Gajapati Inscription: ତାମିଲନାଡ଼ୁରୁ ମିଳିଲା ଗଜପତିଙ୍କ ଶିଳାଲେଖ: କପିଳେନ୍ଦ୍ର ଦେବଙ୍କ ରାଜୁତି ଦକ୍ଷିଣକୁ ପରିବ୍ୟାପ୍ତ ଥିଲା

1 day ago 3
ARTICLE AD BOX

ପୁରୀ: ତାମିଲନାଡୁର ବିଲୁପୁରମ୍ ଜିଲ୍ଲା ଅନ୍ତର୍ଗତ ମୁନ୍ନୁର ଗ୍ରାମରୁ ମିଳିଛି ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ରଦେବଙ୍କ ସମୟର ଶିଳାଲେଖ। ଅଢ଼ାବଳେଶ୍ବର ଶିବ ମନ୍ଦିର ଏବଂ ପେରୁମାଲ ପୁରୁଷୋତ୍ତମ ବିଷ୍ଣୁ ମନ୍ଦିରରେ ଦୁଇ ଅଭିଲେଖ ମିଳିଛି। ଏଥିରୁ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜୁତି କାବେରୀ ନଦୀଠାରୁ ଆହୁରି ଦକ୍ଷିଣ ଦିଗକୁ ପରିବ୍ୟାପ୍ତ ଥିବା ସ୍ପଷ୍ଟ ହୋଇଛି। ଦକ୍ଷିଣ ଭାରତରେ କଳିଙ୍ଗ ଇତିହାସ ସହ ଜଡିତ ଐତିହାସିକ କୀର୍ତ୍ତିରାଜିର ସନ୍ଧାନ କରୁଥିବା ‘ରିଡିସ୍କଭର୍‌ ଲଷ୍ଟ ହେରିଟେଜ ଟ୍ରଷ୍ଟ’ର ସଦସ୍ୟମାନେ ଏହି ଶିଳାଲେଖଗୁଡିକୁ ଖୋଜି ପାଇଛନ୍ତି। ଟ୍ରଷ୍ଟର ସଦସ୍ୟ ସୁମନ ପ୍ରକାଶ ସ୍ୱାଇଁ, ବି. ଶିବପ୍ରସାଦ ଓ ଦୀପକ କୁମାର ନାୟକ ଏହି ଅନୁସନ୍ଧାନ କରିଛନ୍ତି। ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି, ମୁନ୍ନୁର ଅଭିଲେଖ ସମ୍ପର୍କରେ ୧୯୧୯ ମସିହାରେ ପ୍ରକାଶିତ ‘ଆନୁଆଲ୍‌ ରିପୋର୍ଟ ଅନ୍‌ ସାଉଥ ଇଣ୍ଡିଆନ ଏପିଗ୍ରାଫି’ ପୁସ୍ତକରୁ ସୂଚନା ମିଳିଥିଲା। ତାମିଲନାଡୁରେ ଆମ ଟିମ୍‌ କଳିଙ୍ଗ ଇତିହାସ ସହ ସମ୍ପୃକ୍ତ ପ୍ରତ୍ନତାତ୍ତ୍ୱିକ ଅବଶେଷରେ ଦସ୍ତାବିଜକରଣ ସମୟରେ ଅଭିଲେଖଦ୍ବୟକୁ ଠାବ କରିଥିଲୁ। ମୁନ୍ନୁରସ୍ଥିତ ଅଢ଼ାବଳେଶ୍ୱର ଶିବମନ୍ଦିରର ପୂର୍ବଦିଗର କାନ୍ଥରେ ତଥା ପେରୁମାଲ ପୁରୁଷୋତ୍ତମ ବିଷ୍ଣୁମନ୍ଦିରର ଉତ୍ତରଦିଗ କାନ୍ଥରେ ଏହି ଅଭିଲେଖ ଦୁଇଟି ଖୋଦିତ ହୋଇଛି। 

