ARTICLE AD BOX
ନବରଙ୍ଗପୁର(ସୁରେଶ ନାଇଡ଼ୁ): ଜିଲ୍ଲାର କ୍ଷୟକ୍ଷତି ସମ୍ପର୍କରେ ପ୍ରାରମ୍ଭିକ ସର୍ଭେ ଓ ଆକଳନରୁ ୫୪କୋଟିର କ୍ଷତି ହୋଇଛି ବୋଲି ଆଜି(ସୋମବାର) ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ ମହେଶ୍ବର ସ୍ବାଇଁ ସୂଚନା ଦେଇଛନ୍ତି। ରାସ୍ତା, ବ୍ରିଜ, ସ୍କୁଲ ଓ ଅନ୍ୟାନ୍ୟ ସରକାରୀ ଅନୁସଙ୍ଗୀକ ଭିତ୍ତିଭୂମି ୨.୫୯କୋଟି, ଧାନ , ମକା ଓ ପନିପରିବା ଆଦି କ୍ଷୟକ୍ଷତି ୫୦କୋଟି ଓ ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ବାବଦରେ ୫୬ଲକ୍ଷ । ଆଜି ବି ୨ଟି ବ୍ଲକର ୯ଟି ପଂଚାୟତର ୨୫ଟି ୱାର୍ଡର ୬୪୦ଜଣ ପ୍ରଭାବିତ ରହିଛନ୍ତି। ଏହି ତିନିଦିନରେ ବନ୍ୟାରେ କେହି ମୃତାହତ ହୋଇନାହାନ୍ତି, ୩୪୦ଜଣ ବିଭିନ୍ନ ଆଶ୍ରୟସ୍ଥଳୀରେ ଥିଲେ, ସେମାନେ ସଂଧ୍ୟା ସୁଦ୍ଧା ନିଜ ନିଜ ଘରକୁ ଫେରିଛନ୍ତି।
Flood Situation: ନବରଙ୍ଗପୁରରେ ବନ୍ୟା ସ୍ଥିତି ଅସମ୍ଭାଳ, ଜଳବନ୍ଦୀରେ ସହରବାସୀ ଓ ୪ ବ୍ଲକର ଲୋକେ
ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାରେ, ଜିଲ୍ଲାର ୧୦ବ୍ଲକ୍ ବନ୍ୟାରେ ପ୍ରଭାବିତ ହୋଇଛି। ନବରଙ୍ଗପୁର, ନନ୍ଦାହାଣ୍ଡି ଓ କୋଷାଗୁମୁଡା ବ୍ଲକରେ ସର୍ବାଧିକ ପ୍ରଭାବିତ ଓ କ୍ଷତି ହୋଇଛି। ଜିଲ୍ଲାର ୧୦ବ୍ଲକ୍ର ୧୦୦ପଂଚାୟତର ୧୬୭ଟି ଗାଁ ନବରଙ୍ଗପୁର ଓ ଉମରକୋଟ ପୌରପାଳିକା ୬ଟି ୱାର୍ଡର ୨୪,୭୦୬ଜଣ ପ୍ରଭାବିତ । ୧୦,୧୧୯ଜଣ ଅସହାୟ ଅବସ୍ଥାରେ ଜଳବନ୍ଦୀ ହୋଇଥିବା ବେଳେ ୯୭୧୪ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବଲାଙ୍ଗୀର, ନୂଆପଡ଼ାର ୨ଟି ଲେଖାଏଁ ଅଗ୍ନିଶମ ବିଭାଗ ଦଳ ସହ ୧୧ଟି ଅଗ୍ନିଶମ ଦଳ କୋରାପୁଟ ଓ ରାୟଗଡା ଓଡ୍ରାଫ ଟିମ୍ ଏଭଳି ୧୮ଟି ଟିମର ସହଯୋଗ ନିଆଯାଇଥିଲା। ଜିଲ୍ଲାପ୍ରଶାସନର ସମସ୍ତ ସରକାରୀ ଅଧିକାରୀ, ପୁଲିସ , ଅଗ୍ନିଶମ ବିଭାଗ ସମ୍ପୁର୍ଣ୍ଣ ରୁପେ ନିୟୋଜିତ ହୋଇଥିଲେ। ୪୦ଟି ସ୍ଥାନରେ ଆଶ୍ରୟସ୍ଥଳୀ ଓ ରନ୍ଧନ ଖାଦ୍ୟ ପ୍ରଦାନ କରାଯାଇଥିଲା। ନବରଙ୍ଗପୁର ବ୍ଲକର ୩ଟି ପଂଚାୟତର ୧୩ଟି ଗାଁ, ନନ୍ଦାହାଣ୍ଡି ବ୍ଲକର ୬ଟି ପଂଚାୟତର ୧୧ଟି ଗାଁ, କୋଷାଗୁମୁଡ଼ା ବ୍ଲକ୍ର ୭ଟି ପଂଚାୟତର ୨୪ଟି ଗାଁ, ନବରଙ୍ଗପୁର ପୌରପାଳିକାର ୬ଟି ୱାର୍ଡ ବ୍ୟାପକ କ୍ଷୟକ୍ଷତି ହୋଇଛି।
