ARTICLE AD BOX
ନୟାଗଡ଼: ସାମାନ୍ୟ କଥାକୁ ନେଇ ନୟାଗଡ଼ରେ ପୋଖରୀ ନିକଟରୁ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ପିଟି ପିଟି ହତ୍ୟା କରାଯାଇଛି। ହୁଡ଼ାରେ ମଇଁଷି ନେବାକୁ ବାରଣ କରିବାରୁ ଇଟାମାଟି ଥାନା ପାଣ୍ଡେରିପାଟଣା ଗାଁର ପୀତବାସ ଖଟୁଆଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ ରିପୋର୍ଟ ହୋଇନି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଥାନା ଇନ୍ସପେକ୍ଟର ପ୍ରିୟବ୍ରତ ରାଉତ କହିଛନ୍ତି।
America-Iran Talk: ଆମେରିକା-ଇରାନ ଆଲୋଚନା; ଦୋହା ବୈଠକକୁ ନେଇ ଦ୍ବନ୍ଦ୍ବ
ସୂଚନା ମୁତାବକ, ପୀତବାସଙ୍କ ବିଲହୁଡ଼ାରେ ବାଘେରା ଗାଁର ବାନାମ୍ବର ପରିଡ଼ା ଅଧିକାଂଶ ସମୟରେ ମଇଁଷି ନେଉଥିବାରୁ ହୁଡ଼ା ନଷ୍ଟ ହେଉଥିଲା। ଏଥିପାଇଁ ପୀତବାସ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ୧୫ଦିନ ପୂର୍ବରୁ ବଚସା ହୋଇଥିଲା। ଥାନାକୁ ମାମଲା ଯିବା ପରେ ପୁଲିସ ପୀତବାସଙ୍କୁ ଡାକି ପରେ ଛାଡ଼ି ଦେଇଥିଲା। ଆଜି ଅପରାହ୍ଣରେ ପୀତବାସ ଗ୍ରାମ ପୋଖରୀ ନିକଟକୁ ଆସିଥିବା ସମୟରେ ବାନାମ୍ବର ଏବଂ ଅନ୍ୟ ଦୁଇ ଜଣ ମିଶି ତାଙ୍କୁ ନିଜ ଗାଁକୁ ଟେକି ନେଇ ନିର୍ଧୂମ ପିଟିଥିଲେ। ପୀତବାସଙ୍କ ମୃତ୍ୟୁ ହୋଇଗଲା ଭାବି ସେମାନେ ତାଙ୍କୁ ଗାଁ ବାହାରେ ଏକ ନିଛାଟିଆ ସ୍ଥାନରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ। କିଛି ସ୍ଥାନୀୟ ଲୋକ ଏ ନେଇ ଖବର ପାଇବା ପରେ ତାଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ।
Arrest: ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ପାଟନାରୁ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ଗିରଫ
ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ବାନାମ୍ବର, ତାଙ୍କ ପୁଅ ଏବଂ ଅନ୍ୟ ଜଣେ ମିଶି ପୀତବାସଙ୍କୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିବା ସହ ଘଟଣାର ତଦନ୍ତ କରୁଛି। ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବ ବୋଲି ଜଣାପଡ଼ିଛି।

6 hours ago
1


