Monsoon Session: ବିଧାନସଭାର ମୌସୁମୀ ଅଧିବେଶନ: ଦିନକ ଭିତରେ ୧୦ ମିନିଟ୍, ବିରୋଧୀଙ୍କ ତୀବ୍ର ପ୍ରତିବାଦ ଜାରି

4 days ago 5
ARTICLE AD BOX

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନର ଦ୍ବିତୀୟ ଦିବସ ବି ଧୋଇଯାଇଛି। ସକାଳ ଓଳି ୫ ମିନିଟ୍ ଓ ଉପରବେଳା ୫ ମିନିଟ୍ ଗୃହ ଚାଲିଥିଲା। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଓ ଏମଏମଡିଆର ସଂଶୋଧିତ ଆଇନ ପ୍ରସଙ୍ଗରେ ଗୃହ କମ୍ପିଥିଲା। ଗୃହକୁ ସ୍ବାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡକାଯାଇ ନଥିଲା। ତେଣୁ ଆସନ୍ତାକାଲି ମଧ୍ୟ ଗୃହ ଚାଲିବାର ସମ୍ଭାବନା ନାହିଁ। ଆଜି ପୂର୍ବାହ୍ଣରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଗୃହର ମଧ୍ୟ ଭାଗକୁ ଝପଟି ଆସିଥିଲେ। ବିଜେଡି ବିଧାୟକମାନେ ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗରେ ପୋଷ୍ଟର୍ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସଭ୍ୟମାନେ ଦେହରେ ବ୍ୟାନର୍ ପକାଇ ଏମଏମଡିଆର ସଂଶୋଧିତ ଆଇନ ପ୍ରତ୍ୟାହାର ପାଇଁ ଲେଖିଥିଲେ। 

Demand: ୨ଟି ଏକ୍ସପ୍ରେସ୍ ଟ୍ରେନ୍‌ ଚଳାଇବାକୁ ଦାବି କଲେ ପୂର୍ବତନ ବିଧାୟକ

ବିରୋଧୀଙ୍କ ତୀବ୍ର ପ୍ରତିବାଦ ଜାରି
ସର୍ବଦଳୀୟ ବୈଠକ ହେଉନି, ସ୍ବାଭାବିକ ହେବା ସମ୍ଭାବନା କମ୍

ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ବିରୋଧୀ ଦଳକୁ ନିଜ ନିଜ ଆସନକୁ ଫେରିଯିବା ପାଇଁ ଅନୁରୋଧ କରି ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିରୋଧୀଙ୍କ ନାରାବାଜିରେ ଗୃହ କମ୍ପିଥିଲା। ଓଡ଼ିଶାର ସ୍ବାର୍ଥକୁ ସରକାର ଜଳାଞ୍ଜଳି ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ ବିରୋଧୀ। ତାରାପ୍ରସାଦ ବାହିନୀପତି, ଧ୍ରୁବ ସାହୁ ଓ ଯୋଗେଶ ସିଂହ ପ୍ରମୁଖ ରିପୋଟର୍ସ ଟେବୁଲ୍ ଉପରେ ଠିଆ ହୋଇ ସ୍ଲୋଗାନ୍ ଦେଇଥିଲେ। ଅନ୍ୟ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଠିଆ ହୋଇ ପୋଡିୟମକୁ ବାଡ଼େଇଥିଲେ। ଏହି ସମୟରେ ଶ୍ରୀ ବାହିନୀପତି ଉପବାଚସ୍ପତିଙ୍କ ଟେବୁଲ ଉପରକୁ ପୋଷ୍ଟର୍ ଫିଙ୍ଗିଥିଲେ। ଗୃହ ସ୍ବାଭାବିକ ହେଉ ନଥିବାରୁ ଉପବାଚସ୍ପତି ମାତ୍ର ୫ ମିନିଟ୍ ପରେ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଅପରାହ୍ଣ ୪ଟାରେ ବି ସମାନ ସ୍ଥିତି। ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ଦଳ ହୋହଲ୍ଲା ଆରମ୍ଭ କରିଦେଇଥିଲେ। ଫଳରେ  ପାରିତ ହେବାକୁ ଥିବା ଦୁଇଟି ବିଲ୍ ଉପରେ ଆଲୋଚନା ତ ଦୂରର କଥା, ଗୃହକାର୍ଯ୍ୟ ଆଉ ଚଳାଇବା ସମ୍ଭବ ହୋଇ ପାରିନଥିଲା। ୫ ମିନିଟ୍ ପରେ ଉପବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

IIT Bombay: ଛାତ୍ର ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ୧୦ ଜଣିଆ କମିଟି

Read Entire Article
LEFT SIDEBAR AD

Hidden in mobile, Best for skyscrapers.