National Doctors' Day: ଜାତୀୟ ଡାକ୍ତର ଦିବସରେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର: ଅନିର୍ଦ୍ଦିଷ୍ଟ କାଳ ପାଇଁ ରୋଗୀ ସେବା ବନ୍ଦ

6 hours ago 1
ARTICLE AD BOX

ଭୁବନେଶ୍ବର/କଟକ: ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ ହୋଇଯିବ। ୧୦ ଦଫା ଦାବି ନେଇ ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍‌ସା)ର ଆହ୍ବାନକ୍ରମେ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ। ଗତ ଦେଢ଼ବର୍ଷ ହେବ ରାଜ୍ୟ ସରକାର ଡାକ୍ତରଙ୍କ କୌଣସି ଦାବି ପୂରଣ ଦିଗରେ ପଦକ୍ଷେପ ନେଉ ନଥିବାରୁ ଓମ୍‌ସା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ରାଜ୍ୟରେ ସ୍ବାସ୍ଥ୍ୟସେବା ଭୀଷଣ ଭାବେ ବ୍ୟାଘାତ ହେବାର ଆଶଙ୍କା ପ୍ରକାଶ ପାଇଛି।

Absent doctors ନିଯୁକ୍ତ ପାଇ କାମ କରୁନଥିଲେ ୧୨୮ଜଣ ଡାକ୍ତର, ଏବେ ହରାଇବେ ଚାକିରି!

ଜାତୀୟ ଡାକ୍ତର ଦିବସରେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର
‘ଓମ୍‌ସା’ ଦାବିକୁ ସମର୍ଥନ ଜଣାଇଲା ଏସ୍‌ସିବି ଜୁନିୟର ଡାକ୍ତର ସଂଘ

ଜୁଲାଇ ପହିଲା ବା ଡାକ୍ତର ଦିବସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା। ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓମ୍‌ସା ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଥିଲେ। ମାତ୍ର ରାଜ୍ୟ ସରକାରଙ୍କ କଥାରେ ଭରସା ନ ଥିବାରୁ ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଆଜି ବିଳମ୍ବିତ ରାତିରେ ଓମ୍‌ସାର ଆକ୍ସନ କମିଟିର ଏକ ଜରୁରୀ ବୈଠକ ବସିଥିଲା। ବୈଠକ ପରେ ଓମ୍‌ସା ସଭାପତି ଡା. କିଶୋର ମିଶ୍ର ଓ ସାଧାରଣ ସଂପାଦକ ଡା.ସଞ୍ଜୀବ ପ୍ରଧାନ କହିଛନ୍ତି, ପୂର୍ବରୁ ଆନ୍ଦୋଳନ ନେଇ ଯେଉଁ ନିଷ୍ପତ୍ତି ହୋଇଥିଲା ଆଜିର ବୈଠକରେ ତାହା କାଏମ ରହିଛି। ଡାକ୍ତରଙ୍କ ଦାବିର ସମାଧାନ ପାଇଁ ରାଜ୍ୟ ସରକାର ଯେଉଁ କମିଟି ଗଠନ କରିଥିଲେ, ସେ ବୈଠକ ବସିପାରିଲା ନାହିଁ। ପ୍ରତିବାଦ କରୁଥିବା ଡାକ୍ତରଙ୍କ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତା’ ହେଲେ ପ୍ରଥମେ ଜିଲ୍ଲାସ୍ତରରେ ଏସ୍‌ପି କିମ୍ବା ସ୍ଥାନୀୟ ପୁଲିସ ଥାନା କାର୍ଯ୍ୟାଳୟ ଘେରାଉ କରାଯିବ। ପରେ ଜେଲ୍‌ଭରୋ ଆନ୍ଦୋଳନ ଲାଗି ଓମ୍‌ସା ପକ୍ଷରୁ ଚେତାବନୀ ଦିଆଯାଇଛି। 

Doctor: ଆରପାରିରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଞ୍ଜଳି ସେନାପତି

ଅପରପକ୍ଷରେ ଓମ୍‌ସା ପକ୍ଷରୁ ଘୋଷଣା ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଛି କଟକ ଏସ୍‌ସିବି ମେଡିକାଲ ଜୁନିୟର ଡାକ୍ତର ସଂଘ (ଜେଡିଏ)। ଜେଡିଏର ସଦସ୍ୟମାନେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡାକ୍ତରଙ୍କ ଦାବିକୁ ସରକାର ତୁରନ୍ତ ବିଚାର କରି ସମାଧାନ କରନ୍ତୁ। ନଚେତ୍‌ ଜେଡିଏ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଘୋଷଣା କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.