ARTICLE AD BOX
କଟକ: ଯଦି କର୍ମଚାରୀଙ୍କ ଚାକିରିରୁ ବହିଷ୍କାର ଆଦେଶ ବେଆଇନ ହୋଇଥାଏ ତେବେ 'କାମ ନାହିଁ ତ ଦରମା ନାହିଁ' ନୀତି ଏହି କ୍ଷେତ୍ରରେ ଲାଗୁ ହେବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଏଭଳି ମାମଲାରେ ନିଜ ଦୋଷ ପାଇଁ ଚାକିରିରୁ ବହିଷ୍କୃତ ହୋଇ ନଥିବା କର୍ମଚାରୀ ବକେୟା ଦରମା ପାଇବାକୁ ହକଦାର ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଆବେଦନକାରୀଙ୍କୁ ବକେୟା ଦରମା ଦେବାକୁ ମନା କରି ଖୋରଧା ଜିଲ୍ଲା ଶିକ୍ଷା ଅଧିକାରୀ ୨୦୨୫, ମେ ୨୩ରେ ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି।
ଆବେଦନକାରୀଙ୍କୁ ଶିକ୍ଷା ସହାୟକ ଭାବେ ଗ୍ରହଣ କରି ତାଙ୍କ ଚାକିରି ୨୦୧୩, ଜୁଲାଇ ୧୧ରୁ ନିୟମିତ କରିବା ପ୍ରସଂଗରେ ପଦକ୍ଷେପ ନେବାକୁ ଡିଇଓଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚାକିରି ନିୟମିତ ପରେ ଆବେଦନକାରୀଙ୍କୁ ସଂପୂର୍ଣ୍ଣ ବକେୟା ଦରମା ପ୍ରଦାନ କରାଯିବ। ୮ ସପ୍ତାହ ଭିତରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ
୨୦୦୭ର ମାମଲା
ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଜୟ କୁମାର ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୭, ଜୁଲାଇ ୧୨ରେ କୁସୁମୀ ରାଉତପଡ଼ା ୟୁଜିଏମଇ ସ୍କୁଲରେ ଆବେଦନକାରୀ ଶିକ୍ଷା ସହାୟକ ଭାବେ ଯୋଗ ଦେଇଥିଲେ। ସ୍କୁଲରେ ତାଙ୍କ ଶିକ୍ଷାଦାନ ଓ ଉପସ୍ଥାପନକୁ ରେକର୍ଡ ନ କରି ମିଥ୍ୟା ଅଭିଯୋଗ ଆଧାରରେ ଆବେଦନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ଚାକିରି ନିୟମିତ ପ୍ରସଙ୍ଗ
୨୦୧୩, ଜୁଲାଇ ୧୩ରେ ଆବେଦନକାରୀଙ୍କ ଚାକିରି ନିୟମିତ ହେବା କଥା। କିନ୍ତୁ ଏପରି କରାଯାଇ ନଥିଲା। ଆବେଦନକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଆବେଦନକାରୀଙ୍କ ବହିଷ୍କାର ନିର୍ଦ୍ଦେଶ ବେଆଇନ ବୋଲି ହାଇକୋର୍ଟ ମତ ଦେବା ସହିତ ତାଙ୍କୁ ପୁନଃନିଯୁକ୍ତି ପ୍ରଦାନ ସପକ୍ଷରେ ୨୦୨୩, ଅକ୍ଟୋବର ୧୮ରେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆବେଦନକାରୀ ବକେୟା ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପାଇବାକୁ ଦାଖଲ କରିଥିବା ଦରଖାସ୍ତକୁ ଡିଇଓ ଖାରଜ କରିଥିଲେ। ନିଜ ଦୋଷ ପାଇଁ ଆବେଦନକାରୀ ବହିଷ୍କାର ହୋଇ ନଥିଲେ। ବହିଷ୍କାର ନିର୍ଦ୍ଦେଶ ବେଆଇନ ଥିଲା। ତେଣୁ ନିଯୁକ୍ତି ସମୟରୁ ଏ ପର୍ଯ୍ୟନ୍ତ ତାଙ୍କୁ ବକେୟା ଦରମା ପ୍ରଦାନ କରାଯାଉ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଡକ୍ଟର ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଥିଲେ।

15 minutes ago
1


