ARTICLE AD BOX
ଦୈତାରୀ: କେନ୍ଦୁଝରଜିଲ୍ଲା ଦୈତାରୀ ଥାନା ଅଧୀନ ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଗତ କିଛି ଦିନ ଧରି ନିଖୋଜ ଥିବା ଏକ ଦମ୍ପତିଙ୍କ ଗଳିତ ମୃତଦେହ ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ଉଦ୍ଧାର କରାଯାଇଛି। ତେବେ କିଏ? କାହିଁକି? କେଉଁ ପରିସ୍ଥିତିରେ ହତ୍ୟା କରି ଏଠାରେ ଫିଙ୍ଗିଛି ସେନେଇ ପୁଲିସ କୌଣସି ସୁରାକ ପାଇପାରିନାହିଁ।
/filters:format(webp)/sambad/media/media_files/2026/07/03/daitari-couple-murder2-2026-07-03-22-39-37.jpg)
ଆଜି (ଶୁକ୍ରବାର)ପୁଲିସ ବଳିପର୍ବତ ଗାଁ ସ୍କୁଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଖଗେଶ୍ବର ସୋରେନ୍ (୪୭) ଓ ପତ୍ନୀ ଟୁନି (୪୨)ଙ୍କ ମୃତଦେହକୁ ଉଦ୍ଧାର କରିଛି। ଉଭୟଙ୍କ ଶରୀରରୁ ପିନ୍ଧାପୋଷାକ ବାହାର କରାଯାଇ ଜିଆଇ ତାରରେ ବାନ୍ଧି କୂଅରେ ପକାଯାଇଛି। ଗୋଡ଼ରେ ପଥର ମଧ୍ୟ ବନ୍ଧାଯାଇଛି। ପ୍ରଥାମିକ ତଦନ୍ତରେ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ଥିବା ସନ୍ଦେହ କରାଯାଉଛି।
ଫେଲ୍ ମାରିଲେ: ୧୪ ବର୍ଷ ବିତିଲା, ସଂଗୀତ ମହାବିଦ୍ୟାଳୟ ପ୍ରଫେସର ଦମ୍ପତି ହତ୍ୟା ମାମଲା
ଏହି ଘଟଣାରେ ମୃତ ଖଗେଶ୍ବରଙ୍କ ବଡ଼ଭାଇ ଲକ୍ଷ୍ମଣଙ୍କ କହିବା କଥା, ୧୦ ବର୍ଷ ପୂର୍ବେ ଖଗେଶ୍ବର ଦୈତାରୀ ରେଳବାଇ ସାଇଡିଂରେ ଲୋଡିଂଅନ୍ଲୋଡିଂ କାର୍ଯ୍ୟ ସହ ସମ୍ପର୍କିତ ଥିଲେ। ଏହାପରେ ସେ କୌଣସି କାରଣରୁ ବଳିପର୍ବତ ଗାଁକୁ ଆସି ଚାଷବାସ ବିଶେଷତଃ ପରିବା ଚାଷ କରି ଚଳୁଥିଲେ। ତାଙ୍କର ଏହି ବେଉସା ମଧ୍ୟ ଭଲ ଭାବେ ଚାଲୁଥିଲା ଓ ବେସ୍ ଦୁଇପଇସା ରୋଜଗାର କରୁଥିଲେ। ତାଙ୍କର ୧୫ ଓ ୧୨ ବର୍ଷର ଦୁଇଟି ପୁଅ ଅଛନ୍ତି।
ତେବେ ଜୁନ୍ ୨୭ ତାରିଖରେ ଉଭୟେ ନିଖୋଜ ଥିଲେ। ଅନେକ ଖୋଜାଖୋଜି କରିବା ପରେ ନିରାଶ ହୋଇ ଗତକାଲି ଦୈତାରୀ ଥାନାରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ଣରେ ପୁଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଛି।
ବରିଷ୍ଠ ନାଗରିକ ଦମ୍ପତି ହତ୍ୟା ମାମଲା: ୧୨ ବର୍ଷ ପରେ ଆସିବ ରାୟ, ବିବିଏ ଛାତ୍ର ସମେତ ୪ ଖେଳିଥିଲେ ରକ୍ତର ହୋଲି
ସୂଚନାପାଇଁ ଘଟଣାସ୍ଥଳରେ ଘଟଗାଁ ଏସଡିପିଓ କମଲ କିଶୋର ପଣ୍ଡା, ହରିଚନ୍ଦନପୁର ଥାନା ଆଇଆଇସି ମିତାଲି ମଧୁଲିତା ବିଶ୍ବାଳ, ଦୈତାରି ଥାନା ଆଇଆଇସି ହୁର୍ଷିକେଶ ବେହେରା ଘଟଣାର ସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମବାହିନୀ ସହାୟତାରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଏହି ଘଟଣାରେ ୫ଜଣକୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ଆସନ୍ତାକାଲି ଏହି ଘଟଣା ଉପରେ କିଛି ଆଲୋକ ପଡ଼ିପାରେ ବୋଲି ଥାନା ଅଧିକାରୀ କହିଛନ୍ତି।

1 hour ago
1


