ARTICLE AD BOX
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସାଧାରଣ ନାଲି ରଙ୍ଗର ମହାବଳ ବାଘ ‘ସେଫ୍’ ବାର୍ଦ୍ଧକ୍ୟ କାରଣରୁ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାକୁ ୧୬ ବର୍ଷ ବୟସ ହୋଇଥିଲା। ସେ ଗତ ଅକ୍ଟୋବର ମାସରୁ ଚିକିତ୍ସାଧୀନ ଥିଲା। ତା’ର ଦାନ୍ତ ଦୁର୍ବଳ ହୋଇଯାଇଥିବାରୁ ଭଲ ଭାବରେ ମାଂସ ଚୋବାଇ ଖାଇପାରୁ ନଥିଲା। ସେଥିଲାଗି ତାକୁ ଅଣ୍ଡାକୁ ଭାଙ୍ଗି ଖାଇବାକୁ ଦିଆଯାଉଥିଲା। ସେ ଧିରେ ଧିରେ କମ୍ ଖାଦ୍ୟ ଖାଇବା ସହ ଦୁଇ ଦିନ ହେବ ଖାଇବା ଛାଡ଼ି ଦେଇଥିଲା। ଦୁର୍ବଳ ହୋଇ ଆଖି ଭିତରକୁ ପଶି ଯାଇଥିଲା। ତାକୁ ପ୍ରଥମେ ଆଣ୍ଟିଷ୍ଟ୍ରେସ୍ ଓ ଭିଟାମିନ ଔଷଧ ଦିଆଯାଇ ଚିକିତ୍ସା କରାଯାଉଥିଲା। ଦୁଇ ଦିନ ହେଲା ଖାଦ୍ୟ ଛାଡ଼ିବାରୁ ସାଲାଇନ୍ ଲଗାଯାଇଥିଲା। ହେଲେ ଚିକିତ୍ସା ସତ୍ତ୍ୱେ ତା’ର ମୃତ୍ୟୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ କରି ପୋଡ଼ି ଦିଆଯାଇଛି।
State of Democracy: ଗଣତନ୍ତ୍ରର ହାଲ୍: ହଜୁଛି ପୁସ୍ତକ, କମୁଛି ବୌଦ୍ଧିକ ଗଭୀରତା
ସୂଚନାଯୋଗ୍ୟ, ‘ସେଫ୍’କୁ ୨୦୧୧ ସେପ୍ଟେମ୍ବର ୨୪ ତାରିଖରେ ହାଇଦ୍ରାବାଦର ବାହାଦୂରପୁରାସ୍ଥିତ ନେହରୁ ଜୁଲୋଜିକାଲ ପାର୍କରେ ଭୀମା ଓ ଅପନ୍ନା ନାମକ ବାଘ ଓ ବାଘୁଣୀଙ୍କ ମିଳନରୁ ଜନ୍ମଲାଭ କରିଥିଲା। ତାକୁ ୨୦୧୬ ଡିସେମ୍ବର ୭ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା। ଏଠାକୁ ଆସିବା ପରେ ସେ ଧଳା ରଙ୍ଗର ଦୁଇ ବାଘୁଣୀ ସ୍ନେହା ଓ ବିଜୟାଙ୍କ ସହିତ ମିଳନ କରି ବଂଶବୃଦ୍ଧିରେ ସହାୟକ ହୋଇଛି। ସାଧାରଣତଃ ବାଘମାନଙ୍କର ପରମାୟୁ ୧୨ ବର୍ଷ ରହିଥିବା ପ୍ରାଣୀ ବିଜ୍ଞାନୀଙ୍କ ମତ ରହିଥିବା ବେଳେ ୧୬ ବର୍ଷ ବୟସରେ ତା’ର ମୃତ୍ୟୁ ହୋଇଛି।

1 hour ago
1


