ARTICLE AD BOX
ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇପାରେ। ଅଧିବେଶନ ଆରମ୍ଭ ହେଲେ ୩ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ତେବେ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଏଯାବତ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ସାଧାରଣତଃ ମୌସୁମୀ ଏବଂ ଶୀତ ଅଧିବେଶନରେ ୨୦ଟି କାର୍ଯ୍ୟଦିବସ ରହିଥାଏ ଏବଂ ଏହା ୪ ସପ୍ତାହ ପର୍ଯ୍ୟନ୍ତ ଚାଲେ। କିନ୍ତୁ କିଛି କ୍ଷେତ୍ରରେ କମ୍ ସମୟର ଅଧିବେଶନ ମଧ୍ୟ ହୋଇଛି।
ଆହୁରି ପଢନ୍ତୁ :Physiotherapy Centre for MLAs ବିଧାୟକଙ୍କ ପାଇଁ ବିଧାନସଭା ପରିସରରେ ଫିଜିଓଥେରାପି ସେଣ୍ଟର
ପଶ୍ଚିମବଙ୍ଗ,ଆସାମ ଏବଂ ପୁଡ଼ୁଚେରୀରେ ବିଜେପିର ବିଜୟ ପରେ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଆଗାମୀ ଅଧିବେଶନରେ ଟିଏମ୍ସି ଏବଂ ଶିବସେନା (ୟୁବିଟି)ରେ ବିବାଦ ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳିବ। ତେବେ ୨୦ ଟିଏମ୍ସି ସାଂସଦ ଏବଂ ୬ ଶିବସେନା (ୟୁବିଟି) ସାଂସଦଙ୍କୁ ପୃଥକ୍ ଗୋଷ୍ଠୀର ମାନ୍ୟତା ଦେବା ସଂକ୍ରାନ୍ତ ଦାବି ଉପରେ ଏଯାବତ ଲୋକସଭା ବାଚସ୍ପତି ଓମ୍ ବିର୍ଲା କିଛି ନିଷ୍ପତ୍ତି ନେଇନାହାନ୍ତି। ଅନ୍ୟପକ୍ଷେ ରାଜ୍ୟସଭାରେ ନବ ନିର୍ବାଚିତ ଏବଂ ପୂନଃ ନିର୍ବାଚିତ ସାଂସଦମାନେ ଶପଥ ନେବାପରେ ଶାସକ ଏନ୍ଡିଏ ସମର୍ଥନରେ ପୁଣି ରାଜନୈତିକ ସଂଖ୍ୟା ବଢ଼ିବ।

1 hour ago
1


