ARTICLE AD BOX
ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶ ଆଗାମୀ ଦିନରେ ମାନବ ସମାଜ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ। ଏପରିକି ୨୦୨୭ ମସିହାରେ ଏହାର ପ୍ରଭାବ କରୋନା ମହାମାରୀଠାରୁ ମଧ୍ୟ ଭୟଙ୍କର ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି ଏଆଇ ସୁରକ୍ଷା ଗବେଷକ ନିକୋଲା ଜୁର୍କୋଭିକ୍। ଏହି ଆଶଙ୍କାକୁ ନେଇ ସେ ନିଜ ପରିବାରକୁ ଆଗୁଆ ସତର୍କ ରହିବା ସହ ଖାଦ୍ୟ, ପାଣି ଓ ନଗଦ ଟଙ୍କା ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି।
Landslides: ଭୂସ୍ଖଳନ ଛଡାଇ ନେଲା ଗିଡିପାବାଲିର ସବୁକିଛି; ଧାନ ଫସଲ ବୟାନ କରୁଛି କରୁଣ ଚିତ୍ର
ନିକୋଲା ଏଆଇର ବିପଦ ଉପରେ ପରୀକ୍ଷା ଓ ଗବେଷଣା କରୁଥିବା ଆମେରିକାର ଅଣଲାଭକାରୀ ସଂସ୍ଥା ଏମ୍ଇଟିଆର୍ (ମଡେଲ ଇଭାଲ୍ୟୁଏସନ୍ ଆଣ୍ଡ ଥ୍ରେଟ୍ ରିସର୍ଚ୍ଚ)ରେ କାର୍ଯ୍ୟରତ। ନିକଟରେ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଖୋଲା ଚିଠି ଲେଖି ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି। ତାଙ୍କ ମତରେ, ଏଆଇ ଯଦି ମଣିଷର ନିୟନ୍ତ୍ରଣ ବାହାରକୁ ଚାଲିଯାଏ, ତେବେ ତିନି ପ୍ରକାରର ବଡ଼ ବିପଦ ଦେଖାଦେଇପାରେ। ପ୍ରଥମତଃ, ଏଆଇ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ କମ୍ପ୍ୟୁଟର ବ୍ୟବସ୍ଥା ଉପରେ ସାଇବର ଆକ୍ରମଣ କରିପାରେ। ଦ୍ୱିତୀୟତଃ, ଖରାପ ବ୍ୟକ୍ତିମାନେ ଏହାର ସହାୟତାରେ ଜୈବିକ ଅସ୍ତ୍ର ତିଆରି କରିବାର ଜ୍ଞାନ ହାସଲ କରିପାରନ୍ତି। ତୃତୀୟତଃ, ପ୍ରମୁଖ ନେତୃବୃନ୍ଦ ଏଆଇକୁ ଅତ୍ୟଧିକ କ୍ଷମତା ହସ୍ତାନ୍ତର କରିଦେଇ ପାରନ୍ତି।
Education: ପରିବେଶ ସୁରକ୍ଷା ଓ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ନେଇ ‘ପ୍ରକୃତି ମେଳା’
ବିଶ୍ବସ୍ତରରେ କଠୋର ନିୟମ କରା ନଗଲେ ଏଆଇ ସବୁଠୁ ବୁଦ୍ଧିମାନ ମଣିଷକୁ ମଧ୍ୟ ୨୦୨୭ ମସିହାରେ ଟପିଯାଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆଗାମୀ ୧୦ ବର୍ଷ ମଧ୍ୟରେ ଏଆଇ ଯୋଗୁଁ ବର୍ତ୍ତମାନର ଅଧିକାଂଶ ଚାକିରି ହଜିଯିବା ସହ ବିଶ୍ୱରେ ବେକାରୀ ସମସ୍ୟା ବଢ଼ିପାରେ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି। ନିଜ ପରିବାର ପାଇଁ ପ୍ରାୟ ଦୁଇ ସପ୍ତାହର ଖାଦ୍ୟ ଓ ପାନୀୟ ଜଳ ସହ କିଛି ନଗଦ ଟଙ୍କା ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ଲାଇନ୍ ବ୍ୟାଙ୍କିଂ ବ୍ୟବସ୍ଥା ବାଧାପ୍ରାପ୍ତ ହେଲେ ନଗଦ ଟଙ୍କା କାମରେ ଆସିପାରିବ ବୋଲି ତାଙ୍କ ମତ। ଏଆଇର ସୁରକ୍ଷିତ ବ୍ୟବହାର ପାଇଁ ବିଶ୍ୱସ୍ତରରେ କଠୋର ନିୟମ ଓ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।

17 minutes ago
1


