Children and women: ଚିନ୍ତା ବଢ଼ାଉଛି: ହାତ ପାତୁଛନ୍ତି ଶିଶୁ, ମହିଳା

25 minutes ago 1
ARTICLE AD BOX

ଭୁବନେଶ୍ବର: ଭିକାରିମୁକ୍ତ ସହର ଗଠନ ଲକ୍ଷ୍ୟରେ ରାଜ୍ୟରେ ପ୍ରଥମ କରି ୨୦୨୧ ମସିହାରେ ଭୁବନେଶ୍ବରରେ ‘ଏକାମ୍ର ନିଳୟ’ ଯୋଜନା ଆରମ୍ଭ ହୋଇଥିଲା। ‘ଏକାମ୍ର ନିଳୟ’ ଯୋଜନାରେ ଭୁବନେଶ୍ବରରୁ ଉଦ୍ଧାର ଭିକାରି ଓ ଅନ୍ୟ ଅସହାୟଙ୍କ ପାଇଁ ୬ଟି  ଥଇଥାନ କେନ୍ଦ୍ର ଖୋଲାଯାଇଛି। ରଙ୍ଗବଜାର, ଅନ୍ଧାରୁଆ, କାନନବିହାର ଆଦି ସ୍ଥାନରେ ଏହି ଥଇଥାନ କେନ୍ଦ୍ର ରହିଛି। ବୟସ୍କ, ମହିଳା ଓ ଶିଶୁ ଭିକାରି, ଭିନ୍ନକ୍ଷମ, ମାନସିକ ବିକୃତ ଓ ଦୁର୍ବଳ ମାନସିକ ବ୍ୟକ୍ତିଙ୍କୁ ଥଇଥାନ ପାଇଁ ଅଲଗା ଅଲଗା ଥଇଥାନ କେନ୍ଦ୍ର କରାଯାଇଛି। ପ୍ରତି କେନ୍ଦ୍ରରେ ୧୦୦ଜଣ ଭିକାରି ଓ ଅନ୍ୟ ବର୍ଗର ବ୍ୟକ୍ତିଙ୍କୁ ଥଇଥାନର ବ୍ୟବସ୍ଥା କରାଯାଇଛି। ବିଏମ୍‌ସି ପକ୍ଷରୁ ‘ଏକାମ୍ର ନିଳୟ’ ଯୋଜନାରେ ଭିକାରିଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କୁ ନିୟୋଜିତ କରାଯାଇଛି। ଥଇଥାନ କେନ୍ଦ୍ରରେ ଭିକାରିଙ୍କ ରହିବା, ଖାଇବା ଆଦିର ସୁବିଧା ପାଇଁ ସଂପୃକ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମୁଣ୍ଡପିଛା ପ୍ରାୟ ୪ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଯେଉଁ ଭିକାରିମାନେ ଥଇଥାନ କେନ୍ଦ୍ରକୁ ଆସୁଛନ୍ତି, ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ସିଲେଇ ଓ ଅନ୍ୟାନ୍ୟ ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦିଷ୍ଟ ସ୍ବେଚ୍ଛାସେବୀ ସଂସ୍ଥା ନିୟୋଜିତ ହୋଇଛନ୍ତି। ଏ ବାବଦରେ ବି ବିଏମ୍‌ସି ଟଙ୍କା ଗଣୁଛି। ମିଳିଥିବା ତଥ୍ୟ ମୁତାବକ, ବର୍ତ୍ତମାନ ଏହିସବୁ ଥଇଥାନ କେନ୍ଦ୍ରରେ ୪ଶହରୁ ଅଧିକ ଭିକାରି ଓ ଅନ୍ୟବର୍ଗର ବ୍ୟକ୍ତି ରହିଛନ୍ତି। ଯେଉଁମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି, ସେମାନଙ୍କ ଜାଗାରେ ଅନ୍ୟ ଭିକାରିଙ୍କୁ ରଖାଯାଉଛି। କିନ୍ତୁ ଦେଖିବାକୁ ମିଳୁଛି, ଯେଉଁମା‌ନେ ଥଇଥାନ କେନ୍ଦ୍ରରୁ ବାହାରୁଛନ୍ତି, ସେମାନେ ପୁଣି ଆସି ରାସ୍ତାରେ ଭିକ ମାଗୁଛନ୍ତି। ଭିନ୍ନକ୍ଷମଠାରୁ ଆରମ୍ଭ କରି ଅନ୍ୟମାନେ ରାସ୍ତାଘାଟ, ବଜାର, ମନ୍ଦିର ଆଗରେ ଭିକ ମାଗୁଛନ୍ତି। ଦୁଇଦିନ ତଳେ ନଗର ଉନ୍ନୟନ ବିଭାଗ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଭୁବନେଶ୍ବର ସହ ରାଜ୍ୟର ସବୁ ସହରାଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି।