Education: ଆଇଟିଆଇ ପଢ଼ିବାକୁ ବି ଅମଙ୍ଗ; ଜିଲ୍ଲାରେ ୧୭% ସିଟ ଖାଲି

ଅଭିଲେଖଦ୍ବୟର ଚିତ୍ର ତାମିଲ ଲିପିତତ୍ତ୍ୱବିତ୍‌ ଧନଶେଖର ପ୍ରଭାକରଣଙ୍କ ନିକଟକୁ ପଠାଇ ଥିଲୁ। ତାଙ୍କ ସୂଚନା ମୁତାବକ, ଏହା ଗଜପତି କପିଳେନ୍ଦ୍ରଦେବଙ୍କ ପୌତ୍ର ତଥା ହମ୍ବିର ଦେବଙ୍କ ପୁତ୍ର ଦକ୍ଷିଣ କପିଳେଶ୍ୱର ମହାପାତ୍ରଙ୍କ ଦ୍ୱାରା ପ୍ରଦତ୍ତ ଶିଳାଲେଖ। ଉଭୟ ଶିଳାଲେଖ ସମାନ ଉଦ୍ଦେଶ୍ୟରେ ଖୋତିତ ହୋଇଛି। ଖ୍ରୀଷ୍ଟାବ୍ଦ ୧୪୬୪ରେ ଦକ୍ଷିଣ କପିଳେଶ୍ୱର ମହାପାତ୍ର ଉଭୟ ମନ୍ଦିରର ମରାମତି କରାଇବା ସହ ଏଠାରେ ‘ହମ୍ବିରଭୋଗ’ ନାମକ ଏକ ଭୋଗର ବ୍ୟବସ୍ଥା କରାଇଥିଲେ। ସମ୍ଭବତଃ ଏହି ଭୋଗ ତାଙ୍କ ପିତା ହମ୍ବିରଦେବଙ୍କ କଲ୍ୟାଣାର୍ଥେ ଉଦ୍ଦିଷ୍ଟ ଥିଲା। ଶିଳାଲେଖରେ ଏ କଥା ମଧ୍ୟ ଉଲ୍ଲେଖ ଅଛି, ଦକ୍ଷିଣ କପିଳେଶ୍ୱର ସେତେବେଳେ କୋଣ୍ଡାପଲ୍ଲୀ, ଆଡ଼ାଙ୍କି, ବିନୁକୋଣ୍ଡା, ପାଡ଼ାଇଭିଡୁ, ତ୍ରିଚନାପଲ୍ଲୀ, ଚନ୍ଦ୍ରଗିରି ଓ ତିରୁବାରୁର ଆଦି ଅଞ୍ଚଳକୁ ଶାସନ କରୁଥିଲେ। ଶିଳାଲେଖ ଦ୍ବୟ ଓଡ଼ିଶା ଇତିହାସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ନାୟକ କହିଛନ୍ତି।

India forex: ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ

ଏହା ପରୋକ୍ଷରେ ପଞ୍ଚଦଶ ଶତାବ୍ଦୀରେ ଓଡ଼ିଆ ସୂର୍ଯ୍ୟବଂଶୀ ଗଜପତି ସାମ୍ରାଜ୍ୟର ବୀରତ୍ୱ ଓ ଶୌର୍ଯ୍ୟର ପ୍ରତୀକ। ୧୪୬୪ ଖ୍ରୀଷ୍ଟାବ୍ଦ ବେଳକୁ ଦକ୍ଷିଣ କପିଳେଶ୍ୱର ମହାପାତ୍ର ଶାସନ କରୁଥିବା ସ୍ଥାନଗୁଡ଼ିକ ସେ ସମୟରେ ଓଡ଼ିଶା ସାମ୍ରାଜ୍ୟର ସୀମା କାବେରୀ ନଦୀର ଦକ୍ଷିଣ ଦିଗକୁ ମଧ୍ୟ ବିସ୍ତୃତ ହୋଇସାରିଥିଲା। ଏହି ସ୍ଥାନର ବିଷ୍ଣୁ ଦେବତାଙ୍କୁ ପୁରୁଷୋତ୍ତମ ନାମରେ ସମ୍ବୋଧନ କରିବା ସୂର୍ଯ୍ୟବଂଶୀ ରାଜୁତି ସମୟରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତିଭାବର ନିଦର୍ଶନ। ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ପୁରୁଷୋତ୍ତମ ବୋଲି ସମ୍ବୋଧନ କରାଯାଇଥାଏ। ଏହି ଗୁରୁତ୍ୱପୂର୍ଣ୍ଣ ଶିଳାଲେଖ ଦ୍ବୟର ଇଷ୍ଟାମ୍ପେଜ ସଂଗ୍ରହ କରି ଏହାର ନକଲ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସ୍ଥାନିତ କରିବାକୁ ଶ୍ରୀ ନାୟକ ମତ ରଖିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.