Khandadhar: ଖଣି ଗର୍ଭରେ ହଜିଯିବନି ତ ଖଣ୍ଡାଧାର, ହେମଗିର!

12 minutes ago 1
ARTICLE AD BOX

ରାଉରକେଲା: ପାହାଡ଼, ଝରଣା ଓ ସବୁଜ ଜଙ୍ଗଲରେ ଭରପୂର ଖଣ୍ଡାଧାର। ଅନ୍ୟପଟେ କୋଇଲା ଖଣି ପାଇଁ ପରିଚିତ ହେମଗିର। ପ୍ରକୃତିର ଏହି ଦୁଇ ସମ୍ପଦଭରା ଅଞ୍ଚଳ ଏବେ ଖଣିଜ ଉତ୍ତୋଳନର ନୂଆ ଚାପରେ। ସୁନ୍ଦରଗଡ଼ ଜିଲ୍ଲାରେ ଲୁହାପଥର, ବକ୍ସାଇଟ୍‌, ମାଙ୍ଗାନିଜ୍‌ ସମେତ ବିପୁଳ ପରିମାଣର କୋଇଲା ଭଣ୍ଡାର ଚିହ୍ନଟ ହୋଇଛି। ଏହି ସମ୍ପଦରୁ ସରକାରଙ୍କ ରାଜସ୍ୱ ବଢ଼ିବାର ଆଶା ଥିବାବେଳେ ଖଣି ଖନନ ଦ୍ୱାରା ପ୍ରକୃତିର ସନ୍ତୁଳନ ନଷ୍ଟ ହେବା ଓ ଲୋକେ ଭିଟାମାଟି ହରାଇବାର ଆଶଙ୍କା ବଢ଼ିଛି। ବିଭିନ୍ନ ସର୍ବେକ୍ଷଣରୁ ଜିଲ୍ଲାରେ ଏକାଧିକ ନୂଆ ଖଣିଜ ବ୍ଲକ୍‌ ଚିହ୍ନଟ ହୋଇଛି। କେତେକ ବ୍ଲକ୍‌ର ସଂରକ୍ଷଣ ସମ୍ପର୍କିତ ବିଚାର ବାକି ଥିବାବେଳେ ଅଧିକାଂଶ ଜି-୩ (ପ୍ରାରମ୍ଭିକ ଅନୁସନ୍ଧାନ) ଓ ଜି-୪ (ପ୍ରାରମ୍ଭିକ ସର୍ବେକ୍ଷଣ) ସ୍ତରରେ ରହିଛି। ଖଣ୍ଡାଧାର ଅଞ୍ଚଳର ବିଭିନ୍ନ ସବ୍‌-ବ୍ଲକ୍‌ରେ ବିପୁଳ ପରିମାଣର ଲୁହାପଥର ଓ ବକ୍ସାଇଟ୍‌ ମହଜୁଦ ରହିଛି। ସବ୍‌-ବ୍ଲକ୍‌ (ଏ)ରେ ୪୭.୪୬ ନିୟୁତ ଟନ୍‌ ଲୁହାପଥର ଓ ୧୬.୬୨ ନିୟୁତ ଟନ୍‌ ବକ୍ସାଇଟ୍‌ ଚିହ୍ନଟ ହୋଇଛି। ସବ୍‌-ବ୍ଲକ୍‌ (ବି)ରେ ୮୧.୯୯ ନିୟୁତ ଟନ୍‌ ଲୁହାପଥର ଓ ୨.୨୩ ନିୟୁତ ଟନ୍‌ ବକ୍ସାଇଟ୍‌ ରହିଛି। ସେହିପରି ସବ୍‌-ବ୍ଲକ୍‌ (ସି)ରେ ୧୪୩.୫୧ ନିୟୁତ ଟନ୍‌ ଲୁହାପଥର, ୧୮.୮୨ ନିୟୁତ ଟନ୍‌ ମାଙ୍ଗାନିଜ୍‌ ଓ ୧.୮୫ ନିୟୁତ ଟନ୍‌ ବକ୍ସାଇଟ୍‌ (ଗ୍ରାଫାଇଟ୍‌ ଗ୍ରେଡ୍‌) ରହିଛି। ସବ୍‌-ବ୍ଲକ୍‌ (ଡି)ରେ ୬୯.୨୨ ନିୟୁତ ଟନ୍‌ ଲୁହାପଥର ଓ ୫.୨୯ ନିୟୁତ ଟନ୍‌ ବକ୍ସାଇଟ୍‌ ଥିବାବେଳେ ସବ୍‌-ବ୍ଲକ୍‌ (ଜି)ରେ ୧୯.୨୯ ନିୟୁତ ଟନ୍‌ ଲୁହାପଥର ଓ ୦.୮୮ ନିୟୁତ ଟନ୍‌ ବକ୍ସାଇଟ୍‌ ଚିହ୍ନଟ ହୋଇଛି।

Education: ପରିବେଶ ସୁରକ୍ଷା ଓ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ନେଇ ‘ପ୍ରକୃତି ମେଳା’