Demand: ବାଇପାସ୍ ରାସ୍ତା ନିର୍ମାଣ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ଅଧିକାଂଶ ଅଣଓଡ଼ିଆ, ବଞ୍ଜାରା

କାର୍ଯ୍ୟାନୁଷ୍ଠାନ ପାଇଁ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ

ଏହା ଉପରେ ନଜର ରଖିବାକୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ସ୍ବତନ୍ତ୍ର ‌ଟାସ୍କ ଫୋର୍ସ ରହିଛି। ଯେଉଁଥିରେ ବିଏମ୍‌ସି କମିସନର୍‌ଙ୍କ ସମେତ ପୁଲିସ, ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଆଣ୍ଟି ହ୍ୟୁମାନ୍‌ ଟ୍ରାଫିକିଂ ୟୁନିଟ୍‌, ଇନ୍‌ଭେଷ୍ଟିଗେଟିଭ୍‌ ୟୁନିଟ୍‌ ଫର୍‌ କ୍ରାଇମ୍‌ ଏଗେନ୍‌ଷ୍ଟ ୱିମେନ୍‌ ଆଦିର ପ୍ରତିନିଧି ରହିଛନ୍ତି। ନିୟମିତ ବ୍ୟବଧାନରେ ଏମାନେ ଟ୍ରାଫିକ୍‌ ଛକ, ବଜାର, ରେଳ ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ ଆଦି ଜନଗହଳିପୂର୍ଣ୍ଣ ସ୍ଥାନରେ ଚଢ଼ଉ କରିବାର ବ୍ୟବସ୍ଥା ବି ରହିଛି। କିନ୍ତୁ ଏହି ଟାସ୍କ ଫୋର୍ସ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଛି। ରାଜ୍ୟର ସବୁ ସହରାଞ୍ଚଳକୁ ଭିକାରିମୁକ୍ତ କରିବାକୁ ୫ ବର୍ଷ ତଳେ ଅଣ୍ଟା ଭିଡ଼ିଥିଲେ ରାଜ୍ୟ ସରକାର। ଏଥିପାଇଁ ‘ଏକାମ୍ର ନିଳୟ’, ‘ନୀଳାଦ୍ରି ନିଳୟ’ ଭଳି ଅନେକ ଯୋଜନା ଆରମ୍ଭ ହେଲା। ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କୁ ଏଥିରେ ସାମିଲ କରାଗଲା। ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖାଯାଇଛି। ସେମାନଙ୍କ ଖର୍ଚ୍ଚ ରାଜ୍ୟ ସରକାର ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଦେଉଛନ୍ତି। କିନ୍ତୁ ରାଜଧାନୀ ଭୁବନେଶ୍ବରରେ ଏହା କେବଳ କାଗଜ କଲମରେ ସୀମିତ ରହିଛି। ନା ଉଦ୍ଧାରକୁ ଜୋର୍‌ଦାର କରାଯାଉଛି, ନା ଏନ୍‌ଫୋର୍ସମେଣ୍ଟ। ପରିଣାମ, ଏବେ ଭୁବନେଶ୍ବରର ବିଭିନ୍ନ ଟ୍ରାଫିକ୍‌ ଛକ, ହାଟ, ମନ୍ଦିର ଭିକାରିଙ୍କ କବଳକୁ ଚାଲି ଆସିଲାଣି। ମହିଳା, ପୁରୁଷ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗମାନେ ଏହି ବୃତ୍ତିକୁ ଆପଣେଇ ସାରିଲେଣି। ଏ ଭିତରେ ସର୍ବାଧିକ ଅଣଓଡ଼ିଆ। ଏମାନେ ଭିକ୍ଷାଥାଳ ଧରି ରୁପାଲି, ରାମମନ୍ଦିର ଛକ, କଳ୍ପନା ଛକ, ରାଜମହଲ ଛକ, ଟଙ୍କପାଣି ସାଇମନ୍ଦିର ଭଳି ପ୍ରମୁଖ ସ୍ଥାନରେ ଭିକ ମାଗୁଛନ୍ତି। ସବୁଠୁ ଚିନ୍ତାଜନକ କଥା ହେଉଛି, ଏମାନେ କୁନି କୁନି ପିଲାଙ୍କୁ ବି ଭିକ୍ଷାବୃତ୍ତିରେ ଲଗାଉଛନ୍ତି। କେଉଁଠି ଫୁଲ, ପେନ୍‌ ଆଦି ବିକ୍ରି ତ କେଉଁଠି ଗାଡ଼ି ସଫା ଆଳରେ କୁନି ପିଲାମାନେ ତ କେଉଁଠି ମା’ମାନେ କୁନି ଛୁଆଙ୍କୁ କାଖରେ ଧରି ଭିକ ମାଗୁଛନ୍ତି। ଜୟଦେବବିହାର, କଳ୍ପନା ଛକରେ ନିୟମିତ କେତେକ ଭିକ୍ଷାବୃତ୍ତି କରୁଛନ୍ତି।

