Missing: ଡ୍ରେନ୍‌ରେ ଭାସିଗଲେ ଯୁବକ; ଓଡ୍ରାଫ୍‌ ଟିମ୍‌ର ଖୋଜାଖୋଜି ଜାରି

1 hour ago 1
ARTICLE AD BOX

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେରେ ଯନ୍ତ୍ରଣା। ସାମନ୍ୟ ଅବହେଳା ହେଲେ ଚାଲିଯାଇପାରେ ଜୀବନ। ଅସରାଏ ବର୍ଷା ହେଲେ ରାଜରାସ୍ତାରେ ଭର୍ତ୍ତି ହୋଇଯାଉଛି ପାଣି। ରାସ୍ତାକଡ଼ର ଡ୍ରେନ୍‌ ନେଉଛି ନାଳର ରୂପ। ଅଜଣା‌ ଲୋକଙ୍କ ପାଇଁ ଏହା ବିପଦ। ଭୁବନେଶ୍ବରରେ ଡ୍ରେନେଜ ବ୍ୟବସ୍ଥା ଭଲ ନଥିବାରୁ ବାରମ୍ବାର ଅଘଟଣ ଘଟୁଛି। ଆଜି ଅପରାହ୍‌ଣରେ ବାଣୀବିହାର ନିକଟରେ ଏକ ଅଘଟଣ ଘଟିଛି। ଜଣେ ଯୁବକ ଡ୍ରେନ୍‌ରେ ଭାସି ଯାଇଛନ୍ତି। ଓଡ୍ରାଫ୍‌ ଟିମ୍‌ ଦୀର୍ଘ ସମୟ ହେଲା ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ। 

WhatsApp Image 2026-07-04 at 17.29.52

ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଗତକାଲି ଭଳି ଆଜି ମଧ୍ୟ ଭୁବନେଶ୍ବରରେ ଦିନସାରା ବର୍ଷା ଜାରି ରହିଛି। ଫଳରେ ଡ୍ରେନ୍‌ଗୁଡ଼ିକ ପୂର୍ଣ୍ଣ ହୋଇ ପାଣି ପ୍ରବାହିତ ହୋଇଛି। ରାଜଧାନୀର ଛାତି କୁହାଯାଉଥିବା ବାଣୀବିହାର ଛକ ନିକଟ ଦେଇ ପ୍ରବାହିତ ଏକ ଡ୍ରେନ୍‌ ପାଖରେ ଆଜି ଅପରାହ୍‌ଣରେ ୩ଜଣ ଜଳି ଗୋଟାଳି ଥିଲେ। ଏଥିରୁ ଜରେ ଲୋକ ଖସିପଡ଼ିଥିଲେ। ଅନ୍ୟ ୨ଜଣ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ବିଫଳ ହୋଇଥିଲେ। 

ପୁଣି ମୁକୁଳା ଡ୍ରେନ୍‌ ନେଲା ଜୀବନ: ମଲା ପରେ ପୂର୍ତ୍ତବିଭାଗର ରାସ୍ତା ସିଲ୍

ବ୍ୟକ୍ତି ଜଣଙ୍କର ନିଖୋଜ ନେଇ ସୂଚନା ମିଳିବା ପରେ ଓଡ୍ରାଫ ଟିମ୍‌ ଘଟଣାସ୍ଥଳକୁ ପହଞ୍ଚିଛି। ଘଟଣାସ୍ଥଳରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇଛି। ଓଡ୍ରାଫ କର୍ମଚାରୀମାନଙ୍କ ଦ୍ବାରା ଆବର୍ଜନା ସଫା କରାଯାଉଛି। ରି‌ପୋର୍ଟ ଲେଖାଯିବା ବେଳକୁ ନିଖୋଜ ବ୍ୟକ୍ତିଙ୍କ ସଂପର୍କରେ କୌଣସି ଅତିରିକ୍ତି ସୂଚନା ମିଳିପାରି ନାହିଁ। ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନେ ବିଏମସି କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।  

Heavy Rain: ସ୍ମାର୍ଟସିଟିରେ ନାହିଁ ଜଳ ନିଷ୍କାସନ ବ୍ୟବସ୍ଥା! ବର୍ଷାଜଳ ଯୋଗୁଁ ବୈଭବନଗରବାସୀ ହୀନସ୍ତା 

Read Entire Article
LEFT SIDEBAR AD

Hidden in mobile, Best for skyscrapers.