sambit: ଏହି ସିନେମାକୁ ହାତଛଡ଼ା କରିଛନ୍ତି ଓଲିଉଡ ନାୟକ ସମ୍ବିତ

25 minutes ago 1
ARTICLE AD BOX

ଭୁବନେଶ୍ବର: ବେଳେ ବେଳେ ବଲିଉଡରେ ଏମିତି ଘଟେ, ଯେତେବେଳେ ଜଣେ ନାୟକଙ୍କୁ ଆଖି ଆଗରେ ରଖାଯାଇ କାହାଣୀ ପ୍ରସ୍ତୁତ ହୋଇଥାଏ। ହେଲେ ପରେ କୌଣସି କାରଣରୁ ଉକ୍ତଭୂମିକାଟି ଚାଲିଯାଏ ଅନ୍ୟ ଜଣେ ନାୟକଙ୍କ ପାଖକୁ। ଏମିତି କଥାରୁ ଓଲିଉଡ ବି ବାଦ୍ ପଡ଼ିନି। ଆଉ ଏବେକାର ଜଣେ ଚର୍ଚ୍ଚିତ ନାୟକଙ୍କ କ୍ଷେତ୍ରରେ ବି ତାହା ଘଟିଛି। ଏହି ନାୟକ ଜଣକ ହେଲେ ସମ୍ବିତ। ତାଙ୍କର ‘ରହସ୍ୟମ୍ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ତେଣେ ତାଙ୍କର ଅନ୍ୟ ଏକ ଫିଲ୍ମ ‘ଆଉ ଗୋଟେ ଦିୱାନା ଏବେ ଫ୍ଲୋରରେ ରହିଛି। ଉଭୟ ସିନେମା ଲାଗି ଏବେ ଚର୍ଚ୍ଚାରେ ରହିଛନ୍ତି ସମ୍ବିତ।

‘ପ୍ରେମ୍ ୱେଡ୍ସ ପ୍ରିୟା’ରୁ କ୍ୟାରିଅର୍ ଆରମ୍ଭ

ନାୟକ ସମ୍ବିତ ୨୦୧୧ରେ ମୁକ୍ତିଲାଭ କରିଥିବା ‘ପ୍ରେମ୍ ୱେଡ୍ସ ପ୍ରିୟା’ରୁ ନାୟକ ଭାବେ ବଡ଼ ପରଦାରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ସଲାମ୍ ସିନେମା, ହାପି ଲକି,  ‘ବାଜିବ ଲୋ ସାହାନାଇ’,‘ବାଳୁଙ୍ଗା ଟୋକା’, ଦିଲ୍‌ରେ ଅଛି ତୋରି ନାଆଁ,  ‘ଇନ୍ଦ୍ରଜାଲ’,’ଆୱାରା ଦିଲ୍’,‘ଟିକେ ଲଭ୍ ଟିକେ ଟ୍ବିଷ୍ଟ୍’, ଛାତି ତଳେ ଡିଙ୍ଗଡଙ୍ଗ, ପ୍ରେମ ପାଇଁ ମହାଭାରତ, ଓମ୍, ‘ବିଶ୍ବନାଥ’. ଲାଇନ୍‌ବାଲା ଓ କାଙ୍ଗୁଲା ଆଦି ଓଡ଼ିଆ ଛବିରେ ଦେଖିବାକୁ ମିଳିଛି। 

Cookies: ମୋ ମାମା ପାପା ଯାତ୍ରା ଷ୍ଟାର୍‌ ସାଇଙ୍କର ବଡ଼ ଫ୍ୟାନ୍: କୁକିଜ୍ ସ୍ବାଇଁ

ମୁକ୍ତି ପ୍ରତୀକ୍ଷିତ ଏକ ସିନେମା ପାଇଁ ପ୍ରଥମ ପସନ୍ଦ ଥିଲେ ଓଲିଉଡର ଲୋକପ୍ରିୟ ନାୟକ ସମ୍ବିତ। କିନ୍ତୁ ଏବେ ତାଙ୍କର ସ୍ଥାନ ନେଇଛନ୍ତି ଏବେକାର ଅନ୍ୟତମ ବ୍ୟସ୍ତ ନାୟକ ଅଭିଷେକ ପଣ୍ଡା। ଏଠାରେ ଯେଉଁ ଓଡ଼ିଆ ଛବି କଥା କୁହାଯାଉଛି, ତାହା ହେଲା ‘ଚୋରାବାଲି’। ‘ଗଙ୍ଗଶିଉଳି’ ଓ ‘ସାର୍’ ଭଳି ଦୁଇଟି ସିନେମାର ପ୍ରଯୋଜକ ଡକ୍ଟର କମଳ ଲୋଚନ ସାହୁଙ୍କ ଏହି ନୂଆ ଓଡ଼ିଆ ଛବିର ନିର୍ଦ୍ଦେଶକ ହେଲେ ସ୍ମୃତି ଆର୍। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.