ହୋଟେଲ୍‌, ଗ୍ୟାରେଜ୍‌ରେ ଶିଶୁ ଶ୍ରମିକ

Cuttack Bali Jatra: ବାଲିଯାତ୍ରାରେ ରୁମାସିଜ୍ ଅଏଲ୍ ଷ୍ଟଲ୍‌

ଶିଶୁ ଶ୍ରମିକଙ୍କ କବଳରୁ ବି ମୁକୁଳି ପାରିନି ଭୁବନେଶ୍ବର। ଏବେ ବି ଭୁବନେଶ୍ବରର ବିଭିନ୍ନ ହୋଟେଲ, ଗ୍ୟାରେଜରେ ଏମାନେ କାମ କରୁଛନ୍ତି। ବଡ଼ ବଡ଼ ହୋଟେଲ ଅପେକ୍ଷା ଅଧିକ ଶିଶୁ ଶ୍ରମିକ ଛୋଟ ଛୋଟ ହୋଟେଲରେ କାମ କରୁଛନ୍ତି। କେଉଁଠି ଏମାନେ ବାସନ ମାଜୁଛନ୍ତି ତ କେଉଁଠି ଟେବଲ୍‌ ପୋଛୁଛନ୍ତି। ଯେହେତୁ ସହର ଛାତି ଉପରେ ସମସ୍ତଙ୍କ ନଜର, ସହରତଳି ଅଞ୍ଚଳରେ ଏଭଳି ଅଧିକ ଦେଖିବାକୁ ମିଳୁଛି। ୧୨ରୁ ୧୫ ବର୍ଷ ଶିଶୁମାନଙ୍କୁ ଏମାନେ କାମରେ ଲଗାଉଛନ୍ତି। ସମାନ ସ୍ଥିତି ଗ୍ୟାରେଜରେ। ଏମାନେ ସହର ଭିତରେ ବି ଶିଶୁ ଶ୍ରମିକମାନଙ୍କୁ ଖଟାଉଛନ୍ତି। ଏହା ଉପରେ ନଜର ରଖିବା ଦାୟିତ୍ବ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ହୋଇଥିବା ବେଳେ ସେଭଳି ଚଢ଼ଉ ହେଉନଥିବାରୁ ଏମାନଙ୍କ ସାହସ ବଢ଼ିଯାଉଛି। ସେପଟେ ଚଢ଼ଉରେ ଯେଉଁ ଶିଶୁ ଶ୍ରମିକ ଉଦ୍ଧାର ହେଉଛନ୍ତି, ସେମାନେ ଆସିବା ପରେ ପୁଣି ସଂପୃକ୍ତ ହୋଟେଲ ଓ ଗ୍ୟାରେଜ ମାଲିକ ସେମାନଙ୍କୁ କାମରେ ଲଗାଇ ଦେଉଛନ୍ତି। ଏ ଦିଗରେ ବି ନଗର ଉନ୍ନୟନ ବିଭାଗ କଡ଼ା ଅଭିମୁଖ୍ୟ ପୋଷଣ କରିଛି। ଶିଶୁ ଶ୍ରମିକ ରୋକିବାକୁ ଜୋରଦାର ଚଢ଼ଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.