ARTICLE AD BOX
ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ସୁରଜମଲ ବିହାରରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଘର ବାହାରେ ଖେଳୁଥିବା ସମୟରେ ଏକ ମାରୁତିଗ୍ରାଣ୍ଡ ଭିଟାରା ଏସୟୁଭି ଗାଡ଼ି ତଳେ ପଡ଼ିଯାଇଥିଲା ଶିଶୁ। ଉକ୍ତ ଶିଶୁ ଉପର ଦେଇ ମାଡ଼ି ଯାଇଥିଲା କାର। ଭାଗ୍ୟବଶତଃ, ଶିଶୁଟି ଚକଗୁଡ଼ିକ ମଝିରେ ରହିଯାଇଥିବାରୁ ତା’ ଶରୀରରେ କୌଣସି ପ୍ରକାର ଆଘାତ ଲାଗିନାହିଁ। ଏହି ଘଟଣାର ଭିଡିଓ ସିସିଟିଭିରେ କୈଦ ହୋଇଯାଇଥିଲା।
ଯାହାକୁ ରଖିବେ ଅନନ୍ତ କି କରି ପାରିବ ବଳବନ୍ତ
ପୂର୍ବ ଦିଲ୍ଲୀର ସୁରଜମଲ ବିହାରରେ ଏପରି ଏକ ଘଟଣା ଘଟିଛି। ଯାହାକୁ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠୁଛି। ଘର ବାହାରେ ଖେଳୁଥିବା ଏକ ବର୍ଷର ଶିଶୁଟି ହଠାତ୍ ରାସ୍ତା ଉପରକୁ ଚାଲିଯାଇଥିଲା, ଠିକ୍ ସେହି ସମୟରେ ପାଖରେ ଛିଡ଼ା ହୋଇଥିବା ଏକ ଧଳା ରଙ୍ଗର ଏସୟୁଭି ଗାଡ଼ି ଆଗକୁ ବଢ଼ିବା ଆରମ୍ଭ କରିଥିଲା। କ୍ଷଣକ ମଧ୍ୟରେ, ସମ୍ପୂର୍ଣ୍ଣ ଗାଡ଼ିଟି ଶିଶୁଟି ଉପର ଦେଇ ଚାଲିଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଲା, ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ ଶିଶୁର ଶରୀରରେ କୌଣସି ପ୍ରକାର ଆଘାତ ଲାଗି ନଥିଲା ସେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥିଲା। । ଏହି ଘଟଣା ନଭେମ୍ବର ୯ ତାରିଖ ସକାଳ ପ୍ରାୟ ୧୧:୩୬ ସମୟରେ ଘଟିଥିଲା। ସୌଭାଗ୍ୟବଶତଃ, ଶିଶୁ ଗାଡ଼ିର ଚକଗୁଡ଼ିକ ମଝିରେ ଏବଂ ଗାଡ଼ିର ତଳ ଭାଗରେ ରହିଯାଇଥିଲା।ଫଳସ୍ୱରୂପ, ଏତେ ଭୟଙ୍କର ଦୁର୍ଘଟଣା ସତ୍ତ୍ୱେ ଶିଶୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିଲା। କିଛି ସମୟ ପରେ ଘରୁ ଜଣେ ବୃଦ୍ଧା ମହିଳା ବାହାରକୁ ଆସିଲେ। ରାସ୍ତା ଉପରେ ଶିଶୁକୁ ଦେଖି ସେ ଆତଙ୍କିତ ହୋଇପଡ଼ିଲେ ଏବଂ ଦୌଡ଼ି ଯାଇ ଶିଶୁଟିକୁ କୋଳକୁ ଉଠାଇ ଆଣିଥିଲେ।
ଶାହଦାରାର ଡିସିପି ଏହି ଘଟଣାକୁ ନେଇ କହିଛନ୍ତି ଯେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେ ଜୋର୍ ଦେଇ କହିଛନ୍ତି ଯେ, ଏଭଳି ଅସାବଧାନତାପୂର୍ଣ୍ଣ ଗାଡ଼ି ଚାଳନା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

2 days ago
3


