Teachers: କେମିତି ହେବ ପାଠପଢ଼ା? ଗୋଟିଏ ଦିନରେ ବିନା ଦରଖାସ୍ତରେ ଅନୁପସ୍ଥିତ ରହିଲେ ୫ ଶିକ୍ଷକ

1 day ago 3
ARTICLE AD BOX

ଦେଓଗାଁ: ଶିକ୍ଷକମାନେ ଯେ କେତେ ଦାୟିତ୍ବହୀନ ହୋଇପାରନ୍ତି, ତାହାର ପ୍ରମାଣ ମିଳିଛି ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ କରୁଆଁଝର ଶ୍ରୀରାମଚନ୍ଦ୍ର ହାଇସ୍କୁଲରେ। ଏହାଫଳରେ ଏଠି ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୫ ଦିନ ତଳେ ଗୋଟିଏ ଦିନରେ ବିଦ୍ୟାଳୟର ୪ଜଣ ଶିକ୍ଷକ ଛୁଟିରେ ରହୁଥିଲେ। ଏହି ଘଟଣା ଜିଲ୍ଲା ପ୍ରଶାସନର କାନକୁ ଯିବାରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକମାନଙ୍କୁ ତାଗିଦ୍ କରିଥିଲେ। କିନ୍ତୁ ଜିଲ୍ଲାପାଳଙ୍କ ତାଗିଦ୍‌କୁ ୧୫ ଦିନ ବିତି ନାହିଁ ଆଜି ପୁଣି ୫ ଜଣ ଶିକ୍ଷକ ବିନା ଛୁଟି ଆବେଦନରେ ଅନୁପସ୍ଥିତ ରହିଥିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ପାଠପଢ଼ା ସମୟରେ ବାରମ୍ବାର ଗୋଟିଏ ଦିନରେ ୫ ଜଣ ଶିକ୍ଷକ ଅନୁପସ୍ଥିତ ରହୁଥିବାରୁ ଶିକ୍ଷକଙ୍କ ମନୋବୃତ୍ତିକୁ ନେଇ ସନ୍ଦେହ ଦେଖାଦେଇଛି। ତେବେ ବିଦ୍ୟାଳୟ ପରିଚାଳନାଗତ ତ୍ରୁଟି ପାଇଁ ବିଦ୍ୟାଳୟରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି।

୨୩୨ ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି

ମିଳିଥିବା ସୂଚନା ମୁତାବକ, ଏହି ହାଇସ୍କୁଲରେ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୩୨ ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି। ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବର୍ତ୍ତମାନ ୧୦ଜଣ ଶିକ୍ଷକ ଅଛନ୍ତି। ଏମାନଙ୍କ ମଧ୍ୟରୁ ଗତ ୧୩ତାରିଖରେ ଚାରିଜଣ ଶିକ୍ଷକ ଏକାସାଙ୍ଗେ ଛୁଟିରେ ରହିଥିଲେ। ଆଜି ପୁଣି ଏହି ଏହାର ପୁନରାବୃତ୍ତି ଘଟିଛି। ଗୋଟିଏ ଦିନରେ ୫ ଜଣ ଶିକ୍ଷକ ଅନୁପସ୍ଥିତ ରହିଥିବା ବେଳେ ସେଥିମଧ୍ୟରୁ ଜଣେ ସିଏଲ୍ ନେଇ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାକୁ ଯାଇଥିବା ସୂଚନା ମିଳିଛି। ଯାହା ଫଳରେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଦୁଇ ମାସ ପରେ ବାର୍ଷିକ ପରୀକ୍ଷା ଆସୁଥିବାରୁ ପିଲାଙ୍କୁ ପାଠ ନପଢ଼ାଇ ବିନା ଦରଖାସ୍ତରେ ମନଇଚ୍ଛା ଛୁଟି ନେଉଥିବାରୁ ଶିକ୍ଷାଦାନରେ ବ୍ୟାପକ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ପାଠ ପଢାଇବା ଛାଡ଼ି ଜ୍ୟୋତିଷ ସାଜିଛନ୍ତି ଶିକ୍ଷକ

ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ପିଲାଙ୍କୁ ପାଠ ପଢାଇବା ଛାଡ଼ି ଜ୍ୟୋତିଷ ବି ସାଜିଛନ୍ତି। ହାତ ଦେଖାଇବା ପାଇଁ ବିଦ୍ୟାଳୟରେ ଲମ୍ବା ଲାଇନ ବି ଲାଗୁଛି। ଏନେଇ ଅଭିଭାବକମାନେ ସ୍କୁଲ ସମୟରେ ପାଠ ପଢାଇ ଅନ୍ୟ ସମୟରେ ଜ୍ୟୋତିଷ ଆଦି କାର୍ଯ୍ୟ କରନ୍ତୁ ବୋଲି ଦାବି କରୁଛନ୍ତି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷମାନିଧି ପଧାନଙ୍କୁ ପଚାରିବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇ ନ ଥିବା ବେଳେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ମିଶ୍ର  ଅଭିଯୋଗର ତଦନ୍ତ କରିବା ପାଇଁ ବ୍ଳକ ଶିକ୍ଷା ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି କହିଛନ୍ତି।

Elephant attack: ହାତୀ ଆକ୍ରୋଶର ସୀମା ଟପିଲା; ଜୀବନ ବଞ୍ଚାଇ ପାରିଲେନି ମହିଳା; ୧୦ଦିନରେ ୨ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.