Diarrhoea: ନବରଙ୍ଗପୁରରେ ନିୟନ୍ତ୍ରଣକୁ ଫେରୁଛି ଝାଡ଼ାବାନ୍ତି ସ୍ଥିତି, ସୁସ୍ଥ ହେଉଛନ୍ତି ୧୬ ଚିକିତ୍ସାଧୀନ ରୋଗୀ
ପ୍ରାରମ୍ଭିକ ଆକଳନରେ ଜିଲ୍ଲାର ଧାନ ୬ହଜାର ହେକ୍ଟର ଓ ମକା ,ଅନ୍ୟାନ୍ୟ ପରିବା ଜାତୀୟ ଚାଷ ୪ହଜାର ହେକ୍ଟର ଏଭଳି ୧୦ହଜାର ହେକ୍ଟର ନଷ୍ଟ ହୋଇଛି। ନବରଙ୍ଗପୁର ପୌରପାଳିକା ଓ ବ୍ଲକରେ ୮୩ଟି, ନନ୍ଦାହାଣ୍ଡିରେ ୧୧୫ଟି ଓ କୋଷାଗୁମୁଡାରେ ୬୯ଟି ଘର ଭାଙ୍ଗିଥିବା ପ୍ରାଥମିକ ସର୍ଭେରୁ ଜଣାପଡିଛି। ୬୧୮୦ଟି ପଶୁଧନ, ୮୫୬୫ଟି ପ୍ରାଣୀସମ୍ପଦ ବନ୍ୟାରେ ପ୍ରଭାବିତ ହୋଇଥିଲେ। ଜଳଭଣ୍ଡାରରୁ ଅଚାନକ ତିନୋଟି ଗେଟ୍ ଖୋଲିବା ଯୋଗୁଁ ଏଭଳି ହେଇଛି କି ବୋଲି ପଚାରିବାରେ ଲଗାଥାର ଭାବେ ତିନି ଦିନରେ ୨୪୦୦ମିଲିମିଟର ବର୍ଷା ସହ ଉପରମୁଣ୍ଡ, ମୁରାନର ପ୍ରତ୍ୟାବର୍ତ୍ତନ ପାଣି ଆଦି ଆସିବା ଫଳରେ ଏଭଳି ହୋଇଛି । ବିଦ୍ୟୁତ୍ ଉତ୍ପାଦନ ବନ୍ଦ ଏବଂ ଅଚାନକ ଏତେ ସଂଖ୍ୟକ ଗେଟ୍ ଖୋଲିବା ଏବଂ ଉପୁଜିଥିବା ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସଚିବଙ୍କୁ ଅବଗତ କରାଯାଇଛି। ଛତିଶଗଡ଼ ଇନ୍ଦ୍ରାବତୀ ନଦୀରେ ବ୍ୟାପକ ଭାବେ ଆଡିବନ୍ଦ ନିର୍ମାଣ ସହ ରାସ୍ତା ଗୁଡିକ ପାଚେରୀ ଭଳି ନିର୍ମାଣ ହୋଇଥିବାରୁ ଇନ୍ଦ୍ରାବତୀର ପାଣି ଯାଇ ନ ପାରି ଫେରିବା ଫଳରେ ଏଭଳି ପରିସ୍ଥିତି କୋଷାଗୁମୁଡା ସହ ଅନ୍ୟ ବ୍ଲକରେ ହୋଇଛି । କ୍ଷୟକ୍ଷତିର ସମ୍ପୁର୍ଣ୍ଣ ରିପୋର୍ଟ ସହ ଆଗାମୀ ଦିନରେ ଯେଭଳି ବନ୍ୟା ପରିସ୍ଥିତି ଉପୁଜିବ ନି ସେ ରିପୋର୍ଟ ସରକାରଙ୍କୁ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯେଉଁ ଗାଁର ମାଟି ସୁଖିନି ସେହି ଅଂଚଳରେ ରନ୍ଧାଖାଦ୍ୟ ଓ ସୁଖିଲା ଖାଦ୍ୟ ବିତରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ବର୍ମନ, ସିଡିଓ ବିରଚିଂନାରାୟଣ ଦରୱାନ, ଡିଆଇପିଆରଓ ପ୍ରହ୍ଲାଦ ଖୋସ୍ଲା,ଏସଡିପିଆରଓ ସତ୍ୟନାରାୟଣ ପ୍ରଧାନ ଉପସ୍ଥିତ ଥିଲେ।

50 minutes ago
1


