ARTICLE AD BOX
ତେହେରାନ: ଇରାକରେ ଆମେରିକାର ହସ୍ତକ୍ଷେପ ଉପରେ ଇରାନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଇରାନର ସୁରକ୍ଷା ମୁଖ୍ୟ ମୋହସେନ ରେଜାଇ ଚେତାବନୀ ଦେଇଛନ୍ତି ଯେ, ବିଦେଶୀମାନେ ଇରାକର ଅର୍ଥନୈତିକ ସମ୍ପର୍କରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ତେଲ ଚୋରାଚାଲାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଗଦାଦକୁ ଆମେରିକା ପ୍ରଶଂସା କରିବା ପରେ ରେଜାଇଙ୍କ ଏହି ଚେତାବନୀ ଆସିଛି। ସେ କହିଛନ୍ତି ଯେ, ଅନ୍ୟ କୌଣସି ଦେଶକୁ ଇରାକର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ। ଏହି ମାମଲା ବିଶ୍ୱକୁ ତେଲ ବିକ୍ରୟ କରିବା ପାଇଁ ଇରାନର ବିକଳ୍ପ ପଥ ଗ୍ରହଣ ସହିତ ଜଡିତ।
ତେହେରାନରେ ଇରାକର ଜାତୀୟ ସୁରକ୍ଷା ପରାମର୍ଶଦାତା କାସିମ ଅଲ-ଅବୌଦିଙ୍କ ସହ ଏକ ବୈଠକରେ ରେଜାଇ କହିଛନ୍ତି, ବିଦେଶୀମାନଙ୍କୁ ଇରାନ-ଇରାକ ଅର୍ଥନୈତିକ ସହଯୋଗକୁ ନକାରାତ୍ମକ ଭାବରେ ପ୍ରଭାବିତ କରିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ। ଚଳିତ ସପ୍ତାହରେ ଇରାକର ପ୍ରଧାନମନ୍ତ୍ରୀ ଅଲି ଅଲ-ଜାଇଦି ଚୋରା ଚାଲାଣ ରୋକିବା ପାଇଁ ସୀମା କ୍ରସିଂ ଏବଂ କୁର୍ଦିସ୍ତାନ ଅଞ୍ଚଳର ଅନେକ ତୈଳ କ୍ଷେତ୍ରକୁ ସଂଘୀୟ ନିୟନ୍ତ୍ରଣକୁ ଆଣିବା ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି।
ସୋସିଆଲ ପ୍ଲାଟଫର୍ମରେ ପ୍ରଶଂସା
ତେହେରାନ ସମର୍ଥକ ସିଆ ସଶସ୍ତ୍ର ଗୋଷ୍ଠୀଗୁଡ଼ିକଠାରୁ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର କରିବା ପ୍ରୟାସକୁ ବାଗଦାଦତ୍ୱରାନ୍ୱିତ କରିଛି। ଇରାକ ଏବଂ କୁର୍ଦିସ୍ତାନ ଅଞ୍ଚଳ ଦୀର୍ଘ ଦିନ ଧରି ଇରାନୀ ତୈଳ ପାଇଁ ଏକ ପରିବହନ ପଥ ହୋଇଆସିଛି। ଇରାକୀ ସରକାରଙ୍କ ଏହି ପଦକ୍ଷେପଗୁଡ଼ିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ପ୍ରଶଂସା କରିଛନ୍ତି।
Accident: ଦୁଇ ଯୁବକଙ୍କୁ ଚାପି ଦେଇ ୧ କିମି ପର୍ଯ୍ୟନ୍ତ ଟାଣି ନେଲା ଭାରୀ ଯାନ
ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ପରିବହନ ଉପରେ ଇରାନର କଟକଣାର ଜବାବରେ, ଆମେରିକା ସେନା ଇରାନ ବନ୍ଦରଗୁଡ଼ିକୁ ଅବରୋଧ କରିଛି । ଫଳରେ ଇରାନର ତୈଳ ରପ୍ତାନି ପ୍ରତିବନ୍ଧିତ ହୋଇଛି। ତେଣୁ, ଇରାନ ନିଜର ତୈଳ ରପ୍ତାନି ପାଇଁ ସ୍ଥଳପଥକୁ ଗ୍ରହଣ କରିଛି। ସ୍ଥଳପଥରେ ତୈଳ ରପ୍ତାନି କ୍ଷେତ୍ରରେ ଇରାନ ପାଇଁ ଇରାକ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ।

24 minutes ago
1


