଧାରିତ ସମୟରେ ଜଳକର ଆଦାୟ ସୁନିଶ୍ଚିତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସେପ୍ଟେମ୍ବର ୧୮ ତାରିଖରେ ଅନୁଷ୍ଠିତ ବରିଷ୍ଠ ଅଧିକାରୀଙ୍କ ବୈଠକରେ ମଧ୍ୟ ସେ ଏହି ନିର୍ଦ୍ଦେଶର ପୁନରାବୃତ୍ତି କରିଥିଲେ। ନିୟମ ପାଳନ ଓ ଜଳକର ଆଦାୟ ପାଇଁ ତୁରନ୍ତ ମିଳିତ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଥିଲା। ଏ ସମ୍ପର୍କରେ ସଂପୃକ୍ତ କାରଖାନାଗୁଡ଼ିକୁ ମଧ୍ୟ ଅବଗତ କରାଯାଇଥିଲା। ବାରମ୍ବାର ଉଦ୍ୟମ ସତ୍ତ୍ୱେ ଜଳକର ଆଦାୟ ଓ ଫ୍ଲୋ ମିଟର ସ୍ଥାପନରେ ସଫଳତା ମିଳୁନଥିବାରୁ ବୁର୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସମ୍ବଲପୁର ଜିଲ୍ଲାପାଳଙ୍କୁ ଚିଠି ଲେଖି ସହଯୋଗ ମାଗିଛନ୍ତି। ଏହି ପତ୍ରର ନକଲ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ, ମୁଖ୍ୟଯନ୍ତ୍ରୀ, ମହାନଦୀ ଅବବାହିକା ପରିଚାଳକ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପଠାଯାଇଛି। ଏଥିସହ ଜିଲ୍ଲା ଶିଳ୍ପକେନ୍ଦ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜନସ୍ୱାସ୍ଥ୍ୟ ବିଭାଗ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ମଧ୍ୟ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି।

1 hour ago
1


