Monsoon active: ଦେଶବ୍ୟାପୀ ମୌସୁମୀ ସକ୍ରିୟ, ପ୍ରବଳ ବର୍ଷା ସମ୍ଭାବନା: ୧,୫୦୦ କିମି ଲମ୍ବର ମେଘମାଳା

8 hours ago 1
ARTICLE AD BOX

ନୂଆଦିଲ୍ଲୀ: ସପ୍ତାହେ ଧରି ମନ୍ଥର ଗତି ଓ ବର୍ଷାଭାବ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  ଏବେ ଦେଶବ୍ୟାପୀ ସକ୍ରିୟ ହେବାରେ ଲାଗିଛି। ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଦୁଇଟି ପ୍ରଭାବଶାଳୀ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଦିଲ୍ଲୀ-ଏନ୍‌ସିଆର, ହରିୟାଣା ଏବଂ ରାଜସ୍ଥାନରେ ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିଥିବା ବେଳେ ଏହି ନୂତନ ପାଣିପାଗ ସ୍ଥିତି ବଡ଼ ପରିବର୍ତ୍ତନ ଆଣିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି। ଆଇଏମ୍‌ଡିର ‘ଇନସାଟ୍-୩ଡିଏସ୍’ ଉପଗ୍ରହ ଚିତ୍ରରୁ ବଙ୍ଗୋପସାଗରର ଉତ୍ତର ଭାଗରୁ ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ପ୍ରାୟ ୧,୫୦୦ କିଲୋମିଟର ଲମ୍ବର ଏକ ବିଶାଳ ମୌସୁମୀ ଟ୍ରଫ୍‌ ବା ନିମ୍ନଚାପ ବଳୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ପୂର୍ବାନୁମାନ କରାଯାଇଛି। ଆସନ୍ତାକାଲିଠାରୁ ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର, ଲଦାଖ ଏବଂ ଦକ୍ଷିଣ-ପୂର୍ବ ରାଜସ୍ଥାନର ଅବଶିଷ୍ଟ ଭାଗରେ ମୌସୁମୀ ଅଧିକ ସକ୍ରିୟ ହେବ।

Neglect: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ଉନ୍ନତୀକରଣରେ ବିଳମ୍ୱ

ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମୌସୁମୀ ଟ୍ରଫ୍‌ ତା’ର ସ୍ୱାଭାବିକ ସ୍ଥିତି ବଦଳରେ ଉତ୍ତରରେ ଅର୍ଥାତ୍‌ ହିମାଳୟର ପାଦଦେଶ ନିକଟରେ ସ୍ଥିର ରହିଥିଲା। ଏହି କାରଣରୁ ଗାଙ୍ଗେୟ ସମତଳ ଅଞ୍ଚଳରେ ବର୍ଷା ହୋଇନଥିଲା ଏବଂ ଦିଲ୍ଲୀ ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ମୌସୁମୀ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ପୂର୍ବାନୁମାନ ଅନୁଯାୟୀ, ଏହି ଟ୍ରଫ୍ ଲାଇନ ଆଗାମୀ ଦିନରେ ଧୀରେ ଧୀରେ ଦକ୍ଷିଣ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ପଞ୍ଜାବ, ହରିୟାଣା, ଦିଲ୍ଲୀ-ଏନ୍‌ସିଆର, ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ବିଜୁଳି ଘଡ଼ଘଡ଼ି ସହ ବ୍ୟାପକ ବର୍ଷା ହେବ। ମୌସୁମୀ ଟ୍ରଫ୍‌ ସାଙ୍ଗକୁ ବଙ୍ଗୋପସାଗରରେ ପଛକୁ ପଛ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହି ପାଣିପାଗ ସ୍ଥିତି କେନ୍ଦ୍ରୀୟ ଭାରତ ଦେଇ ସ୍ଥଳଭାଗକୁ ମାଡ଼ି ଚାଲିବ। ଏହା ଦ୍ୱାରା ବାୟୁମଣ୍ଡଳକୁ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ପ୍ରବେଶ କରିବ, ଯାହା ମୌସୁମୀ ବାୟୁ ପ୍ରବାହକୁ ଅଧିକ ଶକ୍ତିଶାଳୀ କରିବା ସହ ପୂର୍ବ, ମଧ୍ୟ ଏବଂ ପଶ୍ଚିମ ଭାରତରେ ବର୍ଷା ପରିମାଣ ବଢ଼ାଇବ।

Weather: ମୌସୁମୀ ବର୍ଷା ବିଳମ୍ବ ଯୋଗୁ ପଞ୍ଚମ ଶୁଷ୍କ ଜୁନ୍‌ ରେକର୍ଡ କଲା ଭାରତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.