ସୁନ୍ଦରଗଡ଼ରେ ବିପୁଳ ଖଣିଜ ଓ କୋଇଲା ଭଣ୍ଡାର ଚିହ୍ନଟ 
ପରିବେଶ, ଜୈବ ବିବିଧତା ଓ ବିସ୍ଥାପନକୁ ନେଇ ବଢ଼ିଲା ଚିନ୍ତା

ଏହାସହ ଜିଲ୍ଲାରେ ଚାରିଟି ବୃହତ୍‌ କୋଇଲା ବ୍ଲକ୍‌ ଚିହ୍ନଟ ହୋଇଛି। ଟାଙ୍ଗରଡିହି ବ୍ଲକ୍‌ରେ ୨,୫୯୬.୦୪୭ ନିୟୁତ ଟନ୍‌, ପଶ୍ଚିମ ବ୍ଲକ୍‌ରେ ୧,୧୮୮.୯୪୨ ନିୟୁତ ଟନ୍‌, ହେମଗିରି ସେକ୍ଟର-୧ ବ୍ଲକ୍‌ରେ ୨,୫୪୨.୪୨୧ ନିୟୁତ ଟନ୍‌ ଏବଂ ଟାଙ୍ଗରଡିହି ପୂର୍ବ ବ୍ଲକ୍‌ରେ ୪,୬୬୦.୭୮୫ ନିୟୁତ ଟନ୍‌ କୋଇଲା ଗଚ୍ଛିତ ରହିଛି। ପୂର୍ବରୁ ପ୍ରଦୂଷଣର ଶିକାର ହେଉଥିବା ହଜାର ହଜାର ଗ୍ରାମବାସୀଙ୍କ ପାଇଁ ଏହି ତଥ୍ୟ ନୂଆ ଚିନ୍ତାର କାରଣ ହୋଇଛି। ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଖଣିଜ ସମ୍ପଦର ସନ୍ଧାନ ମିଳିଛି। ଡେଙ୍ଗୁଳା ବ୍ଲକ୍‌ରେ ୩.୦୧ ନିୟୁତ ଟନ୍‌ ଲୁହାପଥର ଓ ୪.୫୨ ନିୟୁତ ଟନ୍‌ ମାଙ୍ଗାନିଜ୍‌ ଚିହ୍ନଟ ହୋଇଛି। ଜଳଡିହିରେ ୫୧.୪୭ ନିୟୁତ ଟନ୍‌ ଲୁହାପଥର ଏବଂ ଇନ୍ଦିପୁର ପଶ୍ଚିମ ବ୍ଲକ୍‌ରେ ୪୦.୯୧ ନିୟୁତ ଟନ୍‌ ଲୁହାପଥର ସହ ୫.୧୫ ନିୟୁତ ଟନ୍‌ ଆଲୁମିନା ଲାଟେରାଇଟ୍‌ ମିଳିଛି। ଗୋବିରାରେ ୦.୦୬୭ ନିୟୁତ ଟନ୍‌ କ୍ୱାର୍ଟଜ୍‌ ଏବଂ ବାଙ୍କିରେ ୧୩୭,୨୨୯.୧୩ ଟନ୍‌ ଡୋଲମାଇଟ୍‌ ଚିହ୍ନଟ ହୋଇଛି। 

Education: ପରିବେଶ ସୁରକ୍ଷା ଓ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ନେଇ ‘ପ୍ରକୃତି ମେଳା’

ଖଣିଜ ସମ୍ପଦରେ ସମୃଦ୍ଧ ସୁନ୍ଦରଗଡ଼ରୁ ବର୍ଷ ବର୍ଷ ଧରି କୋଟି କୋଟି ଟନ୍‌ ଖଣିଜ ପଦାର୍ଥ ଓ କୋଇଲା ଉତ୍ତୋଳନ ହେଉଛି। ତଥାପି ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ। ଏଭଳି ସ୍ଥିତିରେ ଆଉ ନୂଆ ଖଣି ଖୋଲିଲେ ଜଙ୍ଗଲ, ଜଳସମ୍ପଦ ଓ ଜୈବ ବିବିଧତା ଉପରେ କି ପ୍ରଭାବ ପଡ଼ିବ, ତାହାକୁ ନେଇ ଆଶଙ୍କା ଘନେଇଛି। ରାଉରକେଲା ଖଣି ଉପନିର୍ଦ୍ଦେଶକ ଇଂ. ଜିତେନ୍ଦ୍ର ପଣ୍ଡା କହିଛନ୍ତି, ହେମଗିରରେ ଚିହ୍ନଟ କୋଇଲା ଖଣି ସମ୍ପର୍କରେ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ଏହା କେବେ କାର୍ଯ୍ୟକ୍ଷମ ହେବ, ସେ ନିଷ୍ପତ୍ତି ସରକାର ନେବେ। ଖଣି ଦ୍ୱାରା ପ୍ରଭାବିତ ଅଞ୍ଚଳବାସୀଙ୍କ କ୍ଷୟକ୍ଷତି ସମ୍ପର୍କରେ ସରକାର ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବେ, ଏଥିରେ ଖଣି ବିଭାଗର କିଛି କରିବାର ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.