Childbirth on a Boat: ରାଜଧାନୀ ଜିଲ୍ଲାର ବିକଳ ଚିତ୍ର: ଡଙ୍ଗାରେ ସନ୍ତାନ ପ୍ରସବ

30 minutes ago 1
ARTICLE AD BOX

ଟାଙ୍ଗୀ: ଗାଁକୁ ରାସ୍ତା ନାହିଁ। ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ଡଙ୍ଗା ହିଁ ସାହାରା। ରାତି ପାହିଲେ ଲୋକେ ଡଙ୍ଗାକୁ ହିଁ ଭରସା କିରଥାନ୍ତି। ଶେଷରେ ସେହି ଡଙ୍ଗାରେ ହିଁ ପ୍ରସବ କରିଛନ୍ତି ଜଣେ ମହିଳା। ଏହା କେଉଁ ଉପାନ୍ତ ଅଞ୍ଚଳର ଚିତ୍ର ନୁହେଁ, ଖୋଦ ଖୋରଧାରେ ଘଟିଛି ଏହି ଅଭାବନୀୟ ଘଟଣା। ଡାକ୍ତରଖାନା ଯିବା ସମୟରେ ଡଙ୍ଗାରେ ହିଁ ପୁତ୍ର  ଜନ୍ମ ଦେଇଛନ୍ତି ଟାଙ୍ଗୀ ବ୍ଲକ୍‌ ଭୁଷଣ୍ଡପୁର ପଞ୍ଚାୟତ ବାଲିପୋଖରୀ ଗାଁର ସନ୍ତୋଷ ବେହେରାଙ୍କ ପତ୍ନୀ ମିନତି ବେହେରା।  ମିନତିଙ୍କ ପରିବାର ରୁହନ୍ତି ଚିଲିକା କୂଳରେ। ତାଙ୍କ ଘରଠାରୁ ଗାଁର ମୁଖ୍ୟରାସ୍ତାର ଦୂରତା ୩୦୦ ମିଟର। ବର୍ଷର ଅଧାଦିନ ରାସ୍ତାଟି ପାଣିରେ ବୁଡ଼ି ରୁହେ। ଚିଲିକାରେ ପାଣି ବଢ଼ିଗଲେ, ରାସ୍ତା ବୁଡ଼ିଯାଏ।

State of Democracy: ଗଣତନ୍ତ୍ରର ହାଲ୍‌: ହଜୁଛି ପୁସ୍ତକ, କମୁଛି ବୌଦ୍ଧିକ ଗଭୀରତା

ଏପରି ସମୟରେ ସ୍ଥାନୀୟ ଲୋକଙ୍କ ଭରସା ଡଙ୍ଗା। ସୂଚନା ଅନୁଯାୟୀ, ଆଜି ମିନତିଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସ୍ବାମୀ ସନ୍ତୋଷ ତୁରନ୍ତ ସ୍ଥାନୀୟ ଆଶାଙ୍କୁ ଜଣାଇଥିଲେ। ୧୦୨ ଆମ୍ବୁଲାନ୍‌ସକୁ ଜଣାଯାଇଥିଲା।  କିନ୍ତୁ, ଆମ୍ବୁଲାନ୍‌ସ ଘର ଯାଏ ଯାଇ ପାରିଲା ନାହିଁ। କୌଣସି ଉପାୟ ନ ପାଇ ସନ୍ତୋଷ ଏକ ଡଙ୍ଗା ଆଣି ପତ୍ନୀ ଓ ମା’ ବିଶିଙ୍କୁ ବସାଇଲେ। ରାସ୍ତାଟି ପାଣି ସହିତ ଦଳଭର୍ତ୍ତି ଥିଲା। ଡଙ୍ଗାକୁ ଠେଲି ଠେଲି ମୁଖ୍ୟ ରାସ୍ତା ଯାଏ ନେବା ବେଳକୁ ଡଙ୍ଗାରେ ହିଁ ମିନତି ଏକ ପୁତ୍ରକୁ ଜନ୍ମ ଦେଇଥିଲେ। ତୁରନ୍ତ ସେଠାରୁ ତାଙ୍କୁ ଆମ୍ବୁଲାନ୍‌ସରେ ଟାଙ୍ଗୀ ଡାକ୍ତରଖାନାକୁ ନିଆଯାଇଥିଲା। ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।

Neglect: ବ୍ୟବସାୟୀଙ୍କୁ ମିଳୁନି ଋଣ, କେମିତି ସଶକ୍ତ ହେବେ ମହିଳା?

ଭୁଷଣ୍ଡପୁର ସରପଞ୍ଚ ସୌରଭ ଦାସମହାପାତ୍ର କହିଛନ୍ତି, ଏ ଜାଗାରେ ମାତ୍ର ତିନିଟି ପରିବାର ବର୍ଷ ବର୍ଷ ଧରି ରହି ଆସୁଛନ୍ତି। ସେ ପରିବାର ପାଇଁ ଯଦିଓ ରାସ୍ତା ଅଛି, କିନ୍ତୁ ଚିଲିକା ପାଣି ଯୋଗୁଁ  ରାସ୍ତାଟି ପ୍ରାୟଦିନ ବୁଡ଼ି ରହୁଛି। ସେହି ଅଳ୍ପ କେଇ ମିଟର ରାସ୍ତା ଯଦି ତିଆରି କରାଯାଏ, ତେବେ ତାକୁ ଭିନ୍ନ ପ୍ରକାର କୌଶଳ ଲୋଡ଼ା। ଏଥିପାଇଁ ବହୁ ଟଙ୍କା ଖର୍ଚ୍ଚ ହେବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ସନ୍ତୋଷଙ୍କ ମା’ ବିଶି କହିଛନ୍ତି, ଇଏ ପ୍ରଥମ ଘଟଣା ନୁହେଁ। ଦୁଇ ବର୍ଷ ତଳେ ତାଙ୍କ ନାତୁଣୀ ମଧ୍ୟ ଏହିଭଳି ଅବସ୍ଥାରେ ଜନ୍ମ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.