MLA: ଟିଭିକେ ବିଧାୟକ ଅରୁଣ ବିଘ୍ନେଶଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

2 days ago 4
ARTICLE AD BOX

ଚେନ୍ନାଇ: ତାମିଲନାଡୁର ଶାସକ ଦଳ ଟିଭିକେର ବିଧାୟକ ଅରୁଣ ବିଘ୍ନେଶଙ୍କ ବିରୋଧରେ ଜଣେ ମହିଳା ଜିଲ୍ଲାପାଳଙ୍କୁ ଅରୁଚିକର ଏବଂ ଅସମିଚିନ ମେସେଜ୍ ପଠାଇଥିବା ନେଇ ଆସିଥିବା ଅସଦାଚରଣ ଅଭିଯୋଗର ଏକ ପୁଙ୍ଖାନୁପୁଙ୍ଖ ଏବଂ ନିରପେକ୍ଷ ତଦନ୍ତ କରାଯିବ ବୋଲି ତାମିଲନାଡ଼ୁର ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜମୋହନ ମଙ୍ଗଳବାର ଆଶ୍ୱାସନା ଦେଇଛନ୍ତି। କଲ୍ଲାରୁଚି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ଅରୁଣ ବିଘ୍ନେଶ ଜିଲ୍ଲାପାଳ ଜେ.ଇ. ପଦ୍ମଜାଙ୍କୁ ଅନୁପଯୁକ୍ତ ମେସେଜ୍ ପଠାଇଥିବା ନେଇ ସୋସିଆଲ ମିଡିଆରେ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ବିବାଦ ଘନେଇଛି।

ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ରାଜମୋହନ ସ୍ପଷ୍ଟ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ନେତୃତ୍ୱାଧୀନ ରାଜ୍ୟ ପ୍ରଶାସନ ଦ୍ୱାରା ହଇରାଣ ହରକତ କିମ୍ବା ଅସଦାଚରଣକୁ କେବେବି ବରଦାସ୍ତ କରାଯିବ ନାହିଁ। ଅଭିଯୁକ୍ତ ବ୍ୟକ୍ତି କେଉଁ ରାଜନୈତିକ ଦଳର ବା କେତେ ପ୍ରଭାବଶାଳୀ, ତାହାକୁ ବିଚାର ନକରି ସଠିକ୍ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଏକ ସରକାରୀ ଅଭିଯୋଗ ମିଳିବା ମାତ୍ରେ ଆନୁଷ୍ଠାନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ଏବଂ ଅଭିଯୋଗ ପ୍ରମାଣିତ ହେଲେ କଠିନ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ସୋମବାର ଦିନ ଡିଏମକେ ସାଂସଦ କନିମୋଝି ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଉଠାଇ ବିଧାୟକ ଜିଲ୍ଲାପାଳଙ୍କୁ ମେସେଜ୍ ମାଧ୍ୟମରେ ହଇରାଣ କରିବା ସହ ତାଙ୍କ ବାସଭାବନକୁ ଅପ୍ରତ୍ୟାଶିତ ଭାବେ ଯାଇଥିବା ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ବିଧାୟକ ଅରୁଣ ବିଘ୍ନେଶ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଖଣ୍ଡନ କରିଛନ୍ତି। ଡିଏମକେର ଆଇଟି ସେଲ୍ ପକ୍ଷରୁ ତାଙ୍କ ବିରୋଧରେ ଏହା ଏକ ପରିକଳ୍ପିତ ଅପପ୍ରଚାର ବୋଲି ସେ ପାଲଟା ଅଭିଯୋଗ ଆଣିଛନ୍ତି।

ବାଲେଶ୍ୱରରେ ନୂଆ ଭତ୍ତା ପୋର୍ଟାଲର ଶୁଭାରମ୍ଭ, ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.